ନମସ୍କାର ବନ୍ଧୁଗଣ । ଜଣେ ଯୁବକ ଓ ଯୁବତୀଙ୍କର ମୃତ ଦେହ ଉଧାର ହୋଇଛି । ଆଉ କୁହା ଯାଉଛି କି ଉଭୟ ଉଭୟଙ୍କୁ ଦୀର୍ଘ ଦିନ ହେବ ପ୍ରେମ କରୁଥିଲେ । କିନ୍ତୁ ଏବେ ତାଙ୍କର ମୃତ ଦେହ ମିଳିଛି । ଦୁହେଁ ଜୀବନ ହରାଇଛନ୍ତି ନା ତାଙ୍କୁ କିଏ ମାରି ଦେଇଛି ତାହା ଅସ୍ପଷ୍ଟ ରହିଛି । କିନ୍ତୁ କେନାଲ ନିକଟରୁ ଉଭୟ ପ୍ରେମୀ ଯୁଗଳଙ୍କର ମୃତ ଦେହ ଉଧାର ହୋଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଧରମଗଡ ବ୍ଲକ ଅନ୍ତର୍ଗତ ଡମେରାଗୁଡା ପଞ୍ଚାୟତ ର ବାଞ୍ଚିପଦ ର ଗାଁ ରେ ।

ଉଭୟ ପ୍ରେମୀ ଯୁଗଳ ଗତ କିଛି ଦିନ ତଳେ ନିଖୋଜ ଥିଲେ । ଆଉ ଏ ନେଇ ଥାନାରେ ଏତାଲା ମଧ୍ୟ ଦିଆ ଯାଇଥିଲା । ପୋଲିସ ମଧ୍ୟ ଖୋଜା ଖୋଜି ଆରମ୍ଭ କରି ଦେଇଥିଲା । କିନ୍ତୁ ପ୍ରେମୀ ଯୁଗଳ ଦୁହେଁ ମିଳି ନ ଥିଲେ । ଆଉ ଏବେ ତାଙ୍କର ମୃତ ଦେହ ମିଳିଛି । ସୂଚନା ଅନୁଯାୟୀ ଛେଳି ଚରାଳି ମାନେ ଛେଳି ଚରାଇବାକୁ ଯାଇଥିଲେ ।
ସାବୁନିବାଡି ଓ ବାଞ୍ଚିପଦ ର ଗାଁ ମଝିରେ ଥିବା ନାଳ ନିକଟରେ ଦୁଇ ଜଣଙ୍କର ମୃତ ଦେହ ପଡିଥିଲା । ଛେଳି ଚରାଳି ମାନେ ମୃତ ଦେହକୁ ଦେଖିବା ପରେ ତୁରନ୍ତ ଗାଁ ଲୋକଙ୍କୁ ଖବର ଦେଇଥିଲେ । ଖବର ପାଇ ଗାଁ ଲୋକେ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ତା ପରେ ଦେଖିଲା ବେଳକୁ ସେହି ଗାଁ ର ସୁନୀଲ ପଟେଲ ଓ ଜେମାମଣି ପଟେଲ ବୋଲି ଜଣା ପଡିଥିଲା ।
କୁହା ଯାଉଛି ଏମାନେ ହେଉଛନ୍ତି ଉଭୟ ପ୍ରେମୀ ଯୁଗଳ । ପ୍ରେମ କୁ ନେଇ ଏଭଳି ନେଇ କାଣ୍ଡ ଘଟି ଥାଇପାରେ ବୋଲି ପୋଲିସ ବିଶେଷ ସୂତ୍ର ରୁ ଖବର ପାଇଛି । ଗାଁ ଲୋକେ ପୋଲିସ କୁ ଏହି ଖବର ଦେବା ପରେ ସଙ୍ଗେ ସଙ୍ଗେ ଧର୍ମଗଡ ଥାନା ପୋଲିସ ଏଠାକୁ ଆସି ଶବ ଜବତ କରି ଶବ ବ୍ୟବଛେଦ କରିବା ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇଛି ।

ଶବ ବ୍ୟବଛେଦ ର ରିପୋର୍ଟ ଆସିବା ପରେ ଜଣା ପଡିବ କି ଏହା ହତ୍ୟା ନା ସେମାନଙ୍କୁ କେହି ଯୋଜନା ବଦ୍ଧ ଭାବେ ମାରି ଦେଇଛନ୍ତି ? ତେବେ ଦେଖିବାକୁ ବାକି ରହିଲା ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ପୋଲିଷ ଏହି ଦିଗରେ କିଭଳି ତଦନ୍ତ କରୁଛି । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।

