ଗୋପାଳ ଗାର୍ଡକୁ ମାଗୁଛି ପଖାଳ ଓ ଆଳୁ ଭର୍ତ୍ତା, ରୁଚିଲା ନାହିଁ ଜେଲ ର ଚିକେନ, ଭାତ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଗୋପାଳକୁ ରୁଚିଲାନି ଜେଲ୍ ର ଚିକେନ ଭାତ ଗାର୍ଡକୁ କହୁଛି ପଖାଳ । ତେବେ ସୂଚନା ମୁତାବକ ପୂର୍ବତନ ସ୍ଵାସ୍ଥ ମନ୍ତ୍ରୀ ନବ ଦାସଙ୍କୁ guli mada କରିଥିବା ଅଭିଯୁକ୍ତ ବହିସ୍କୃତ ପୋଲିସ ASI କର୍ମଚାରୀର ତଦନ୍ତ ସରିଲା ପରେ ଗୋପାଳକୁ ଚୌଦାର ଜେଲ୍ କୁ ପଠାଇ ଦିଆଯାଇଥିଲା । ତେବେ ସେଠାରେ ପହଞ୍ଚି ଗୋପାଳ ଜେଲ୍ ରେ ଥିବା ଗାର୍ଡକୁ କହିଲା । ଏହା କି ଯେ ମୋର ଆଉ କିଛି ଲୋଡା ନାହିଁ । ମୋର ବାସ୍ ଶାନ୍ତି ଟିକେ ଦରକାର ହେଉଛି ।

ତାପରେ ଗୋପାଳକୁ ଯେତେବେଳେ ଯେଉଁ ଖାଦ୍ୟ ଦିଆଯାଉଥିଲା । ସେହି ସବୁ ଖାଦ୍ୟ ଖାଇବାକୁ ଅମଙ୍ଗ ହେଉଥିଲା ଅଭିଯୁକ୍ତ ଗୋପାଳ । ଗୋପାଳର କହିବା ଅନୁସାରେ ମୋତେ କେବଳ ପଖାଳ ଓ ଆଳୁ ଭର୍ତ୍ତା ଦରକାର । ଏହା ଛଡା ଅନ୍ୟ କୌଣସି ପ୍ରକାର ଖାଦ୍ୟ ମୋତେ ରୁଚୁ ନାହିଁ । ତେବେ ଗୋପାଳର ଜେଲ୍ ରେ ଦିଆଯାଉଥିବା ଚିକେନ, ଭାତ, ଉପମା, ରୁଟି ଓ ଡାଲମା ଆଦି ଭଳି ଖାଇବା ଖାଇବାକୁ ଜମାରୁ ମଧ୍ୟ ପସନ୍ଦ କରୁନାହିଁ ।

ହାତ ଯୋଡି ଶାନ୍ତି ଦରକାର ଶାନ୍ତି ଦରକାର ବୋଲି ପାଖ ଲୋକଙ୍କୁ କହି ହେଉଛି । ତେବେ ପ୍ରଥମେ ଗୋପାଳ ଝାରସୁଗୁଡା ଜେଲ୍ ରେ ରହିଥିଲା । ତାପରେ ଗୋପାଳ ଉପରେ ଚାଲୁଥିବା ତଦନ୍ତ ଓ ବୟାନ ରେକର୍ଡ ପରେ ଗୋପାଳକୁ ବର୍ତ୍ତମାନ ସମୟରେ ଚୌଦାର ଜେଲ୍ ରେ ରଖା ହୋଇଛି । ବୁଧବାର ସକଳ ଥିଲା ଗୋପାଳ ପାଇଁ ଚୌଦାର ଜେଲ୍ ର ପ୍ରଥମ ସକାଳ । ତେବେ ମଙ୍ଗଳବାର ଗୋପାଳ ପହଞ୍ଚିଲା ପରେ ରାତିରେ ତାହାକୁ ରୁଟି ଓ ଡାଲମା ଦିଆଯାଇଥିଲା ।

ତେବେ ତାହାକୁ ନଖାଇ ବିସ୍କୁଟ ଖାଇକି ଗୋପାଳ ଶୋଇ ଥିଲା । ବୁଧବାର ସକଳ ଦିଆଯାଇଥିବା ଉପମାକୁକ ମଧ୍ୟ ସକାଳେ ନଖାଇ ବିଳମ୍ବରେ ଖାଇଥିଲା । ତେବେ ଜେଲ୍ ର ମାନୁୟାଲ ମିଲ୍ ଅନୁଯାଇ ଗୋପାଳକୁ ମଧ୍ୟାହ୍ନରେ ମିଳିଥିଲା ଭାତ, ଚିକେନ ଓ ଭଜା । ଯାହାକୁ ଦେଖି ଗୋପାଳ ନାକ ଟେକି ଖାଇବାକୁ ରାଜି ହୋଇନଥିଲା ।

ଜେଲ୍ ର ଗାର୍ଡକୁ ପଖାଳ ଓ ଆଳୁ ଭର୍ତ୍ତା ମାଗିଥିଲା । ହେଲେ ମାନୁୟାଲ ବାହାରେ ପଖାଳ ଥିବାରୁ ଗାର୍ଡ ମନା କରିବା ଯୋଗୁ ଯାହା ଦିଆ ହୋଇଥିଲା ତାହାକୁ ଗୋପାଳ ଖାଇଥିଲା । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *