ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ପେଟିରୁ ମିଳିଲା ପୁଳା ପୁଳା ଟଙ୍କା । ହଁ ଦର୍ଶକବନ୍ଧୁ ନବରଂଗପୁର ର ଉପଜିଲ୍ଲାପାଳଙ୍କ ଘରେ ହୋଇଥିଲା ଭିଜିଲେନ୍ସ ରେଡ୍ ଓ ମିଳିଛି କୋଟି କୋଟି ଟଙ୍କା । ଆପଣ ଦେଖିପାରୁଥିବେ 6 ଗୋଟି ପେଟିରୁ ମିଳିଛି କୋଟି କୋଟି ଟଙ୍କା ଅନୁମାନ କରାଯାଉଛି ଯେ ଗୋଟେ ପେଟିରେ 20 ଲକ୍ଷରୁ କମ୍ ନଥିବ ।

ତେବେ ଏତେ ସାରା ଟଙ୍କା ଅଛି ବୋଲି କେମିତି ଜାଣିଲେ ଅଧିକାରୀ । ସୂଚନା ଅନୁସାରେ ଉପଜିଲ୍ଲାପାଳ ଲାଞ୍ଚ ନେଉଥିବା ନେଇ ଜଣସାଧାରଣ ବହୁତ ଥର ଅଭିଯୋଗ କରିଥିଲେ ମାତ୍ର ଉଚ୍ଚ ଅଧିକାରୀ ଅନେକ ଥର ବିଷୟକୁ ମୁଖ୍ୟ ରୂପେ ନେଇନଥିଲେ । ମାତ୍ର ଏହା ପ୍ରତି ପଦକ୍ଷେପ ନେବା ଚିନ୍ତା କରି ପହଞ୍ଚିଥିଲେ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ଘରେ ମାତ୍ର ସେଠାରେ ପହଞ୍ଚିବା ବେଳକୁ ଅଫିସରମାନେ କିଛି ଶବ୍ଦ ଶୁଣିବାକୁ ପାଇଥିଲେ ଏବଂ ତାହା କଣ ଜାଣିବାକୁ ଯାଇଥିବାବେଳେ ସେଦେଖିଥିଲେ ଯେ ପ୍ରଶାନ୍ତଙ୍କ ଘର ନମ୍ବର 117 ଓ ଘରକୁ ଲାଗିକି 116 ନମ୍ବର ଘର ରହିଛି ।
ତେବେ 116 ଘରର ଛାତ ଉପରେ 6ଟି ପେଟି ଫୋପଡା ଯାଇଛି । ଯେବେ 116 ନମ୍ବର ଘରଲୋକଙ୍କୁ ଯାଇ ପଚରା ଗଲା ତେବେ ସେମାନେ କହିଥିଲେ ଯେ ଏହା ଆମର ନୁହେଁ । ଉପଜିଲ୍ଲାପାଳ ପ୍ରଶାନ୍ତ ରେଡ୍ ପଡିବାର ଖବର ଶୁଣି ଟଙ୍କାକୁ ପେଟିରେ ପୁରାଇ 116 ନମ୍ବର ଘରର ଛାତ ଉପରକୁ ଫୋପାଡିଥିଲେ । ତେବେ ଏତେ ଟଙ୍କା ପାଇବା ପରେ ଉପଜିଲ୍ଲାପାଳକୁ ନିଜ କର୍ତ୍ତୁପକ୍ଷରେ ରଖି ଗୋଟି ଗୋଟି ଟଙ୍କାର ପଚରାଉଚରା କରୁଥିବା ସୂଚନା ମିଳିଛି ।

ବୋଧେ ଉପଜିଲ୍ଲାପାଳ ଏପରି ଗୋଟେ ସମୟ ଆସିବ ତେଣୁ କରି ପୂର୍ବରୁ ବ୍ୟବସ୍ଥା କରିରଖିଥିଲେ । ମାତ୍ର ଏଥର ତାଙ୍କ ପ୍ରୟାସ ବିଜୟ ହେଇପାରିଲା ନାହିଁ ଭିଜିଲେନ୍ସ ରେଡ ଅଫିସର ତାହା ଧରିନେଲେ । ଟଙ୍କାକୁ ଗଣନା କରିବା ବେଳେ ତାହା ଦୁଇ କୋଟି ଟଙ୍କା ଥିବା ଜଣାପଡିଛି । ଏହା କେବଳ ମିଳିଥିବା ପେଟିର ଗଣନା ଯଦି ପ୍ରଶାନ୍ତ ରାଉତଙ୍କ ସମ୍ପତି ଗଣନା କରାଯାଏ ।
ତାହା ତେବେ କେତେ ହୋଇପାରେ ଏସବୁ ବିଷୟକୁ ଆଖି ଆଗରେ ରଖି ସରକାରୀ ଅଫିସର ତାଙ୍କ କାମ କରୁଛନ୍ତି । ଏହି ଖବର ସମ୍ପର୍କରେ ଅଧିକ ଜାଣିବା ପାଇଁ ଆମ ପେଜ୍ କୁ ଲାଇକ,ଶେୟାର କରନ୍ତୁ ଓ ଆପଣଙ୍କ ମତକୁ କମେଣ୍ଟ କରି ଜଣାନ୍ତୁ ।

