ଟିଭି ସିରିଆଲ ‘ବୀର୍ କୀ ଅରଦାସ ବୀରା’ ରେ ଛୋଟ ବୀର ଏବଂ ବୀରା ର ଭୂମିକା ରେ ଅଭିନୟ କରିଥିବା ଏହି କଳାକାର ବର୍ତ୍ତମାନ ବଡ଼ ହୋଇସାରିଛନ୍ତି-

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ୨୦୧୨ ମସିହାରେ ଷ୍ଟାର ପ୍ଲସ ଚ୍ୟାନେଲ ରେ ପ୍ରସାରିତ ଟିଭି ସିରିଆଲ ‘ବୀର କି ଅରଦାସ ବୀରା’ ଦର୍ଶକ ମାନଙ୍କୁ ବହୁତ ମାତ୍ରାରେ ପସନ୍ଦ ହୋଇଥିଲା। ଏହି ସିରିଆଲ ରେ ଥିବା ସମସ୍ତ କଳାକାର ନିଜ ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କୁ ଅନେକ ମାତ୍ରାରେ ପ୍ରଭାବିତ କରିଥିଲେ। ଏହି ସିରିଆଲ ବହୁତ ଲୋକପ୍ରିୟତା ମଧ୍ୟ ହାସଲ କରିଥିଲା। ଏହି ଟିଭି ସିରିଆଲ ରେ ରଣବିଜୟ ଏବଂ ବୀରା ନାମକ ଚରିତ୍ର ରେ ଅଭିନୟ କରିଥିବା ଦୁଇ କଳାକାର ଙ୍କୁ ଦର୍ଶକ ମାନେ ଖୁବ ପସନ୍ଦ କରିଥିଲେ ଏବଂ ଏହି ଦୁଇ କଳାକାର ଙ୍କ ପାଇଁ ଏହି ସିରିଆଲ ର ଚାହିଦା ଅଧିକ ମାତ୍ରାରେ ରହିଥିଲା।

‘ବୀର କି ଅରଦାସ ବୀରା’ ଟିଭି ସିରିଆଲ କୁ ବର୍ତ୍ତମାନ ୮ ବର୍ଷ ପୂର୍ଣ ହୋଇ ସାରିଛି। ଯଦିଓ ଏହି ସିରିଆଲ ବର୍ତ୍ତମାନ ଟେଲିଭିଜନ ରେ ପ୍ରସାରିତ ହେଉ ନାହିଁ। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଦର୍ଶକ ମାନେ ଏହି ସିରିଆଲ କୁ ସେତିକି ମାତ୍ରାରେ ପସନ୍ଦ କରୁଛନ୍ତି।

ଏହି ଟିଭି ସିରିଆଲ ରେ ରଣବିଜୟ ଏବଂ ବୀରା ପରସ୍ପର ଭାଇ ଓ ଭଉଣୀ ଭୂମିକା ରେ ଅଭିନୟ କରିଥିଲେ। ଏହି ଦୁଇ କଳାକାର ବର୍ତ୍ତମାନ ବହୁତ ମାତ୍ରାରେ ବଦଳି ଯାଇଛନ୍ତି ଏକ ବଡ଼ ହୋଇସାରିଛନ୍ତି। ତେବେ ଆସନ୍ତୁ ଜାଣିବା ଏହି ଦୁଇ କଳାକାର ବର୍ତ୍ତମାନ କିପରି ଅଛନ୍ତି ଏବଂ କଣ କରୁଛନ୍ତି।

ଏହି ସିରିଆଲ ରେ ବୀରା ନାମକ ଚରିତ୍ର ରେ ଅଭିନୟ କରୁଥିବା ଅଭିନେତ୍ରୀ ଙ୍କ ରିଅଲ ନାଁ ହେଉଛି, ‘ହର୍ଷିତା ଓଝା’।ଏହି ଅଭିନେତ୍ରୀ ଙ୍କ ଜନ୍ମ ୧୦ ଫେବୃଆରୀ ୨୦୦୭ ମସିହାରେ ଝାଡ଼ଖଣ୍ଡ ରେ ହୋଇଥିଲା। ସେହିଠାରେ ହିଁ ସେ ନିଜର ପାଠପଢ଼ା ପୂର୍ଣ କରିଥିଲେ। ଏହି ଅଭିନେତ୍ରୀ ନିଜର ଅଭିନୟ କ୍ୟାରିଆର ଟିଭି ସିରିଆଲ ‘ବୀର କି ଅରଦାସ ବୀରା’ ରୁ ଆରମ୍ଭ କରିଥିଲେ ଏବଂ ବେଶ ଲୋକପ୍ରିୟତା ହାସଲ କରିଥିଲେ।

ଏହାପରେ ତାଙ୍କୁ ‘ସାବଧାନ ଇଣ୍ଡିଆ’ ଏବଂ ‘ତମନା’ ଭଳି ସିରିଆଲ ରେ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଏହି ଅଭିନେତ୍ରୀ ପୂର୍ବ ଅପେକ୍ଷା ବହୁତ ମାତ୍ରାରେ ବଦଳି ସାରିଛନ୍ତି ଏବଂ ନିଜର ୧୩ ବର୍ଷ ବୟସ କଂପ୍ଲିଟ କରିସାରିଛନ୍ତି। ବର୍ତ୍ତମାନ ସେ ପୂର୍ବ ଅପେକ୍ଷା ଅଧିକ ସୁନ୍ଦର ଏବଂ ଷ୍ଟାଇଲିସ ଦେଖା ଯାଉଛନ୍ତି। ସେ ବର୍ତ୍ତମାନ ଆକ୍ଟିଂଗ ଦୁନିଆ ରେ ଦୂରରେ ରହି ନିଜର ପାଠପଢ଼ା ପ୍ରତି ଧ୍ୟାନ ଦେଉଛନ୍ତି।

ଏହି ଟିଭି ସିରିଆଲ ରେ ରଣବିଜୟ ନାମକ ଚରିତ୍ର ରେ ଅଭିନୟ କରିଥିବା ଅଭିନେତା ଙ୍କ ରିଅଲ ନାଁ ହେଉଛି, ‘ଭାବେଶ ବଳଚନ୍ଦନି’ ଅଟେ। ଏହି ଅଭିନେତା ଙ୍କ ଜନ୍ମ ୧୪ଏପ୍ରିଲ ୨୦୦୧ ମସିହାରେ ଗୁଜୁରାଟ ରେ ହୋଇଥିଲା। ସେ ନିଜର ପାଠପଢ଼ା ମଧ୍ୟ ଏହିଠାରେ ଆରମ୍ଭ କରିଥିଲେ। ଏହି ଅଭିନେତା ନିଜ କ୍ୟାରିଅର ର ଆରମ୍ଭ ସିରିଆଲ ‘ଫୁଲବା’ ରୁ ଆରମ୍ଭ କରିଥିଲେ ଏବଂ ଏହାପରେ ତାଙ୍କୁ ‘ସୂର୍ଯ୍ୟ ପୁତ୍ର କର୍ଣ’, ‘ନାମକରଣ’ ଭଳି ସିରିଆଲ ରେ ଦେଖିବାକୁ ମିଳିଥିଲା।

ସେ ନିଜର ଅଭିନୟ ମାଧ୍ୟମରେ ବହୁତ ମାତ୍ରାରେ ସଫଳତା ହାସଲ କରିଥିଲେ। ବର୍ତ୍ତମାନ ଏହି ଅଭିନେତା ଜଣକ ପୂର୍ବ ଅପେକ୍ଷା ବହୁତ ମାତ୍ରାରେ ବଦଳି ସାରିଛନ୍ତି ଏବଂ ନିଜର ୧୯ ବର୍ଷ କଂପ୍ଲିଟ କରି ସାରିଛନ୍ତି। ଏହି ଅଭିନେତା ପୂର୍ବ ଅପେକ୍ଷା ହାଣ୍ଡସମ ଏବଂ ମ୍ୟାଚୋର ଦେଖା ଯାଉଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଏହି ଅଭିନେତା ନିଜ ଅଭିନୟ କ୍ୟାରିଅର କୁ ଜାରି ରଖିଛନ୍ତି।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ମନୋରଞ୍ଜନ ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *