ଆଶ୍ଚର୍ଯ୍ୟ ! ଭୋ-ଭୋ ହେଇ କାନ୍ଦୁଛି ପ୍ରେତାତ୍ମା…ବଖାଣୁଛି ନିଜ ହତ୍ୟା କାହାଣୀ, ବିଶ୍ଵାସ ହେଉନଥିଲେ ଦେଖନ୍ତୁ ଏହି Video

ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଘଟଣାର ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଅନ୍ଧ ବିଶ୍ଵାସରୁ ବାହାରି ପାରୁନି ମଣିଷ ଦେଖନ୍ତୁ ପ୍ରେତାତ୍ମା କାନ୍ଦୁଛି ।

କାନ୍ଦି କାନ୍ଦି କହୁଛି ଅଷ୍ଟମ ଶ୍ରେଣୀ ଛାତ୍ରୀର ହତ୍ୟା କାହାଣୀ । କିଏ ହତ୍ୟା କରିଥିଲା କେମିତି ହତ୍ୟା କରିଥିଲା ସବୁ କଥା କାନ୍ଦି କାନ୍ଦି କହୁଛି ପ୍ରେତାତ୍ମା । ଏମିତି ଘଟଣା ଏବେ ସାରା ଗାଁରେ ଚହଳ ପକାଇଛି । ଏ ଦୃଶ୍ୟ ହେଉଛି ବାଲେଶ୍ଵର ଜିଲ୍ଲା ଖଇରା ଥାନା ବାରିଙ୍ଗା ଗାଁର । ଘଟଣା ହେଉଛି ଗତ ମାସ 24 ତାରିଖର ସାରା ଗାଁରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା ସେ ଘଟଣା ।

ଗାଁର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଜଣେ ଲୋକ ଜୀବନ୍ତ ଜାଳି ହତ୍ୟା କରିଦେଇଥିବା ଅଭିଯୋଗ ହୋଇଥିଲା ।  ଆଉ ଏ ଘଟଣାର ଯିଏ ଅଭିଯୁକ୍ତ ସିଏ ଏବେ ଜେଲରେ ଅଛି । ଆଉ ଏହାରି ଭିତରେ ଏହି ଝିଅ ଦେହରେ ସେହି ମୃତ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ପ୍ରେତାତ୍ମା ଉଭା ହେଉଛି ବୋଲି ଗାଁ ଲୋକ ବିଶ୍ଵାସ କରୁଛନ୍ତି । ବନ୍ଧୁଗଣ ବର୍ତ୍ତମାନର ସମୟରେ ମେଡିକାଲ ସାଇନ୍ସ ବହୁତ ଉର୍ଦ୍ଧକୁ ଗଲାଣି ।

ଏହା ସବୁ ଅନ୍ଧ ବିଶ୍ଵାସ ବୋଲି ହେତୁବାଦୀ ମାନେ ମତ ଦେଇଛନ୍ତି । ଆମେ ଏଭଳି ଘଟଣାକୁ ପ୍ରଶୟ ଦେଉ ନାହୁଁ ହେଲେ କଥା ଏତିକି ଯେ, ସ୍ଥାନୀୟ ଅଞ୍ଚଳରେ ଯାହା ଘଟିଛି ସେ ଖବର ଆମେ ସାମ୍ନାକୁ ଆଣିଛୁ । ଏ ଭିଡିଓରେ ଯାହା ସାମ୍ନାକୁ ଆସୁଛି ସେଥିରେ ଏହି ଯୁବତୀ ଜଣକ କହୁଛନ୍ତି ତାଙ୍କୁ ଯିଏ ହତ୍ୟା କରିଛି ସେଥିରେ ତାଙ୍କ ସ୍ତ୍ରୀ ମଧ୍ୟ ସାମିଲ । ସେ ପ୍ରଥମେ ତାଙ୍କୁ ଡାକି ଥିଲେ ଆଉ ସେ ଡାକିବାରୁ ଯାଇଥିଲେ ।

ପ୍ରଥମେ ସେ ତାଙ୍କ ଗୋଡକୁ ବାନ୍ଧି ଦେଇଥିଲେ ଗୋଡ ଫିଟେଇବାକୁ ସେ ବାରମ୍ବାର ଚିତ୍କାର କରି ଅନୁରୋଧ କରିଥିଲେ ମଧ୍ୟ ତାଙ୍କ କଥା କେହି ଶୁଣି ନଥିଲେ । ଆଉ ତା ପରେ କଣ ଘଟିଲା ସେ ଜାଣି ନାହାନ୍ତି । ତେବେ ଏହି ଘଟଣାକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *