ଟିଭିର ଏହି ଫେମସ ସେଲିବ୍ରିଟି ଦେଇ ନାହାଁନ୍ତି ଗୋଟିଏ ବି ଫ୍ଲାପ ସୋ, ଆଜି ବିମିଳୁଛି ମୁହଁମାଙ୍ଗା ରକମ

ହିନ୍ଦୀ ଟେଲିଭିଜନ ଦୁନିଆରେ ଏମିତି କିଛି ଷ୍ଟାର ଅଛନ୍ତି ଯେଉଁମାନଙ୍କ ଦମଦାର ଅଭିନୟ ଦ୍ଵାରା ଲୋକମାନେ ତାଙ୍କ ସହ ଯୋଡି ହୋଇଥାନ୍ତି । ଏହି ଷ୍ଟାର ମାନେ ଯେଉଁ ସିରିଏଲରେ କାମ କରନ୍ତି ତାହା ନିଶ୍ଚିତ ହିଟ ହୋଇଥାଏ । ଏହି କାରଣରୁ ନିର୍ମାତା ତାଙ୍କର ମୁହଁମାଙ୍ଗା ରକମ ଦେବାପାଇଁ ବାଧ୍ୟ ହୋଇଥାନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହିପରି କିଛି କଳାକାର ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା ଏହି ଷ୍ଟାର ମାନଙ୍କ ବିଷୟରେ ।

ରବି ଦୁବେ


ଟେଲିଭିଜନ ଦୁନିଆରେ ରବି ଏକ ସଫଳ ଅଭିନେତା ରୂପେ ପରିଚିତ । ସେ ଗୋଟେ ପରେ ଗୋଟେ ତିନୋଟି ଟେଲିଭିଜନ ସୋ ରେ କାମ କରିଛନ୍ତି ଓ ସମସ୍ତ ସୋ ସୁପର ହିଟ ମଧ୍ୟ ହୋଇଛି । ସର୍ବ ପ୍ରଥମେ ତାଙ୍କର 12/24 କରୋଲ ବାଗ ସୁପର ହିଟ ହେଲା । ଏହା ପରେ ‘ସାଜନ ବିନା ଶଶୁରାଲ’ ଓ ‘ଜମାଇ ରାଜା’ ସୁପର ହିଟ ହୋଇଥିଲା । ଟେଲିଭିଜନ ଦୁନିଆର ସବୁଠାରୁ ମହଙ୍ଗା ଅଭିନେତା ମାନଙ୍କ ମଧ୍ୟରେ ରବି ଦୁବେ ଅଛନ୍ତି ।

ସାକ୍ଷୀ ତନବାର

ଟେଲିଭିଜ ଦୁନିଆର ଫେମସ ଅଭିନେତ୍ରୀ ସାକ୍ଷୀ ତନବାରଙ୍କୁ ପ୍ରଥମେ ‘କାହାନି ଘର ଘର କି’ରେ ଦେଖାଯାଇଥିଲା । ତାଙ୍କର ଦମଦାର ଅଭିନୟ ଦ୍ଵାରା ଏହି ସିରିଏଲଟି ସୁପର ହିଟ ହୋଇଥିଲା । ସାକ୍ଷୀ ତନବାର ‘ବଡେ ଅଛେ ଲଗତେ ହେଁ’ ରେ ମଧ୍ୟ ବହୁତ ସୁନ୍ଦର ଭୂମିକା କରିଥିଲେ । ତାଙ୍କର ଏହି ସୋଟି ମଧ୍ୟ ବହୁତ ଲୋକପ୍ରିୟତା ହାସଲ କରିଥିଲା ।

କରନ ପଟେଲ


ଟେଲିଭିଜନ ଦୁନିଆରେ ‘ୟେ ହେ ମହୋବତେ’ ଓ ‘କସ୍ତୁରୀ’ ସିରିଏଲ ବହୁତ ଲୋକପ୍ରିୟତା ହାସଲ କରିଥିଲା । କାରଣ ଏହି ଦୁଇଟି ସୋ ରେ କରନ ପଟେଲ ନିଜର ଦମଦାର ଅଭିନୟ ପ୍ରଦର୍ଶନ କରିଥିଲେ । ଆଜିକାଲି ତାଙ୍କୁ ‘କସୋଟୀ ଜିନ୍ଦେଗି କି’ ସିରିଏଲରେ ମିଷ୍ଟର ବଜାଜ ର ଭୂମିକା କରୁଥିବାର ଦେଖାହେଉଛି । ପଟେଲ ଗୋଟେ ଏପିସୋଡ ପାଇଁ ୩ ଲକ୍ଷ ଟଙ୍କା ନେଇଥାନ୍ତି ।

କରନ ସିଂହ ଗ୍ରୋବର


କରନ ସିଂହ ଗ୍ରୋବର ଟେଲିଭିଜନ ଦୁନିଆର ଜଣେ ଲୋକପ୍ରିୟ ଅଭିନେତା ଅଟନ୍ତି । କରନ ସିଂହ ଗ୍ରୋବର ଯେଉଁ ସିରିଏଲରେ ବର୍ତ୍ତମାନ ପର୍ଯ୍ୟନ୍ତ ନଜର ଆସିଛନ୍ତି ସେହି ସିରିଏଲ ସୁପର ହିଟ ହୋଇଛି । କରନ ସିଂହ ଗ୍ରୋବର ଟେଲିଭିଜନ ଛଡା ବଡ ପରଦାରେ ମଧ୍ୟ ନଜର ଆସିଛନ୍ତି ।

ରଜତ ଟୋକସ


‘ଯୋଦ୍ଧା ଆକବର’, ଚନ୍ଦ୍ର ନନ୍ଦିନୀ’ ଓ ‘ପୃଥିବୀ ରାଜ ଚୌହାନ’ ପରି ସିରିଏଲରେ ରଜତ ନିଜର ଦମଦାର ଅଭିନୟକୁ ପଦର୍ଶନ କରିଛନ୍ତି । ବହୁତ କମ ସମୟରେ ରଜତ ଏହି ଟେଲିଭିଜନ ଦୁନିଆରେ ସଫଳତା ହାସଲ କରିଛନ୍ତି ।

ରୋନିତ ରାୟ

ଟେଲିଭିଜନ ଦୁନିଆରେ ରୋନିତ ରାୟଙ୍କର ବହୁତ ବଡ ନାମ ରହିଛି । ସେ କସୋଟୀ ଜିନ୍ଦେଗି କି, ବନ୍ଦିନୀ, ଅଦାଲତ ଓ ଇତନା କରୋ ନା ମୁଝେ ପ୍ୟାର ପରି ସୁପର ହିଟ ସିରିଏଲ କରିଛନ୍ତି । ତାଙ୍କର ଦମଦାର ଅଭିନୟକୁ ଲୋକମାନେ ବହୁତ ପସନ୍ଦ କରିଛନ୍ତି । ଏହା ଛଡା ସେ ବଡ ପରଦାରେ ମଧ୍ୟ ନଜର ଆସିଛନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *