Cyclone Update: ପାଣିପାଗ ବିଭାଗର ବଡ ସୂଚନା ! ଭୟଙ୍କର ଭାବରେ ଆସୁଛି ବାତ୍ୟା ‘Sitrang’, ଦେଖନ୍ତୁ କେଉଁଠି କରିବ ଲ୍ୟାଣ୍ଡଫଲ

ବନ୍ଧୁଗଣ, ସୂଚନା ଅନୁଯାୟୀ ଓଡିଶା ଛୁଇଁବ ବାତ୍ୟା । ମାତ୍ର ଯଦି ଛୁଇଁବ ତେବେ କେଉଁଠି ଛୁଇଁବ ଏବଂ କେତେ ଜୋରସେ ବୋହିବ ପବନ ? ବଂଗୋପସାଗରରେ ବାତ୍ୟା ର ପରିସ୍ଥିତି ଉପୁଜିଛି । ବର୍ତ୍ତମାନ ପୁଣି ସେହି ଅକ୍ଟୋବର କୁ ପୁଣି ସେହି ବାତ୍ୟା । ତେବେ ୧୯୯୯ ମସିହାର ବାତ୍ୟା ଏ ଯାଏଁ ଲୋକଙ୍କ ମନରୁ ଯାଇ ନାହିଁ । ଏବଂ ବର୍ତ୍ତମାନ ପୁଣି ଥରେ ସେହି ଅକ୍ଟୋବର ମାସରେ ହେବାକୁ ଯାଉଛି ବାତ୍ୟା ।

ବାତ୍ୟା ହେବା ନେଇ IMD ସ୍ପଷ୍ଟ କରିବା ପରେ ବର୍ତ୍ତମାନ ଛାନିଆ ହେଲେଣି ଉପକୂଳ ବାସୀ । ଅବଶ୍ୟ ବାତ୍ୟା କେତେ ବଡ ଆକାରରେ ହେବ ଏବଂ କେଉଁ ତାରିଖରେ ଆସିବ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନଥିଲେ ମଧ୍ୟ ବାତ୍ୟା ହେବା ଥୟ ବୋଲି ପାଣିପାଗ ବିଭାଗ ସ୍ପଷ୍ଟ ସୂଚନା ଦେଇଛି । ଗତ ବାତ୍ୟା ୨୯ ତାରିଖରେ ହୋଇଥିଲା ମାତ୍ର ବର୍ତ୍ତମାନ ୨୪ ତାରିଖରେ ।

ବାତ୍ୟା ସମ୍ପର୍କରେ IMD ସ୍ପଷ୍ଟ କରିବା ପରେ ବର୍ତ୍ତମାନ ସମସ୍ତେ ଟେନସନରେ ଅଛନ୍ତି । ଦକ୍ଷିଣପୂର୍ବ ବଙ୍ଗୋପ ସାଗରରେ ବାତ୍ୟା ସୃଷ୍ଟି ହେବ ବୋଲି କୁହାଯାଉଅଛି । ବାତ୍ୟା ସମ୍ଭାବନା ଥିବା ନେଇ ଟ୍ଵିଟ କରିଛି ପାଣିପାଗ ବିଭାଗ । ଘୂର୍ଣ୍ଣିବଳୟରୁ ଲଘୁଚାପ ଏବଂ ପରେ ଅବପାତ ରୂପ ନେବାର ସମ୍ଭାବନା ରହିଛି । ୨୨ ତାରିଖ ବେଳକୁ ଲଘୁଚାପ ଟି ଅବପାତରେ ପରିଣତ ହେବ ।

ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହୋଇ ବାତ୍ୟା ର ରୂପ ନେଇପାରେ । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ବାତ୍ୟା ରୂପ ନେବାର ସମ୍ଭାବନା ରହିଛି । ତେବେ ବାତ୍ୟା ହେଲେ କେଉଁଠାରେ ମାଡ ହେବ ? କେତେ ଜୋରରେ ପବନ ବହିବ ? ଏହିସବୁ କିଛି ସ୍ପଷ୍ଟ ହୋଇନାହିଁ । ତଥାପି ଓଡିଶା ବାସୀ ଙ୍କ ମନରେ ବାତ୍ୟା ଛନକା ପଶିଛି । ବାତ୍ୟା ସ୍ପଷ୍ଟ ହେବା ପରେ ସରକାର ଙ୍କ ପକ୍ଷରୁ ମଧ୍ୟ ତତପରତା ପ୍ରକାଶ ପାଇଛି ।

ବାତ୍ୟା ପାଇଁ ସରକାରୀ କର୍ମଚାରୀ ଙ୍କ ଛୁଟି ବାତିଲ ହୋଇଛି । ଉପକୂଳବର୍ତ୍ତୀ ଜିଲ୍ଲା ସହିତ ଗଜପତି ଜିଲ୍ଲା କୁ ସତର୍କ ରହିବାକୁ ନିର୍ଦ୍ଧେଶ ଦିଆଯାଇଅଛି । ତେବେ ବାତ୍ୟା କୁ ନେଇ ବର୍ତ୍ତମାନ ସବୁଠାରେ ସମୁଦ୍ର କୂଳିଆ ଲୋକଙ୍କ ମଧ୍ୟରେ ପଶିଲାଣି ଛନକା । ଛୋଟ ପିଲା ମାନେ ମଧ୍ୟ ଏହି ଖବର ଶୁଣି ବହୁତ ଡରି ଯାଇଛନ୍ତି । ପରିସ୍ଥିତି ର ମୁକାବିଲା କରିବା ନିମନ୍ତେ ସତର୍କ ରୁହନ୍ତୁ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *