ବନ୍ଧୁଗଣ, ସୂଚନା ଅନୁଯାୟୀ ଓଡିଆ ସିରିୟଲ ଜଗତର ଜଣାଶୁଣା ଅଭିନେତ୍ରୀ ଟିଲତ୍ତମା ଖୁଣ୍ଟିଆ ଙ୍କର ମୃତ୍ୟୁ ଘଟିଛି । ହୃଦଘାତ ଜନିତ ରୋଗର ସମସ୍ୟା ଯୋଗୁଁ ତାଙ୍କର ଭୁବନେଶ୍ଵରର ଉତ୍କଳ ହସ୍ପିଟାଲରେ ମୃତ୍ୟୁ ଘଟିଛି । ତେବେ ମୃତ୍ୟୁ ବେଳକୁ ସେ ଅନେକ ହୃଦୟ ଜିତି ସାରିଥିଲେ । କାରଣ ସେ ଅନେକ ସିରିୟଲ ସହିତ ଅନେକ ଚଳଚିତ୍ରରେ ମଧ୍ୟ ଅଭିନୟ କରିଥିଲେ । ତେବେ ଆସନ୍ତୁ ତାଙ୍କ ପରିବାର ବିଷୟରେ ଜାଣିବା ।
ତିଳୋତ୍ତମା ଙ୍କ ପରିବାର କହିଲେ ଦୁଇ ଝିଅ ଏବଂ ସ୍ଵାମୀ । ଏବଂ ତିଳୋତ୍ତମା ଙ୍କ ଦୁଇ ଝିଅ ଓଡିଆ ସିରିୟଲ ଜଗତରେ ମଧ୍ୟ ବେସ ପାରଙ୍ଗମତା ହାସଲ କରିଛନ୍ତି । ଜଣଙ୍କ ନାମ ଅରୁନ୍ଧତୀ ତ ଆଉ ଜଣଙ୍କ ନାମ ଅନୁଭୂତି । ଅରୁନ୍ଧତୀ ଓଡିଆ ସିନେ ଜଗତରେ ଅନେକ ଚଳଚିତ୍ର ଏବଂ ଅନେକ ସିରିୟଲରେ ମଧ୍ୟ ଅଭିନୟ କରିଛନ୍ତି ।
ଏହା ସହିତ ତାଙ୍କ ଅଭିନୟ ର ନିଖୁଣତା ଆପଣ ମାନେ ଦେଖିଛନ୍ତି ତାଙ୍କର ଆଉ ଗୋଟିଏ ଝିଅ ଅନୁଭୂତି ଏବଂ ସେ ମଧ୍ୟ ଅନେକ ସିରିୟଲ ଏବଂ ଅନେକ ଚଳଚିତ୍ର ମାଧ୍ୟମରେ ସାଇଡ ହିରୋଇନ ଭାବରେ ନଜର ଆସିବା ସହିତ ଖଳନାୟିକା ଭାବରେ ମଧ୍ୟ ନଜର ଆସିଛନ୍ତି ଏବଂ ତାଙ୍କର ଅଭିନୟ ର ଯାଦୁଗରୀ କୁ ଲୋକମାନେ ବେସ ପସନ୍ଦ କରିଛନ୍ତି ।
ତେବେ ତିଳୋତ୍ତମା ଙ୍କ ଅନୁଭୂତି ଯାହା କହିଲେ ଅତୃପ୍ତି ହେବ ନାହିଁ । କାରଣ ତିଳୋତ୍ତମା ଅନେକ ଚଳଚିତ୍ର ଏବଂ ଅନେକ ସିରିୟଲ ରେ ଅଭିନୟ କରିଛନ୍ତି । ଏବଂ ତାଙ୍କର ଦୁଇ ଝିଅ ମଧ୍ୟ ସିରିୟଲ ଜଗତରେ ବର୍ତ୍ତମାନ ବେସ ଜଣାଶୁଣା ନାମ ଅଟନ୍ତି । ତିଳୋତ୍ତମା ଙ୍କ ଅଚାନକ ମୃତ୍ୟୁରେ ଆଜି ଓଡିଆ ଜଗତ ସ୍ତବ୍ଦ ହୋଇଯାଇଛି ।
ସିରିୟଲ ଜଗତର ମା’ ହେଉ କି ହିରୋଇନ ଭୂମିକା ସବୁଥିରେ ନିଜର ପାରଙ୍ଗମିତା ଦେଖାଇଥିଲେ ତିଳୋତ୍ତମା । ସୂଚନା ଅନୁଯାୟୀ ସେ ବେସ କିଛି ଦିନ ହେବ ହୃଦ ରୋଗରେ ପୀଡିତ ଥାଇ ଭୁବନେଶ୍ଵର ସ୍ଥିତ ଉତ୍କଳ ହସ୍ପିଟାଲରେ ଚିକିତ୍ସ୍ୟା ହେଉଥିଲେ ଏବଂ ସେହିଠାରେ ହିଁ ତାଙ୍କୁ ବୁଧବାର ଦିନ ମୃତ୍ୟୁ ଘୋଷଣା କରାଯାଇଛି ଏବଂ ଏ ନେଇ ପରିବାର ଲୋକ ସଂପୂର୍ଣ୍ଣ ସ୍ତବ୍ଦ ହୋଇଯାଇଛନ୍ତି । କାରଣ ଦୁଇ ଝିଅ ନିଜ ପ୍ରିୟ ମା’ ଙ୍କୁ ହରାଇଛନ୍ତି ।
ସ୍ଵାମୀ ହରାଇଛନ୍ତି ତାଙ୍କ ପ୍ରିୟ ସ୍ତ୍ରୀ ଙ୍କୁ ।ଏଥି ସହିତ ଓଡିଆ ସିରିୟଲ ଜଗତ ସଂପୂର୍ଣ୍ଣ ଭାବରେ ସ୍ତବ୍ଦ କାରଣ ସିରିୟଲ ଜଗତର ଅପୂରଣୀୟ କ୍ଷତି ଆଉ କେହି ପୂରଣ କରି ପାରିବେ ନାହିଁ । ତିଳୋତ୍ତମା ଙ୍କ ଅବଦାନ ସିରିୟଲ ଜଗତରେ ବହୁତ କିଛି ମହତ୍ଵ ରଖିଥିଲା । ତିଳୋତ୍ତମା ଙ୍କ ବିୟୋଗ ଆଜି ମଧ୍ୟ ଓଡିଆ ଇଣ୍ଡଷ୍ଟ୍ରୀ ନିମନ୍ତେ ଏକ ଅପୂରଣୀୟ କ୍ଷତି ଅଟେ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।