ନମସ୍କାର ବନ୍ଧୁଗଣ ଆପଣ ନିତିଦିନ ଅନେକ ଅଜବ ଏବଂ ଅବିଶ୍ଵସନୀୟ ଘଟଣା ବିଷୟ ରେ ଶୁଣୁ ଥିବେ ଏବଂ ଜାଣିବାକୁ ପାଉଥିବେ । କିଛି ଖବର ଏଭଳି ମଧ୍ୟ ଅଛି ଯାହାକୁ ଶୁଣିବା ଏବଂ ଦେଖିବା ପରେ ମଧ୍ୟ ବିଶ୍ୱାସ କରିବା ବହୁତ ମୁସ୍କିଲ ।
ତେବେ ବର୍ତ୍ତମାନ ଏକ ଖବର ସାମ୍ନା କୁ ଆସୁଛି ଏସସିବି ମେଡ଼ିକାଲ ରୁ । ସେଠାରେ ଜଣେ ମହିଳା ଏକା ଥରକରେ ଚାରି ଚାରିଟି କନ୍ୟା ସନ୍ତାନ କୁ ଜନ୍ମ କରିଛନ୍ତି । ତେବେ ଆସନ୍ତୁ ସମ୍ପୃକ୍ତ ଘଟଣା ସମ୍ପର୍କରେ ଆଲୋଚନା କରି ନେବା । ଘଟଣା ଟି ଏଭଳି କି ନୟାଗଡ଼ ଜିଲ୍ଲା ଶରଣ ପୁର ର ଛବି ନାୟକ କଟକ ର ଏସସିବି ମେଡ଼ିକାଲ ରେ ପ୍ରସବ ପାଇଁ ଭର୍ତ୍ତି ହୋଇଥିଲେ ।
ଛବି ଅତ୍ୟନ୍ତ ଗରିବ ଶ୍ରେଣୀ ର ହୋଇଥିବା ବେଳେ ପ୍ରସବ ପାଇଁ ଅର୍ଥ ର ଅଭାବ ଥିଲା ଏବଂ ଏହି ସମୟରେ ଭଗବାନଙ୍କ ଦୂତ ସାଜି ତାଙ୍କୁ ସହାୟତାର ହାତ ବଢ଼େଇ ଥିଲେ ଓଲିଉଡ ଜଗତର ସୁପର ଷ୍ଟାର ଏବଂ ଲୋକପ୍ରିୟ ଅଭିନେତା ସବ୍ୟସାଚୀ । ସେ ତାଙ୍କର ଆସିବାର ଏବଂ ଆମ୍ବୁଲାନ୍ସ ପଠେଇବାର ଏବଂ ମେଡ଼ିକାଲ ରେ ଆଡ଼ମିଟ କରିବା ସହ ସମସ୍ତ ଖର୍ଚ୍ଚ ନିଜେ ଉଠାଇ ଥିଲେ ।
View this post on Instagram
ତେବେ ଛବି ଙ୍କ ର ବିନା କୌଣସି ଅସ୍ତ୍ରୋପଚାର ରେ ସେ ସନ୍ତାନ ଜନ୍ମ କରିଥିଲେ ଏବଂ ତାହା ପୁଣି ଚାରି ଚାରି ଟି କନ୍ୟା ସନ୍ତାନ । ତେବେ ଏହି ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହ ସମସ୍ତେ ଖୁସି ମଧ୍ୟ ଥିଲେ । ତେବେ ଟେଷ୍ଟ ପରେ ସେ ରକ୍ତ ସିକୁଳି,ଜଣ୍ଡିସ ଏବଂ ଆନିମିଆ ରେ ପୀଡିତ ଥିବାର ଜଣାପଡିଥିଲା କିନ୍ତୁ ଏସସିବି ପକ୍ଷ ରୁ ଡାକ୍ତର ଏକ ସ୍ୱତନ୍ତ୍ର ଟିମ ଗଠିତ କରି ତାଙ୍କର ପ୍ରସବ କରାଇଥିଲେ ଏବଂ ସଫଳ ମଧ୍ୟ ହୋଇଥିଲେ । ତେବେ ବର୍ତ୍ତମାନ ମାଆ ଏବଂ ସନ୍ତାନ ମାନେ ସବୁ ସୁସ୍ଥ ଅଛନ୍ତି ।
ଏହି ଖବର ପରେ ଘରକୁ ଚାରି ଜଣ ଲକ୍ଷ୍ମୀ ଆସିଛନ୍ତି ଏବଂ ମୁଁ ମାମୁଁ ହୋଇଗଲି ବୋଲି ସବ୍ୟସାଚୀ କହିଥିଲେ ତାସହ ସେ ସମସ୍ତ କର୍ମଚାରୀ ଏବଂ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ । ବନ୍ଧୁଗଣ ଏହି ପ୍ରସଙ୍ଗ ରେ ଆପଣଙ୍କ ମତାମତ କଣ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ ।