ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ନବ କିଶୋର ଦାସ ନିକଟରେ କରୋନାର ସମ୍ଭାବ୍ୟ ତୃତୀୟ ଲହରରେ କିପରି ପିଲାଙ୍କୁ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେଇ ବ୍ୟବସ୍ଥା କରା ଯାଇଛି ସେ ବିଷୟରେ ବିବରଣୀ ଦେଇଛନ୍ତି।
ଦେଶରୁ ଦ୍ଵିତୀୟ ଲହର ଧୀରେ ଧୀରେ ଦୁର୍ବଳ ହୋଇ ଆସିଥିବା ବେଳେ ବିଶେଷଜ୍ଞ ମାନେ କହୁଛନ୍ତି ଖୁବ୍ ଶୀଘ୍ର ତୃତୀୟ ଲହର ଆସିବାକୁ ଯାଉଛି। ତେବେ ଏଥିପାଇଁ ଓଡ଼ିଶା କିପରି ପ୍ରସ୍ତୁତ ହେଉଛି ଆସନ୍ତୁ ଜାଣିବା। ରାଜ୍ୟ ସରକାର ତଥା ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶା ସ୍ବାସ୍ଥ୍ୟ ବିଭାଗ କରୋନାର ତୃତୀୟ ଲହର ସହ ମୁକାବିଲା କରିବାକୁ ପ୍ରସ୍ତୁତ ରହିଛି।
ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ନବ କିଶୋର ଦାସ ଏଥିନେଇ ଦେଇଥିବା ବିବରଣୀରେ କହିଛନ୍ତି କି, ଶିଶୁମାନଙ୍କ ପାଇଁ ୧୬୦୦ ରୁ ଅଧିକ ଜେନେରାଲ ବେଡ୍ ପ୍ରସ୍ତୁତ କରା ଯାଇଛି। ୬୧୦ଟି ଆଇ ସି ୟୁ ଶଯ୍ୟା ପ୍ରସ୍ତୁତ କରାଯିବା ସହ ତା ଠୁ ଅଧିକ ଶଯ୍ୟା ମଧ୍ୟ ସଂରକ୍ଷଣ କରି ରଖିବାକୁ ଯୋଜନା କରା ଯାଇଛି। ନିର୍ଦ୍ଧିଷ୍ଟ ଭାବେ ଶିଶୁ ଭବନରେ ଏକ ନିର୍ଦ୍ଧିଷ୍ଟ ବ୍ଲକ୍ ତିଆରି କରିବା ପାଇଁ ଯୋଜନା ଜାରି ରହିଛି।
କରୋନା ସମୟରେ ସ୍ତନ୍ୟପାୟୀ ଶିଶୁଙ୍କ ପାଇଁ ମଧ୍ୟ ସ୍ବତନ୍ତ୍ର ସ୍ତନ୍ୟପାନ ସ୍ଥାନ ପ୍ରସ୍ତୁତ କରା ଯିବାକୁ ନିର୍ଦ୍ଦେଶ ରହିଛି ଓ ଏହା ସହ ଶିଶୁ କୋଭିଡ୍ କେୟାର୍ ବ୍ୟବସ୍ଥା ମଧ୍ୟ କରା ଯାଇଛି। ସବୁ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ସ୍ବତନ୍ତ୍ର କୋଭିଡ୍ ୱିଙ୍ଗ ପ୍ରସ୍ତୁତ ପାଇଁ ଯୋଜନା କାର୍ଯ୍ୟକାରୀ ହେଉଛି ଓ ପନ୍ଦର ପ୍ରତିଶତ ଶଯ୍ୟା ରିଜର୍ଭ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ମେଡ଼ିକାଲ୍ କଲେଜରେ ମଧ୍ୟ ଶିଶୁ ମାନଙ୍କ ପାଇଁ ବିଶେଷ ଚିକିତ୍ସା ନେଇ ନିର୍ଦ୍ଦେଶ ଦିଆ ଯାଇଛି ଏବଂ ଶିଶୁ ମାନଙ୍କୁ କିପରି ଭାବେ ଚିକିତ୍ସା କରା ଯାଇ ପାରିବ ସେଥିପାଇଁ ସମସ୍ତ ନର୍ସ ଓ ଡାକ୍ତରଙ୍କୁ ମଧ୍ୟ ଟ୍ରେନିଂ ଦିଆଯାଇଛି। ଅଧିକରୁ ଅଧିକ ମ୍ୟାନ ପାୱାର ପ୍ରସ୍ତୁତ ରଖିବାକୁ ବ୍ୟବସ୍ଥା କରାଯାଉଛି।
କରୋନାର ତୃତୀୟ ଲହର ପାଇଁ ସମସ୍ତ ପ୍ରକାର ଚିକିତ୍ସା ସାମଗ୍ରୀ, ଔଷଧ ଓ ଅକ୍ସିଜେନ୍ ମଧ୍ୟ ପ୍ରଚୁର ଭାବେ ସଂରକ୍ଷିତ ରଖିବାକୁ ବ୍ୟବସ୍ଥା ଜାରି ରହିଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ କରୋନାର ତୃତୀୟ ଲହରକୁ ସାମନା କରିବାକୁ ସମସ୍ତ ପ୍ରକାର ଆବଶ୍ୟକୀୟ ବ୍ୟବସ୍ଥା କରା ଯାଇଛି ବୋଲି ଶ୍ରୀଯୁକ୍ତ ନବ କିଶୋର ଦାସ ତାଙ୍କ ବିବରଣୀରେ କହିଛନ୍ତି। ବିଶେଷଜ୍ଞଙ୍କ ମତରେ କରୋନାର ତୃତୀୟ ଲହରରେ ଶିଶୁ ମାନେ ଅଧିକ ପ୍ରଭାବିତ ହୋଇ ପାରନ୍ତି ବୋଲି ଆଶଙ୍କା କରୁଛନ୍ତି।
ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମଧ୍ୟ ଜୋରଦାର ପ୍ରସ୍ତୁତି ଜାରି ରଖିଛି ଓ ସମ୍ପୂର୍ଣ୍ଣ ଭାବେ ତୃତୀୟ ଲହରକୁ ମୁକାବିଲା କରିବାକୁ ପ୍ରସ୍ତୁତ ରହିଛି ବୋଲି ଘୋଷଣା କରିଛି। ପିଲା ମାନଙ୍କ ସ୍ବାସ୍ଥ୍ୟ, ଖାଦ୍ୟ ପେୟ ଓ ମାନସିକ ସ୍ଵାସ୍ଥ୍ୟକୁ ଧ୍ୟାନରେ ରଖି ସମସ୍ତ ପ୍ରକାର ବ୍ୟବସ୍ଥା କରା ଯାଇଛି ଓ ଆଗକୁ ମଧ୍ୟ କରାଯିବ ବୋଲି ଶ୍ରୀଯୁକ୍ତ ଦାସ କହିଛନ୍ତି।
ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ