‘ଦିନେଶ ନୁହଁ ତା’ର ଘର ଲୋକେ କରୁଛନ୍ତି ଷଡଯନ୍ତ୍ର, ତା’ର ମାମୁ, ଭାଇ ଓ ମା ମିଶି ଦିନେଶ କୁ…’ ଦେଖନ୍ତୁ କଣ କହିଲେ Deepika

ବନ୍ଧୁଗଣ, ସୂଚନା ଅନୁଯାୟୀ ଦୀପିକା ମହିଳା କମିଶନର ଙ୍କୁ ପ୍ରଶ୍ନ କରିଛନ୍ତି ଯେ କଣ ପାଇଁ ବେଲ କ୍ୟାନ୍ସଲ ହୋଇଛି ? କଣ ଗୋଟିଏ ପ୍ରୋବ୍ଲେମ ହେବାରୁ ତ ଏଭଳି ହୋଇଛି କି ନା ଖାଲିରେ ଏଭଳି କରିବାକୁ ମଜା ଲାଗୁଛି ? ମାତ୍ର ଯାହା ମୁଁ ଅଭିଯୋଗ କରୁଛି ତାକୁ ନେଇ ପୋଲିସ ତଦନ୍ତ କରୁ ନାହାଁନ୍ତି କି ସିସିଟିଭି ନହେଲା ଭଳି ଲଗାଇଛନ୍ତି । ମାତ୍ର ଯାହା ଅଭିଯୋଗ ଦୀପିକା କରିଛନ୍ତି ସେ ସବୁକିଛି ପୃଭ ଦେଇ କରିଛନ୍ତି ବିନା ପୃଭ ରେ ସେ କିଛି କରି ନାହାଁନ୍ତି ।

ଏହା ସହିତ ଦୀପିକା କହିଛନ୍ତି ଯେ ସେ ଖାଲି ଚାହୁଁଛନ୍ତି ଯେଉଁ ଷଡଯନ୍ତ୍ର ତାଙ୍କ ପରିବାର ଲୋକେ କରୁଛନ୍ତି, ମାତ୍ର ଦିନେଶ କିଛି କରୁ ନାହାଁନ୍ତି, ଦିନେଶ ଙ୍କର ଯେଉଁ ମାମୁଁ ଅଛନ୍ତି, ଭାଇ ଅଛନ୍ତି, ଆଉ ତାଙ୍କ ମା’ ଅଛନ୍ତି ଏହି ପରିବାର ମିଶି ଷଡଯନ୍ତ୍ର କରୁଛନ୍ତି । ଗୋଟେ ଛୁଆ ଅଛି ସେ ତାହାର ବାପା ଙ୍କର ପରିଚୟ ମାଗୁଛି ତଥା ଛୋଟ ସଂସାରଟି କିଭଳି ବସିବ ଏହି ସମସ୍ତ କଥା ଉପରେ ଆଲୋଚନା କାଲି ମଧ୍ୟ କରାଯାଇଥିଲା ବୋଲି ଦୀପିକା କହିଛନ୍ତି ।

ସେ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ସ୍ଵାମୀ ଦିନେଶ ଙ୍କୁ କିଭଳି ପନିସମେଣ୍ଟ ନ ଦେଇ ତାଙ୍କ ପରିବାର ଭଲରେ ବସିଯାଉ ବୋଲି ସେ ଚାହୁଁଞ୍ଚନ୍ତି । ତେବେ ସୂଚନା ଅନୁଯାୟୀ ଦୀପିକା ହାଇକୋର୍ଟ ଯାଇଥିଲେ ଯେଉଁ ଜାମିନ ମିଳିଛି ତାକୁ ଖାରଚ କରିବା ନିମନ୍ତେ । ମାତ୍ର ଏହାକୁ ନେଇ ଦୀପିକା ପ୍ରତିକ୍ରିୟା ଦେଇଛନ୍ତି ଯେ ହାଇକୋର୍ଟ ତାଙ୍କୁ କେଉଁ ନ୍ୟାୟ ଦେଉଛନ୍ତି ତାହା ଅପେକ୍ଷାରେ ସେ ଅଛନ୍ତି ।

ଦିନେଶ ଙ୍କୁ ସେ ପନିସମେଣ୍ଟ ଦେବାକୁ ଚାହୁଁନାହାଁନ୍ତି ବୋଲି କହିଛନ୍ତି । କାରଣ ଦିନେଶ ଙ୍କ ପରିବାର ଲୋକେ ଉଭୟଙ୍କୁ ଏକାଠି ହେବାକୁ ଦେଉ ନାହାଁନ୍ତି । ଶାଶୁ ଶଶୁର ମିଶି ଦୀପିକା ଙ୍କୁ ଅନେକ ପ୍ରକାରର ହାରାସମେଣ୍ଟ କରିବାରେ ଲାଗିଛନ୍ତି । ସବୁ ପ୍ରକାରର ଏଫେୟାର କପି ଆଣି ଦେଖାଇଛନ୍ତି ମାତ୍ର ସେ କୌଣସି କଥା କୁ ବୁଝି ନାହାଁନ୍ତି ।

ଯଦି ଆଇନ ଠିକ ଭାବରେ ଏହି ଘଟଣା କୁ ବୁଝିଥାନ୍ତେ ତେବେ ବୋଧ ହୁଏ ସବୁକିଛି ଅତି ସହଜରେ ସମାଧାନ ହୋଇପାରିଥାନ୍ତା । ମାତ୍ର ଦିନ ପରେ ଦିନ ଗଡି ଚାଲିଛି ଏବଂ ଦୀପିକା ନିଜର ଧର୍ଯ୍ୟଶକ୍ତି କୁ ହରାଇ ନାହାଁନ୍ତି ବୋଲି କହିଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *