ବନ୍ଧୁଗଣ ବର୍ତ୍ତମାନର ଡିଜିଟାଲ ଦୁନିଆରେ ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ଅଛନ୍ତି ଆଉ ଦୁନିଆରେ ଘଟୁଥିବା ସମସ୍ତ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ଯେକୌଣସି ସମୟରେ ଦେଖି ପାରୁଛନ୍ତି । କ୍ୟାମେରାରେ କଏଦ ହୋଇଥିବା ଅନେକ ଆଶ୍ଚର୍ଯ୍ୟ ଜନକ ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଘଟଣାର ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ।
ଏହି ଭିଡିଓ ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଭାଇରାଲ ହେଉଥିବା ଭିଡିଓରେ କିଛି ଛାତ୍ର-ଛାତ୍ରୀ ମାନେ ଯନ୍ତ୍ରଣାରେ ଛଟପଟ ହେଉଥିବାର ନଜର ଆସୁଛନ୍ତି ।
ଏଭଳି ଦୃଶ୍ୟ ଲୋକ ମାନଙ୍କୁ ବିଚଳିତ କରିଛି । ତେବେ ମିଡିଆ ରିପୋର୍ଟସ ଅନୁସାରେ ବିଦ୍ୟାଳୟରେ ପାଠ ପଢା ଚାଲିଥିବା ବେଳେ ବଜ୍ରପାତ ଘଟି ଛାତ୍ର ଛାତ୍ରୀ ଓ ଶିକ୍ଷକ ଗୁରୁତ୍ଵର । ଏଭଳି ଅଭାବନୀୟ ଘଟଣା ଘଟିଛି ଦେବଗଡ ଜିଲ୍ଲା ତିଳେଇ ବଣି ବ୍ଲକ କୁଟୁରାପସି ପ୍ରାଥମିକ ବିଦ୍ୟାଳୟରେ । ଅପରାହ୍ନ ପ୍ରାୟ 1ଟାରେ ବଜ୍ରପାତ ଯୋଗୁଁ ଶ୍ରେଣୀ କୋଠରିରେ ପାଠ ପଢୁଥିବା ତୃତୀୟ, ଚତୁର୍ଥ ଏବଂ ପଞ୍ଚମ ଶ୍ରେଣୀର 17 ଜଣ ଛାତ୍ର-ଛାତ୍ରୀ ଏବଂ ଶିକ୍ଷକ ଆହତ ହୋଇଛନ୍ତି ।
ଏହା ମଧ୍ୟରୁ 7 ଜଣ ଛାତ୍ର-ଛାତ୍ରୀଙ୍କ ଅବସ୍ଥା ଗୁରୁତ୍ଵର ରହିଛି । ଏହି ଛାତ୍ର-ଛାତ୍ରୀଙ୍କୁ 108 ଆମ୍ବୁଲାନ୍ସରେ ଆଣି ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅନ୍ୟ ପଟେ ବଜ୍ରପାତ ଯୋଗୁଁ ବିଦ୍ୟାଳୟର ଶ୍ରେଣୀର ଛାତ କଣା ହୋଇ ଯାଇଥିବା ବେଳେ ଚଟାଣ ଫାଟି ଫାଳ ଫାଳ ହୋଇ ଯାଇଛି । ଏଥି ସହିତ ବିଦ୍ୟୁତ ଉପକରଣ ଜିନିଷ ଗୁଡିକ ପୋଡି ନଷ୍ଟ ହୋଇ ଯାଇଛି ।
ଅନ୍ୟ ପଟେ ଚିକିତ୍ସାଧିକ ଛାତ୍ର-ଛାତ୍ରୀଙ୍କ ଶରୀର ଜ୍ଵଳା ପୋଡା ହେଉଥିବା ସହ ସ୍ୱାସ୍ଥ୍ୟ ଅବସ୍ଥା ଠିକ ନଥିବା ସୂଚନା ମିଳିଛି । ଖବର ପାଇବା ପରେ ଦେବଗଡ ବିଧାୟକ, ଏସପି, ଟିଓ ଏବଂ ତହସିଲଦାର ପ୍ରମୁଖ ପହଞ୍ଚି ଛାତ୍ର-ଛାତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଦେଖି ଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।