ବନ୍ଧୁଗଣ, ସୂଚନା ଅନୁଯାୟୀ ପୁଅ ର ଆଖିରେ କଳା ଲଗାଇଲା ସମୟରେ ଦୁଷ୍ଟାମି କରିଲା ପୁଅ, ଏହାପରେ ମା’ ଗେଲରେ ପୁଅ କୁ ଚାପୁଡା ମାରିଦେଲେ । ଏହାପରେ ପୁଅ ଟି ଜିଦ କରି କହିଲା “ବାପା ମୋତେ ମା’ ମାରୁଛି । ଆଜି ମୋତେ କଳା ଲଗାଇଲା ସମୟରେ ଚାପୁଡା ମାରିଲା, ଚାଲ ତା’ ନା ରେ ଥାନା ରେ ଏତଲା ଦେବା ଏବଂ ମୁଁ ପୋଲିସ ରେ କହିବି ମୋ ମା’ ଙ୍କୁ ଥାନାରେ ରଖିବେ । ମା’ କାହିଁକି ମତେ ମାରୁଛି ମୁଁ ଆଜି ପୋଲିସ ରେ କହିବି ।
ସେ ତାଙ୍କୁ କହିବେ ଯେ ମତେ ନ ମାରିବା ପାଇଁ ଚାଲ ବାପା ଆଜି ଆମେ ଥାନା କୁ ଯିବା” । ତେବେ ୩ ବର୍ଷ ର ଶିଶୁ ପୁତ୍ର ତା ବାପା ଙ୍କୁ ଏମିତି କହି ଜିଦ ଧରିଲା ପରେ ଥାନା ରେ ଆସି ଅଭିଯୋଗ ଦେଇଛି । ଏହି ମଜାଦାର କଥା ଟି ହେଉଛି, ମଧ୍ୟ ପ୍ରଦେଶ ଅଞ୍ଚଳର । ଏହି ଶିଶୁ ଟି ନିଜ ବାପା ଙ୍କ ସହିତ ଥାନାରେ ପହଞ୍ଚି ମା’ କୁ ଜେଲ ଦଣ୍ଡ ଦେବା ନିମନ୍ତେ ପୋଲିସ ଅଧିକାରୀ ଙ୍କୁ କହିଛି ।
ନିଜ ମା’ ବିରୁଦ୍ଧରେ ଅଭିଯୋଗ କରି ସେ କହିଛି ଯେ ମା’ ମତେ ମାରୁଛି ! ଏହି ଶିଶୁଟିର କଥା ସମସ୍ତଙ୍କ ମୁହଁରେ ହସ ଆଣିଦେଇଛି । ଖବର ଅନୁଯାୟୀ ତାଙ୍କ ବାପା କହିଛନ୍ତି ଯେ ଗତ ରବିବାର ତାଙ୍କ ପୁଅ ଗାଧୋଇବା ପରେ ତା’ ମା ତାଙ୍କୁ କଳା ଟିକ୍କା ଲଗାଇ ଦେଉଥିଲେ । ଏବଂ ସେ ହଇରାଣ କରିବାରୁ ତା’ ମା ତାକୁ ଗୋଟିଏ ଚାପୁଡା ମାରିଦେଇଥିଲେ ।
ଏହା ପରେ ଶିଶୁ ଟି କାଣ୍ଡିବାକୁ ଲାଗିଥିଲା । ବହୁତ କଷ୍ଟ ରେ ବାପା ତାକୁ ବୁଝାଇଲେ ମାତ୍ର ସେ ଜିଦ କରି କହିଲା ଚାଲ ବାପା ଆମେ ପୋଲିସରେ ଖବର ଦେବା । ଏହା ଶୁଣିବା ପରେ ବାପା ମା’ ବହୁତ ହସିଥିଲେ । ବାପା ଯେତେ ବୁଝାଇଲେ ମଧ୍ୟ ପୁଅ ବୁଝି ନଥିଲା ଶେଷରେ ତାକୁ ଥାନା କୁ ନେଇ ଆସିଥିଲେ । ଏହାପରେ ଥାନା ବାହାରେ ପ୍ରିୟଙ୍କା ନାୟକ ଙ୍କ ସହିତ ତାଙ୍କ ଭେଟ ହୋଇଥିଲା ।
ତାଙ୍କୁ ଦେଖିବା ମାତ୍ରେ ଶିଶୁ ଟି ତାଙ୍କ ହାତ କୁ ଧରି ପକାଇ କହିଥିଲା ଯେ ମା’ ଙ୍କୁ ଜେଲରେ ଭର୍ତ୍ତି କରାଇ ଦିଅ । ଏହା ଶୁଣି ସେ ଖୁବ ହସିଥିଲେ । ତେବେ ଏହି ଭି-ଡି-ଓ ଟି ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ ରେ ଖୁବ ଭା-ଇ-ରା-ଲ ହେବାରେ ଲାଗିଛି । ଏବଂ ଏହାକୁ ନେଇ ଖୁବ ମଜାଦାର କମେଣ୍ଟ ମଧ୍ୟ ଆସିବାରେ ଲାଗିଛି । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।