ରାସ୍ତା ଉପରେ ଏମିତି କଣ ହେଲା ? ହଠାତ କାହିଁକି ଏମିତି ରାଗିଗଲେ ଅଭିନେତା ସିଦ୍ଧାନ୍ତ ମହାପାତ୍ର, ଦେଖନ୍ତୁ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଓଡିଶାର ବହୁ ଚର୍ଚିତ ସୁପର ଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କୁ ସମସ୍ତେ ତାଙ୍କର ଅଭିନୟର ଯାଦୁଗରୀ ପାଇଁ ବହୁତ ଅଧିକ ପସନ୍ଦ କରିଥାନ୍ତି । ଚଳଚିତ୍ରର ଚରିତ୍ର ଅନୁଯାଇ ତାଙ୍କୁ ବିଭିନ୍ନ ପ୍ରକାର ରୂପରେ ଦର୍ଶକ ବନ୍ଧୁ ମାନେ ଦେଖିବାକୁ ପାଇଥାନ୍ତି । ଅନେକ ସମୟରେ ତାଙ୍କର ହସ ହସ ମୁହଁରେ ଅଭିନୟର କଳା ଦେଖିଲା ପରେ ଦର୍ଶକ ବିମୋହିତ ହୋଇଯାଇଥାନ୍ତି ।

ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କର ରୋଡ ଉପରେ ରାଗ ତମ ତମ ଚେହେରା ସୋସିଲାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ସିଦ୍ଧାନ୍ତଙ୍କର ଏପରି ରୋଡ ଉପରେ ରାଗିବାର ଅସଲି କାରଣ କଣ ? ସେ କଣ ପାଇଁ ଜଣଙ୍କୁ ଅଟକେଇବେ ଅଟକେଇବେ ଏହିପରି ଭାବରେ କହି ତାଙ୍କ ଉପରେ ରାଗୁଛନ୍ତି।

ତେବେ ଅଭିନେତା ସିଦ୍ଧାନ୍ତଙ୍କର ସାଇକେଲ ଚଳାଇବା ପ୍ରତି ରୁଚି ପ୍ରାୟତଃ ସମୟରେ ରହିଥାଏ । ଯେଉଁ କାରଣରୁ ରାସ୍ତା ଉପରେ ଅଭିନେତା ସିଦ୍ଧାନ୍ତଙ୍କୁ ସାଇକେଲ ଚଳାଇ ଯାଉଥିବାର ବହୁ ସମୟରେ ଦେଖିବାକୁ ମିଳିଥାଏ । ତେବେ ସାଇକେଲ ଚଳାଇ ଯାଉଥିବା ସମୟରେ ରାସ୍ତାର ବାମ ପାର୍ଶ୍ଵରେ ଜଣେ ବାଇକ ଆରୋହୀ ଛିଡା ହୋଇଥିଲେ ।

ତେବେ ଏହି ଘଟଣାଟି ଏକ ଟ୍ରାଫିକ ପୋଷ୍ଟ ପାଖରେ ଦେଖିବାକୁ ମିଳିଛି । ସବୁ ଟ୍ରାଫିକ ପୋଷ୍ଟ ମାନଙ୍କରେ ରାସ୍ତାର ବାମ ପାର୍ଶ୍ଵଟିକୁ ଜରୁରୀ ସେବା କାଳୀନ ପରିସ୍ଥିତି ପାଇଁ ଫାଙ୍କା ରଖାଯାଇଥାଏ । ଆମ୍ବୁଲାନ୍ସ, ଦମକଳ ତଥା ଏହିପରି କିଛି ଜରୁରୀ କାଳୀନ ସ୍ଥିତି ପାଇଁ ଛଡା ଯାଇଥାଏ । ତେବେ ଘଟଣା ଘଟିଥିବା ଟ୍ରାଫିକ ପୋଷ୍ଟ ପାଖର ବାମ ପାଖଟି ମଧ୍ୟ ଫିଲପ ହୋଇଯାଇଥିଲା ।

ଏହା ସହିତ ଜଣେ ବାଇକ ଆରୋହୀ ବାମ ପଟ ରାସ୍ତାର ନଳା ଉପର ସ୍ଲାପରେ ଛିଡା ହୋଇରହିଛନ୍ତି । ତାପରେ ସେହି ସମୟରେ ଯେତେବେଳେ ଅଭିନେତା ସିଦ୍ଧାନ୍ତ ମହାପାତ୍ର ସେହି ରାସ୍ତା ଦେଇ ସାଇକେଲ ଚଳାଇ ଯାଉଥିଲେ । ସେ ବାଇକ ଆରୋହୀ ଜଣଙ୍କୁ ବହୁତ ବୁଝାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ବାଇକ ଆରୋହୀ ଜଣଙ୍କ ସିଦ୍ଧାନ୍ତଙ୍କର କଥାକୁ ଜମାରୁ ମଧ୍ୟ ଶୁଣିନଥିଲେ ତାପରେ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କର ରାଗ ମୁଣ୍ଡ ଉପରକୁ ଉଠିଗଲା । ସେ ରାଗିକି ପୁରା ରାଗ ତମ ତମ ହୋଇଗଲେ ।

ତାପରେ ସିଦ୍ଧାନ୍ତ ବାଇକ ଆରୋହୀ ଜଣଙ୍କୁ ରାଗିକି ଅଟକେଇବେ ଅଟକେଇବେ ଡାହାଣ ପାଖକୁ ଯାଇ ବାମ ପାଖ ରାସ୍ତା ଫାଙ୍କା କର ବୋଲି କହିଥିଲେ । ତେବେ ସିଦ୍ଧାନ୍ତ ମହାପାତ୍ରଙ୍କର କହିବାର ମୁଖ୍ୟ ଉଦ୍ଧେଶ୍ୟ ଥିଲା କି ବାମ ପାଖ ରାସ୍ତା ଫାଙ୍କା ହେଲେ । ତେବେ ଜରୁରୀ କାଳୀନ ସେବାରେ କିଛି ବାଧା ଆସିବ ନାହିଁ । ତେବେ ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *