ଉତ୍ତର ବଙ୍ଗୋପ ସାଗରରେ ସୃଷ୍ଟି ହେଇଛି ଲଘୁଚାପ, ନେଇପାରେ ବାତ୍ୟାର ରୂପ, ରଜ ଆରମ୍ଭରୁ ପ୍ରବଳ ବର୍ଷିବ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ପୁଣିଥରେ ସୃଷ୍ଟି ହୋଇଛି ବଙ୍ଗୋପସାଗର ରେ ଲଘୁଚାପ । ଏହି ଲଘୁଚାପ ସକ୍ରିୟ ରହିଛି । ଏହାର ପ୍ରଭାବ ରେ ପ୍ରବଳ ରୁ ପ୍ରବଳ ବେଗରେ ବର୍ଷା ହେବ । ଏହି ସମ୍ବନ୍ଧରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ଲଘୁଚାପ ବଳୟ ବାତ୍ୟାରେ ମଧ୍ୟ ପରିଣତ ହୋଇପାରେ ବୋଲି ସୂଚନା ମିଳିଛି । କାରଣ ଏହା ଧୀରେ ଧୀରେ ଘନୀଭୂତ ହେବାରେ ଲାଗିଛି । ବିଗତ ୨ ମାସ ମଧ୍ୟ ରେ ଦେଶରେ ଲଗାତାର ଦୁଇଟି ବାତ୍ୟା ର ଆଗମନ ହୋଇଥିଲା । ତାଉକେତ ବାତ୍ୟା ରେ ମହାରାଷ୍ଟ୍ର ,ଗୁଜୁରାଟ ଆଦି ରାଜ୍ୟ ପ୍ରଭାବିତ ହୋଇଥିବା ବେଳେ ୟାସ୍ ଓଡ଼ିଶା ଓ ପଶ୍ଚିମବଙ୍ଗ ତାଣ୍ଡବ ରଚିଥିଲା । ବର୍ତ୍ତମାନ ପୁଣିଥରେ ଆଉ ଏକ ସମ୍ଭାବ୍ୟ ବାତ୍ୟା ଚିନ୍ତା ବଢ଼ାଇ ଦେଇଛି ।

ଆଇଏମ୍ଡି ର କହିବାନୁଯାୟୀ, ଦକ୍ଷିଣା-ପଶ୍ଚିମା ମୌସୁମୀ ବାୟୁ ସକ୍ରିୟ ରହିଛି । ଯାହାର ପ୍ରଭାବ ରେ ରାଜ୍ୟ ରେ ଅତି ରୁ ଅତି ପ୍ରବଳ ବେଗରେ ବର୍ଷା ହେବ । ଆସନ୍ତା ୨ ରୁ ୩ ଦିନ ପର୍ଯ୍ୟନ୍ତ ଏହିପରି ବର୍ଷା ଲାଗି ରହିବ । ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ଏହି ଲଘୁଚାପ ଅଧିକ ରୁ ଅଧିକ ଘନୀଭୂତ ହେଲେ ଏହା ବାତ୍ୟା ର ରୂପ ଧାରଣ କରିପାରେ ।

ସମ୍ଭାବ୍ୟ ବର୍ଷା କୁ ନଜର ରେ ରଖି ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳ ଙ୍କୁ ତତ୍ପର ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲିବାକୁ ମଧ୍ୟ କୁହାଯାଇଛି । ଯେପରି ବନ୍ୟା ଓ ଭୁସ୍କଳନ ର ମୁକାବିଲା କରାଯାଇ ପାରିବ ।

ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି ଯେ, ଅନେକ ସ୍ଥାନରେ ବାତ୍ୟା ଏବଂ ଭୁସ୍କଳନ ହେବାର ଆଶଙ୍କା ରହିଛି । ଏଥି ନିମନ୍ତେ ଦୃଢ଼ ପଦକ୍ଷେପ ଗ୍ରହଣ କରାଯିବ ଏବଂ ଆବଶ୍ୟକ ସ୍ଥଳେ ଲୋକ ମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ।

Leave a Reply

Your email address will not be published. Required fields are marked *