ବନ୍ଧୁଗଣ ଆଜିକାଲି ଦୁନିଆରେ ଘଟୁଥିବା ସମସ୍ତ ଘଟଣା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ବର୍ତ୍ତମାନର ଏହି ଡିଜିଟାଲ ଦୁନିଆରେ ସମସ୍ତ ଲୋକ ଇଣ୍ଟର୍ନେଟ ଓ ସୋସିଆଲ ମିଡିଆର ବ୍ୟବହାର କରୁଛନ୍ତି । ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଓ ଖବର ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଲୋକମାନେ ଏହି ସବୁ ଘଟଣା ବିଷୟରେ ଯେକୌଣସି ସ୍ଥାନରେ ରହି ଜାଣି ପାରୁଛନ୍ତି ।

ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁଳ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।
ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ଜାତୀୟ ରାଜପଥରେ ଏକ ଟ୍ରକ ଯାଉଥିବାର ନଜର ଆସୁଛି ହେଲେ ସେହି ଟ୍ରକରେ ନିଆଁ ଲାଗି ଯାଇଛି । ଟ୍ରକରେ ଥିବା ସମସ୍ତ ସାମଗ୍ରୀ ପ୍ରାୟତଃ ଜଳି ଯାଇଥିଲା । ନିଆଁର ଧାସ ଦୂର ଦୂର ଯାଏଁ ଦେଖା ଯାଉଛି ନିଆଁର ପ୍ରଭାବ ଏତେ ଅଧିକ ଥିଲା ଯେ ଏହାକୁ ପାଖକୁ ଯିବା ପାଇଁ ସମ୍ଭବ ହୋଇ ନଥିଲା । ହେଲେ ବନ୍ଧୁଗଣ ଠିକ ସମୟରେ ନିଜ ବୁଦ୍ଧି ଖଟାଇ ଥିଲେ ଟ୍ରକ ଡ୍ରାଇଭର ।
ଜନବସତିରେ ଦୁର୍ଘଟଣା ପୂର୍ବରୁ ସେ ଏକ ଖାଲି ପଡିଆକୁ ଟ୍ରକ ନେଇ ଆସିଥିଲେ । ଏତିକିରେ ସରି ନଥିଲା ଟ୍ରକ ଡ୍ରାଇଭରଙ୍କ ସାହାସିକତା ସେ ଟ୍ରକକୁ ଜିଗ ଜାଗ ଭାବରେ ଚଳାଇ ଥିଲେ ଯାହାଫଳରେ ଟ୍ରକରେ ନିଆଁ ଲାଗିଯାଇଥିବା ସାମଗ୍ରୀ ଗୁଡିକ ଗୋଟେ ଗୋଟେ ହୋଇ ସେହି ଖୋଲା ପଡିଆରେ ପଡି ଯାଇଥିଲା । ବନ୍ଧୁଗଣ ସଂପୂର୍ଣ୍ଣ ଟ୍ରକଟି ସୁରକ୍ଷିତ ଭାବରେ ସେଠାରୁ ଫେରିଥିଲା ।

ବନ୍ଧୁଗଣ ମିଡିଆ ରିପୋର୍ଟସ ଅନୁସାରେ ଏହି ଘଟଣାଟି ଘଟିଛି କେରଳ କୋଡିଙ୍ଗଚେରୀ ଅଞ୍ଚଳରେ । ଜାତୀୟ ରାଜପଥରେ ଯାଉଥିବା ଟ୍ରକରେ ହଠାତ ନିଆଁ ଲାଗିଯାଇଥିବାରୁ ଟ୍ରକ ଡ୍ରାଇଭର ଜଣକ ନିଜର ବୁଦ୍ଧି ଖଟାଇ ବଞ୍ଚାଇ ଦେଲେ ଅନେକଙ୍କ ଜୀବନ । ସୋସିଆଲ ମିଡିଆରେ ଏହି ଭିଡିଓଟି ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଟ୍ରକ ଡ୍ରାଇଭରଙ୍କ ସେହି ସାହାସିକତାକୁ ଦେଖି ସମସ୍ତ ଲୋକ ତାଙ୍କର ପ୍ରଶଂସା କରୁଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

