ନମସ୍କାର ବନ୍ଧୁଗଣ, ଆମ ଓଡିଶାର ଛୋଟ ପିଲାମାନଙ୍କର ବର୍ତ୍ତମାନ ସମୟରେ ଅତିପ୍ରିୟ କାର୍ଟୁନ କାମେଡି ହେଉଛି ନଟିଆ କାମେଡି । ତେବେ ନଟିଆ ପାଇଁ ସ୍ଵର ଦେଉଥିବା ସ୍ମୃତି ରୋଜ ଡେ ଦିନ ନିଜ ଜୀବନର ପ୍ରକୃତ ପ୍ରେମ କାହାଣୀର କିଛି କଥା ଲୋକଙ୍କ ସହ ଶେୟାର କରିଛନ୍ତି । ନଟିଆ ତ ବହୁତ ନଟଖଟ ଆପଣ ମାନେ ଦେଖିଥିବେ ତେବେ ରିୟଲ ଲାଇଫରେ ନଟିଆ କିଭଳି ନଟଖଟ ଏବଂ କିଭଳି ତାଙ୍କ ସ୍ତ୍ରୀଙ୍କୁ ନବମ ଶ୍ରେଣୀରେ ଚିଠି ଦେଉଥିଲେ ତାହା ସମ୍ପର୍କରେ କଣ କହିଛନ୍ତି ଆସନ୍ତୁ ଜାଣିବା ।
ସ୍ମୃତି କହିଛନ୍ତି ଆଗର ଭଲ ପାଇବା ବହୁତ ଭଲ ଥିଲା । ଆଜିକାଲିର ଯେଉଁ ଭଲପାଇବା ତାହା ଉପରେ ସେ ନ କହିବା ହିଁ ଭଲ ବୋଲି କହିଛନ୍ତି । 2009 ମସିହାରେ ସ୍ମୁତି ସମ୍ବଲପୁରରେ ଚାକିରି କରିଥିଲେ । ସେହିଠାରେ ସେ ତାଙ୍କର ଜଣେ ଦାଦାଙ୍କ ବାହାଘରକୁ ଯାଇଥିଲେ । ସେହିଠାରେ ହିଁ ସେ ତାଙ୍କ ଧର୍ମ ପତ୍ନୀଙ୍କୁ ଦେଖିଥିଲେ ପ୍ରଥମେ ।
ସେହି ସମୟରେ କାଗଜରେ ନମ୍ବର ଦିଆ ନିଆ ହୋଇଥିଲା । ସ୍ମୃତିଙ୍କ ସ୍ତ୍ରୀ ସେତେବଳେ ନମ୍ବର ଲେଖା ଥିବା କାଗଜକୁ ତାଙ୍କ ମୁଦି ଭିତରେ ଲୁଚାଇ ରଖିଥିଲେ ଜାଣିବି ନଥିଲେ ସେହି କାଗଜରେ ନମ୍ବର ଅଛି ବୋଲି । ଘରକୁ ଯାଇ ଦେଖିଲା ବେଳକୁ ନମ୍ବର ଥିଲା କାଗଜରେ ଆଉ ସେ କଲ ମଧ୍ୟ କରିଥିଲେ ସ୍ମୃତିଙ୍କୁ । ଏହାପରେ ତାଙ୍କର କଥା ବାର୍ତ୍ତା ଆରମ୍ଭ ହୋଇଥିଲା ।
ପ୍ରଥମ ଦେଖା ଦିନ ହିଁ ଉଭୟ ଉଭୟଙ୍କ ଉପରକୁ ଗୋଲାପ ଫୁଲ ଫୋପାଡି ଥିଲେ । ସ୍ମୃତି ତାଙ୍କ ସ୍ତ୍ରୀ ତଥା ତାଙ୍କ ସେତେବେଳର କ୍ରସ ଥିବା ବର୍ତ୍ତମାନର ପତ୍ନୀଙ୍କ ଉପରକୁ ଗୋଲାପ ଫୁଲ ଫୋପାଡିଥିଲେ । ଆଉ ତାଙ୍କ ସ୍ତ୍ରୀ ତାଙ୍କ ଉପରକୁ ଗୋଲାପ ଫୁଲର ପତ୍ର ଫୋପାଡିଥିଲେ । ଏହିଭଳି ଭାବରେ ତାଙ୍କର ପାଞ୍ଚ ବର୍ଷ ଭଲ ପାଇବା ପରେ ବିବାହ ହେଲା । ସ୍ମୃତିଙ୍କ ସ୍ତ୍ରୀ ତାଙ୍କ ଘରେ ପ୍ରଥମେ ଭଲ ପାଇବାର କଥା କହିଥିଲେ ।
ସ୍ମୁତି ନିଜ ଗାଡିର ହର୍ନ ମାରି ତାଙ୍କ ପତ୍ନୀଙ୍କୁ ଘର ବାହାରକୁ ଆସିବାକୁ ଡାକୁଥିଲେ । ତେବେ ତାଙ୍କ ହର୍ନ ମାରିବାର ଭିନ୍ନ ଅନ୍ଦାଜ ଥିଲା । ସେ ତାଙ୍କର ସେହି ସମୟରେ ଭଲ ପାଇବାରେ ବହୁତ ଖୁସିରେ ଥିଲେ ଏବେ ମଧ୍ୟ ତାଙ୍କୁ ନିଜ ସ୍ତ୍ରୀ ଭାବରେ ପାଇ ବହୁତ ଖୁସି ଥିବାର କଥା କହିଛନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।