ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଓଡିଶାରେ ରହିଛି ସୁନା ଖଣି । ହଁ ବନ୍ଧୁଗଣ ଓଡିଶା ରାଜ୍ୟରୁ ୩ ଟି ଜିଲ୍ଲାରୁ ସୁନା ଖଣିର ଚିହ୍ନଟ କରାଯାଇଛି । ତେବେ ଯାହାକୁ ନେଇ ଏବେ ଚାଲିଛି ସବୁଆଡେ ଚର୍ଚା ! ତେବେ ଓଡିଶାର କେନ୍ଦୁଝର, ଦେଓଗଡ ଓ ମୟୂରଭଞ୍ଜ । ତେବେ ଏହି ଜିଲ୍ଲାର ଅନେକ ଖଣି ଅଞ୍ଚଳର ମାଟି ତଳେ ଭରି ହୋଇ ରହିଛି ସୁନା ପଥର । ତେବେ ସେହି ସ୍ଥାନର ମାଟି ଖୋଲିଲେ କୁଆଡେ ସୁନା ପଥର ମିଳିବ ବୋଲି ସୂଚନା ମିଳିଛି ।

ତେବେ ଗତ କାଲି ଅର୍ଥାତ ସୋମବାର ଦିନ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ଏହି ୩ ଜିଲ୍ଲାର ମାଟି ତଳେ ସୁନା ପଥର ରହିଛି ବୋଲି ଗୃହରେ ସୂଚନା ଦେଇଛନ୍ତି । ତେବେ ଗୃହରେ ସଭା ଚାଲୁଥିବା ସମୟରେ ବିଧାୟକ ସୁଧୀର ସାମଲଙ୍କ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସୁନା ଖଣିର ସନ୍ଧାନ ବିଷୟରେ ସନ୍ଧାନ ମିଳିଛି ବୋଲି ସୂଚନା ଦେଇଥିଲେ ।
ତେବେ ସଭାରେ ସମସ୍ତ ପ୍ରଶଙ୍ଗ ଉପରେ ତର୍କ ତଥା ଆଲୋଚନା ଓ ପରଜ୍ଯଲୋଚନା ହେଉଥିବା ସମୟରେ ଓଡିଶାର କେଉଁଠାରୁ କିଛି ସୁନା ଖଣିର ସନ୍ଧାନ ମିଳିପାରିଛି ବୋଲି ଖଣି ମନ୍ତ୍ରୀଙ୍କୁ ପ୍ରଶ୍ନ ରଖିଥିଲେ ବିଧାୟକ ସୁଧୀର ସାମଲ । ତେବେ ଏହି କଥାର ଉତ୍ତର ଦେବାକୁ ଯାଇ ହଁ ଓଡିଶା ମଧ୍ୟ ସୁନା ଖଣିର ସନ୍ଧାନ ମିଳିପାରିଛି ବୋଲି ଏକ ବଡ ସୂଚନା ସାମ୍ନାକୁ ଆଣିଥିଲେ । ତେବେ ଖଣି ଓ ଭୂ- ତତ୍ତ୍ଵ ସନ୍ଧାନ ଟିମର ସନ୍ଧାନ ପରେ ଏହି ସବୁ ବଡ ତଥ୍ୟର ଖବର ପଦାକୁ ଆସିଅଛି ।

ତେବେ ଓଡିଶାର ୩ ଜିଲ୍ଲା ଯଥା କେନ୍ଦୁଝର, ଦେଓଗଡ ଓ ମୟୂରଭଞ୍ଜର ଅନେକ ସ୍ଥାନରେ ସୁନା ପଥର ଗଚ୍ଛିତ ପରିମାଣରେ ପଡି ରହିଛି । ତେବେ ଗୋପୁର, ଶଢେଇକଳା, ମାଳୀଡ଼ିହି, ଗୁଆନ୍ସି, ଓ ବାଦାମପାହାଡ ତଥା ଏହିପରି ଆହୁରି ମଧ୍ୟ ଅନେକ ଜାଗାରୁ ସୁନା ପଥର ମାଟି ତଳେ ଗଚ୍ଛିତ ଅବସ୍ଥାରେ ପଡିରହିଛି ବୋଲି ସୁନା ସନ୍ଧାନ ମିଳିପାରିଛି ।
ତେବେ ଆଗାମୀ ସମୟରେ ସେହି ସ୍ଥାନ ମାନଙ୍କର ସଠିକ ଭାବରେ ସୁନା ପଥର ଚିହ୍ନଟ କରି ସୁନା ଉତ୍ତୋଳନ କରାଯିବାର ବ୍ୟବସ୍ଥା କରାଯିବାକୁ ଲକ୍ଷ ଧାର୍ଯ୍ୟ କରାଯାଇଛି । ଯଦି ଏହି ପୋଷ୍ଟଟି ଭଲ ଆପଣ ମାନଙ୍କୁ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ଅଧିକରୁ ଅଧିକ ଲାଟେଷ୍ଟ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

