ବନ୍ଧୁଗଣ, ସୂଚନା ଅନୁଯାୟୀ ପୋଲିସ ଭୁଲିଗଲା, ବନ ବିଭାଗ ଭୁଲିଗଲା, ଆଉ ଶେଷରେ ଓଡିଶାବାସୀ ମଧ୍ୟ ଭୁଲିଗଲେ, ଏବେ ନନ୍ଦ ମଉସା ଙ୍କ ପରିବାରକୁ ନ୍ୟାୟ କିଏ ଦେବ ? ନନ୍ଦ ମଉସା ଏବେ କେଉଁଠାରେ ? ଅଜଗର ପେଟରେ ଯଦି ନାହାଁନ୍ତି ତେବେ କୁଆଡେ ଗଲେ ? କ’ଣ ପାଇଁ ବନ ବିଭାଗ ଠାରୁ ଆରମ୍ଭ କରି ପୋଲିସ ପ୍ରଶାସନ ସମସ୍ତେ ଚୁପ ? ତେବେ ଓଡିଶାବାସୀ ଦୀପିକା ଏବଂ କିଶୋର ମଟନ ଭିତରେ ନନ୍ଦ ମଉସା ଙ୍କୁ ଭୁଲିଗଲେ କି ? ଦିନେ ଖବରର ଶିରନାମା ପାଲଟିଥିବା ଖବର ଆଜି ପ୍ରଶାସନ ଙ୍କ ପିଣ୍ଡା ତଳେ ଚାପି ହୋଇଗଲାଣି କି ?
କାରଣ ଲୋକେ କହିଥିଲେ ଯେ ନନ୍ଦ ମଉସା ଙ୍କୁ ଅଜଗର ଗିଳି ଦେଇଛି ବୋଲି ଖବର ଚର୍ଚ୍ଚା ହେଲା । ମାତ୍ର ବନ ବିଭାଗ କିନ୍ତୁ ମୁହେଁ ମୁହେଁ ମନା କରିଦେଲା । କହିଲା ଯେ ବୃଦ୍ଧ ଙ୍କୁ ଅଜଗର ଗିଳିନି ବୋଲି । ଦିନେ ଆଠଗଡରୁ ଆରମ୍ଭ କରି ସାରା ଓଡିଶା ରେ ନନ୍ଦ ମଉସା ଙ୍କୁ ଅଜଗର ଗିଳି ଦେଇଛି ବୋଲି ଖବର ଚର୍ଚ୍ଚା ହେଉଥିଲା । ମାତ୍ର ବର୍ତ୍ତମାନ କିନ୍ତୁ ସମସ୍ତେ ଚୁପ । ଧୀରେ ଧୀରେ ସବୁ ଭୁଲିବାକୁ ଗଲେଣି ।
କିନ୍ତୁ ତାଙ୍କ ବୃଦ୍ଧା ସ୍ତ୍ରୀ ଏ ପର୍ଯ୍ୟନ୍ତ ତାଙ୍କ ସ୍ଵାମୀ ଙ୍କ ବାଟକୁ ଚାହିଁ ରହିଛନ୍ତି । ସବୁଦିନ ସନ୍ଧ୍ୟା ନଇଲେ ସେ ତାଙ୍କ ସ୍ଵାମୀ ଙ୍କ ବାଟକୁ ଚାହିଁ ରହୁଛନ୍ତି । କେବେ ତାଙ୍କ ସ୍ଵାମୀ ଆସିବେ ଏବଂ କହିବେ ମୋତେ ଭୋକ ହେଲାଣି ମତେ ଖାଇବାକୁ ଦିଅ । ଏମିତି ଭାବି ଭାବି କହିବେ ମତେ ଭୋକ ହେଲାଣି ଖାଇବାକୁ ଦିଅ । ଏମିତି ଭାବି ଭାବି ବୃଦ୍ଧା ସ୍ତ୍ରୀ ଙ୍କ ଆଖିରୁ ବୋହି ଚାଲିଛି ଅବିଶ୍ରାନ୍ତ ଲୁହ । ମାତ୍ର ସେ ଲୁହକୁ ପୋଛିବ କିଏ ?
ନିଶ୍ଚିତ ଭାବରେ ଏକ ମାସ ହୋଇ ଗଲାଣି ନା ସ୍ଥାନୀୟ ପ୍ରଶାସନ ନା ପୋଲିସ କେହି ନନ୍ଦ ମଉସା ଙ୍କୁ ଖୋଜି ପାରିଲେ ନାହିଁ । ଯଦି ଅଜଗର ପାଖରୁ ତାଙ୍କର ଲୁନା ଏବଂ ଚପଲ ମିଳିଥିଲା । ତେବେ ଏହା ସ୍ଵାଭାବିକ କଥା ଯେ ଯାହା ମଧ୍ୟ ହେଲେ ଲୋକେ ଅଜଗର ଉପରେ ହିଁ ସନ୍ଦେହ କରିବେ ।
ଲୋକେ ସନ୍ଦେହରେ କହିଲେ ଯେ ନନ୍ଦ ମଉସା ଙ୍କୁ ଅଜଗର ଗିଳି ଦେଇଛି ବୋଲି । କାରଣ ଅଜଗର ପେଟର ଆକାର ବହୁତ ବଡ ଥିଲା । ଅଜଗରର ଲମ୍ବ ୧୬ ରୁ ୧୮ ଫୁଟ ଥିଲା । ଯାହାକୁ ବନ ବିଭାଗ ଲୁଚାଇଥିଲା । ଅଜଗର କୁ ଦେଖିବା ପରେ ଲୋକେ କହିଲେ ଯେ ଏହାର ପେଟରେ ନନ୍ଦ ମଉସା ହିଁ ଅଛନ୍ତି ।
କିନ୍ତୁ ବନ ବିଭାଗ ବିନା କୌଣସି ଯାଞ୍ଚ ରେ ସଫା ସଫା ମନା କରିଦେଲା ଯେ ଅଜଗର ପେଟରେ ନନ୍ଦ ମଉସା ନାହାଁନ୍ତି ତଥା କୌଣସି ବନ୍ୟଜନ୍ତୁ କୁ ଅଜଗର ଗିଳିଛି ବୋଲି କହି ଅଭିଯୋଗ କୁ ଚପାଇଦେବା ପାଇଁ ଚେଷ୍ଟା କରିଲେ । ମାତ୍ର ଏହି ଅଭିଯୋଗ ପରେ ଅଜଗର କୁ ଅନ୍ୟତ୍ର ପଠାଦିଆଗଲା କଣ ପାଇଁ ଏହା ବର୍ତ୍ତମାନ ବନ ବିଭାଗ ନିମନ୍ତେ ସବୁଠାରୁ ବଡ ପ୍ରଶ୍ନବାଚୀ ? ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।