ବନ୍ଧୁଗଣ, ସୂଚନା ଅନୁଯାୟୀ ଏଭଳି ଏକ ଘଟଣା ଘଟିଛି ଯାହା ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଆସନ୍ତୁ ଜାଣିନେବା ସେହି ଘଟଣା ସମ୍ବନ୍ଧରେ । ଖବର ଅନୁଯାୟୀ ମୃ-ତ ଘୋଷିତ ୧୫ ବର୍ଷୀୟ ପୁଅକୁ ଜିଅନ୍ତା ଭାବେ ସ୍ଵର୍ଗ ଦ୍ଵାରରୁ ଉଠାଇ ଆଣି ଡାକ୍ତର ଖାନାରେ ଭର୍ତ୍ତି କରିଲେ ପରିବାର ଲୋକେ । ପୁଅର ହାତ ଗୋଡ ପ୍ରାୟ ହଲୁଥିଲା ନିଶ୍ଵାସ ମଧ୍ୟ ନେଉଥିବା ଭଳି ଅନୁଭବ କରିଥିଲେ ସମ୍ପର୍କୀୟ ।
ମାତ୍ର ବିଧିର ବିଧାନ କେ କରିବା ଆନ ! କାନ୍ଦ ବୋବାଳିରେ ଫାଟି ପଡୁଥିଲା ସ୍ଵର୍ଗଦ୍ଵାର । ୧୫ ବର୍ଷର ନିଜ ନାବାଳକ ପୁଅକୁ ହରାଇ ଭାଙ୍ଗି ପଡିଥିଲେ ଜନ୍ମ କରିଲା ବାପା ମା’ ଏବଂ ସମ୍ପର୍କୀୟ । ମାତ୍ର ହଠାତ କେହି ଜଣେ ଅନୁଭବ କରିଲେ ପିଲାଟି ବଞ୍ଚିଛି । ସ୍ଵର୍ଗ ଦ୍ଵାରରେ ଜୁଇରେ ପିଲାକୁ ଦାହ କରିଥିବାର ପ୍ରସ୍ତୁତି ଚାଲିଥିବା ବେଳେ ପିଲାଟି ବଞ୍ଚିଛି ବୋଲି ଜାଣିବାକୁ ପାଇଲେ ।
ଏହା ପରେ ପିଲାଟିର ସମ୍ପର୍କୀୟ ମାନଙ୍କୁ ଲାଗିଲା ଯେ ସତେ ଯେମିତି ପିଲାଟି ହାତଗୋଡ ହଲାଉଛି ଆଉ ନିଶ୍ଵାସ ମଧ୍ୟ ନେଉଛି । ଏହାପରେ ପିଲାଟିର ଜୀବନ ବଞ୍ଚାଇବା ପାଇଁ ସମସ୍ତେ ଧାଇଁ ଆସିଲେ । ସ୍ଵର୍ଗଦ୍ଵାର ଠାରୁ ସିଧାସଳଖ ପିଲାଟିକୁ ପୁରୀର ଚିକିତ୍ସ୍ୟାଳୟକୁ ନେଇଯାଇଥିଲେ । ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବ୍ରହ୍ମପୁରର ଏହି ପିଲାଟିକୁ ପୂର୍ବରୁ ଡାକ୍ତର ମୃ-ତ ଘୋଷଣା କରିଥିଲେ ।
ବର୍ତ୍ତମାନ ସମସ୍ତେ ଏହା ଭାବିବାକୁ ଲାଗିଛନ୍ତି ଯେ ଡାକ୍ତର ନିଶ୍ଚିତ ଭାବରେ ଚିକିତ୍ସ୍ୟାରେ ତୃଟି କରିଛନ୍ତି । ମାତ୍ର ବିଧିର ବିଧାନ କେ କରିବ ଆନ । ବାପା ମା’ ଙ୍କର ମନ ବୁଝୁନଥିଲା ପିଲାଟିର ଏଭଳି ଖବର ଶୁଣି । ବାପା, ମା’ ତଥା ସମ୍ପର୍କୀୟ ଙ୍କ ସମେତ କେହି ଏହା ମାନିବାକୁ ପ୍ରସ୍ତୁତ ନଥିଲେ ଯେ ସତରେ ପିଲାଟି ସବୁଦିନ ଲାଗି ଆର ପାରିକୁ ଚାଲି ଯାଇଛି ବୋଲି । ହସ୍ପିଟାଲ କତୃପକ୍ଷ ଙ୍କୁ ମଧ୍ୟ ଦୋଷ ଲଦିବାରେ ସମସ୍ତେ ଲାଗିଯାଇଥିଲେ ।
କିନ୍ତୁ ନିୟତିର ବୋଧ ହୁଏ ଏହା ବିଚାର ଥିଲା । ଡାକ୍ତର ତାଙ୍କୁ ମୃ-ତ ଘୋଷଣା କରିଲେ ନା ମଲା ପୁଅ ଆଉ ଫେରିବ ? ନା ବିଧିର ନିୟତି ଆଉ ବଦଳିବ। ତେବେ ଏଭଳି ଏକ ଭ୍ରମ ହୋଇଥାଇପାରେ । ଅଥବା କିଛି ଏଭଳି ଦୃଶ୍ୟ ପ୍ରତୀକ ହୋଇଥାଇପାରେ ଡାକ୍ତରଙ୍କ ପାଖକୁ ନେଉନେଉ ପିଲାଟି ଚାଲିଯାଇ ଥାଇପାରେ । ସଂପୂର୍ଣ୍ଣ ଘଟଣା କ’ଣ ଯେ ଘଟିଗଲା ଏହାକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଲା । କିନ୍ତୁ ମଲା ପୁଅ ଆଉ ଫେରିବା ନାହିଁ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।