ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ବହୁତ ଲୋକ ଭାଇରାଲ ହେଉଛନ୍ତି । ଠିକ ସେହି ପରି ଓଡ଼ିଶାର ଜଣେ କୁନି ବାଳକ ମଧ୍ୟ ସୋସିଆଲ ମିଡ଼ିଆ ରେ ବହୁତ ଭାଇରାଲ ହୋଇଥିଲେ ।
ଏହି ଭାଇରାଲ ବୟ ତ୍ରିଲୋକ୍ୟ ପୁଣି ନିଜ କଣ୍ଠ ରେ ଦର୍ଶକ ଙ୍କୁ ମତୁଆଲା କରିବାକୁ ଯାଉଛନ୍ତି । ମୁଁ ସ୍କୁଲ ରେ ଗୀତ ଗାଇଥିବା ତ୍ରିଲୋକ୍ୟ ଗୋଟିଏ ପରେ ଗୋଟିଏ ହିଟ ଗୀତ ଦେଇ ଚାଲିଛନ୍ତି । ମୁଁ କଣ ଶୁଣିଲି ତୃତୀୟ ଲହର ଆସୁଛି ଭଳି ସଚେତନ ଧର୍ମୀ ଗୀତ ଗାଇବା ପରେ ବର୍ତ୍ତମାନ ଭଜନ ଦୁନିଆ ରେ ପାଦ ଥାପିଛନ୍ତି ଭାଇରାଲ ବୟ ତ୍ରିଲୋକ୍ୟ ।
ବର୍ତ୍ତମାନ ରଥ ଯାତ୍ରା ପାଇଁ ପ୍ରସ୍ତୁତ ଏକ ଭଜନ ରେ ନିଜ କଣ୍ଠ ଦାନ କରିଛନ୍ତି ତ୍ରିଲୋକ୍ୟ । ଏହି ଗୀତ ରେ ଦୁଇ ଜଣ କୁନି କଣ୍ଠ ଶିଳ୍ପୀ ସିଦ୍ଧି ଶର୍ମା ବିନ୍ଧାଣି ଓ ଶାଶ୍ୱତି ଆଚାର୍ଯ୍ୟ ଙ୍କ ସହିତ ନିଜର ଏକ ଭିନ୍ନ ଅନ୍ଦାଜ ରେ ଜଗନ୍ନାଥ ଶ୍ଳୋକ ପାଠ କରିଛନ୍ତି ତ୍ରିଲୋକ୍ୟ । ତ୍ରିଲୋକ୍ୟ କହିଛନ୍ତି ଯେ ମୁଁ ପ୍ରଥମ ଥର ପାଇଁ ଭଜନ ଗାଉଛି ଓ ପୁଣି ଜଗନ୍ନାଥ ଙ୍କ ଭଜନ ଗାଉଥିବାରୁ ମୋତେ ବହୁତ ଖୁସି ଲାଗୁଛି ।
ଦିନ କେତେ ଟା ପରେ ରଥ ଯାତ୍ରା ଆସିବାକୁ ଯାଉଛି । ତେଣୁ ରଥଯାତ୍ରା ନିମନ୍ତେ ଗୀତିକାର ମିଳନ ମହାପାତ୍ର ଏକ ଗୀତ ପ୍ରସ୍ତୁତ କରିଛନ୍ତି । ଏହି ଗୀତ କୁ ସଙ୍ଗୀତ ରେ ସଜାଇଛନ୍ତି କୁମାର ତାପସ ଓ ଏହି ଗୀତ ର ପ୍ରଯୋଜକ ରହିଛନ୍ତି ଶିବମ ଦାସ ।
ଏହି ଭଜନ ରେ ତିନି ଜଣ କୁନି କଣ୍ଠଶିଳ୍ପୀ ବହୁତ ଭଲ ଭାବରେ ଗୀତ ଗାଇଛନ୍ତି । ଏହା ସହିତ ତ୍ରିଲୋକ୍ୟ ମଧ୍ୟ ଏହି ଗୀତ ରେ କଣ୍ଠ ଦାନ କରିଛନ୍ତି । ତେଣୁ ଏହି ଗୀତ ଟି ସମସ୍ତ ଙ୍କୁ ପସନ୍ଦ ଆସିବ ବୋଲି ସମସ୍ତେ ଆଶା କରିଛନ୍ତି । ତେବେ ବନ୍ଧୁଗଣ ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ବହୁତ ଭଲ ଲାଗିଥିବ । ଏଥିରେ ଆପଣଙ୍କ ମତାମତ ଦେବାକୁ ବିଲକୁଲ ବି ଭୁଲିବେନି ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ