ମହାନଦୀରେ ବଡ ବନ୍ୟା ତେବେ କଣ ହୋଇପାରେ ଏହା ପଛର କାରଣ । ଛତିଶଗଡରେ ଏକାଧିକ ବ୍ୟାରେଜ ନିର୍ମାଣ ନା ହୀରାକୁଦ ପଙ୍କରେ ପୋତି ହୋଇପଡୁଥିବାରୁ ସୃଷ୍ଟି ହେଉଛି ସମସ୍ଯା । ଛତିଶଗଡ ଓ ଓଡିଶାରେ ପ୍ରବଳ ବର୍ଷା ହେବା ପରେ ସୃଷ୍ଟି ହୋଇଛି ବନ୍ୟା ସ୍ଥିତି । ହୀରାକୁଦ ଜଳ ଭଣ୍ଡାରର ପଛୁଆ ପାଣିରେ ବରଗଡ ଜିଲ୍ଲାର ଅନେକ ଗାଁରେ ପାଣି ପଶିଥିବା ବେଳେ ତଳ ମୁଣ୍ଡରେ ସମ୍ବଲପୁର, ସୁବର୍ଣ୍ଣ ପୁର, ବୌଦ୍ଧ, ଅନୁଗୁଳ, ନୟାଗଡ, ଖୋର୍ଦ୍ଧା, କଟକ, ପୁରୀ, ଜଗତ ସିଂହ ପୁର, କେନ୍ଦ୍ରାପଡା ଓ ଯାଜପୁର ଜିଲ୍ଲାର ଅନେକ ଅଞ୍ଚଳ ଜଳ ମଗ୍ନ ହୋଇଛି ।
ପୂର୍ବରୁ 1982, 2001, 2006, 2008, 2011 ଓ 2020ରେ ମହାନଦୀ ଅବବାହିକାରେ ମଧ୍ୟ ବଡ ବନ୍ୟା ଆସିଥିଲା । ତେବେ ଏଥର କମ ପାଣି ଆସିଥିଲେ ମଧ୍ୟ ସ୍ଥିତି ଅଧିକ ଜଟିଳ ହୋଇଛି । ତେବେ ଏହାକୁ ନେଇ ରାଜ୍ୟ ସରକାର ଓ ଜଳ ସମ୍ପଦ ବିଭାଗରେ କୌଣସି ନିର୍ଦ୍ଧିଷ୍ଟ ଉତ୍ତର ନାହିଁ ।
1962 ମସିହାରେ କାର୍ଯ୍ୟକ୍ଷମ ହୋଇଥିବା ହୀରାକୁଦ ଡ୍ୟାମ ପରେ ତଳ ମୁଣ୍ଡରେ ଆଉ ବନ୍ୟା ନିୟନ୍ତ୍ରଣ ଲାଗି ଆଉ କୌଣସି ବ୍ୟବସ୍ଥା ନଥିବାରୁ ଜଳମଗ୍ନ ହେଉଛି କି ତଳି ଅଞ୍ଚଳ ।ଡ୍ୟାମ ତଳ ମୁଣ୍ଡରେ 7ଟି ବ୍ୟାରେଜ ନିର୍ମାଣ ପାଇଁ ଯୋଜନା କରିଥିଲେ ରାଜ୍ୟ ସରକାର ହେଲେ ଏ ପର୍ଯ୍ୟନ୍ତ ଗୋଟିଏ ମଧ୍ୟ କାର୍ଯ୍ୟକାରୀ ହୋଇ ନାହିଁ । ଏହା ଫଳରେ ମହାନଦୀ ଉପର ମୁଣ୍ଡରେ ବର୍ଷା ହେଲେ ତଳ ମୁଣ୍ଡରେ ଥିବା ଜିଲ୍ଲା ବାସୀଙ୍କୁ ବନ୍ୟା କଷ୍ଟ ଭୋଗିବାକୁ ପଡୁଛି ।
ତେବେ ହୀରାକୁଦ ମାଟି ବନ୍ଧକୁ 74 ବର୍ଷ ପୁରିଲାଣି ଏହା ସତ୍ବେ ତଳିଆ ଅଞ୍ଚଳକୁ ବଢିରୁ ବଞ୍ଚେଇବାକୁ ଯାଇ ଅନେକ ସମୟରେ ଡ୍ୟାମରେ ଅଧିକ ଜଳ ରଖିବାକୁ ପଡୁଛି ।ଯେମିତି ଏଥର 627 ଫୁଟ ଜଳ ରଖିବାକୁ ପଡୁଛି ଯାହାକି ସାଂଘାତିକ ପରିସ୍ଥିତି ସୃଷ୍ଟି କରିବାର ଆଶଙ୍କା ବି ରହିଛି । ତେଣୁ ବର୍ଷା ଦିନ ବନ୍ୟା ଜଳର ସ୍ଥିତି ଜାଣିବା ପାଇଁ ଡ୍ୟାମର ଉପର ମୁଣ୍ଡରେ ଗେଷ୍ଟ ଷ୍ଟେସନ ପ୍ରତିଷ୍ଠାର ଆବଶ୍ୟକତା ଥିବାର କୁହାଯାଉଛି ।
ମହାନଦୀ ବନ୍ୟା ପରିଚାଳନାରେ ଅନେକ ସମୟରେ ମାନବୀୟ ତ୍ରୁଟି ମଧ୍ୟ ନଜର ଆସୁଛି । ତେବେ ବନ୍ଧୁଗଣ ବର୍ତ୍ତମାନ ଏହା ହେଉଛି ଏକ ବଡ ଚିନ୍ତାର କାରଣ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।