ମହା ଖୁଲାସା ! ପୋଲିସ ହାତରେ ଲାଗିଲା ସବୁଠୁ ବଡ ପ୍ରମାଣ, ‘୪ଜଣ ଛାତ୍ରୀ ରାଜି ଅଛନ୍ତି ,ଦୁଇ ଚାରି ହଜାର ଅଧିକ ନେବେ କହୁଛନ୍ତି, ok boss…..’ ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ତଦନ୍ତ ବଢ଼ିବା ସହ ଖୋଲୁଛି ଲେଡ଼ି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଗୁମର । ପ୍ରତିଦିନି ସାମନାକୁ ଆସୁଛି ନୂଆ ନୂଆ ତଥ୍ୟ । ଏବେ ଆଉ ଗୋଟିଏ ହ୍ଵାଟ୍‌ସଆପ୍‌ ଚାଟିଂ ସାମନାକୁ ଆସିଛି । ଯେଉଁଥିରେ ବିକି ନାମକ ଜଣେ ବ୍ୟକ୍ତିଙ୍କ ସହ ଚାଟିଂ କରୁଥିବା ଜଣା ପଡୁଛି । ଯେଉଁଥିରେ ଯୁବତୀ ଚାଲାଣ ନେଇ କିଛି କଥା ଉଲ୍ଲେଖ ରହିଛି । ତେବେ ବିକି କହୁଛନ୍ତି ଚାରିଜଣ ଛାତ୍ରୀ ରାଜି ହୋଇଛନ୍ତି ଏବଂ ସେ ସେଥିପାଇଁ ଦୁଇ ଚାରି ହଜାର ଅଧିକ ମାଗୁଛନ୍ତି ।

ତେବେ ଦେବାକୁ ପଡିବ କାରଣ ସେମାନେ ସବୁ ସେହି ଭଳି ଏ କ୍ଳାସ ର କିନ୍ତୁ ସେମାନେ ରାଜି ହୋଇ ଯାଇଛନ୍ତି । ତେବେ ଅର୍ଚ୍ଚନା ଲେଖିଥିଲେ ଓକେ ବସ୍ । ତେବେ ଏ ବିକି କିଏ ଏବଂ ତାଙ୍କ ସହ ଅର୍ଚ୍ଚନାଙ୍କର ସମ୍ପର୍କ କଣ ? ଭୁବନେଶ୍ୱରରୁ ତଡ଼ିପାର ହୋଇଥିବା ସେକ୍ସ ରାକେଟ୍‌ କିଙ୍ଗପିନ୍‌ ସେ ନୁହେଁ ତ ? ଅର୍ଚ୍ଚନା ଯୁବତୀ ଚାଲାଣ ରାକେଟରେ ସଂପୃକ୍ତ ଥିଲେ କି ? ଏଭଳି ଅନେକ ପ୍ରଶ୍ନ ଉଠୁଛି ।

ତେବେ ସେପଟେ ଅର୍ଚ୍ଚନା ନାଗ ଗିରଫ ଘଟଣାକୁ ନେଇ ବରିଷ୍ଠ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି, ଅର୍ଚ୍ଚନା ନାଗଙ୍କ ସତ ପଦାକୁ ଆସିଲେ ସରକାର ଭାଙ୍ଗିଯିବ । ମମିତା ମେହେର ଭଳି ଅର୍ଚ୍ଚନା ନାଗ ଘଟଣାରେ ମଧ୍ୟ ଲାପଟପ ଓ ମୋବାଇଲ ସତ ଲୁଚାଇବା ପାଇଁ ଚେଷ୍ଠା କରୁଛନ୍ତି ରାଜ୍ୟ ସରକାର । ସଫା ପୋଷାକ ପିନ୍ଧି ଘୃଣିତ କାର୍ଯ୍ୟ କରୁଛନ୍ତି ବିଜେଡି ନେତା ।


ତେବେ ଏଣେ ଏହି ଘଟଣାକୁ ନେଇ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମେ ପୁଲିସ ଘଟଣା ଉପରେ ଘଣ୍ଟ ଘୋଡ଼ାଉଛି । ବଡ଼ ବଡ଼ ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ରାଜନୈତିକ ନେତା ଓ ବ୍ୟବସାୟୀ ଏଥିରେ ସମ୍ପୃକ୍ତ ଅଛନ୍ତି । ସମ୍ପୃକ୍ତ ଥିବା ଚେହେରା ସବୁ ବାହାରକୁ ଆସିବାର ଆବଶ୍ୟକତା ରହିଛି ।

ମହିଳାଜଣକ ଅତ୍ୟନ୍ତ କଦର୍ଯ୍ୟ ଉପାୟରେ ପଇସା ରୋଜଗାର କରିଛନ୍ତି, ଏଥିରେ କେଉଁମାନେ ସହାୟତା କରିଛନ୍ତି, ତାହା ମଧ୍ୟ ସାମ୍ନାକୁ ଆସିବାର ଆବଶ୍ୟକତା ରହିଛି । ତଦନ୍ତ ପ୍ରକ୍ରିୟାରେ ଘଣ୍ଟ ଘୋଡାଉଛନ୍ତି ରାଜ୍ୟ ସରକାର ଏବଂ ଚିଟଫଣ୍ଡ ସମୟରେ କ୍ରାଇମବ୍ରାଞ୍ଚ ଡାଟା ନଷ୍ଟ କରିବା ଭଳି ଆଜି ବି ସମାନ ଢଙ୍ଗରେ ଡାଟା ନଷ୍ଟ କରି କିଛି ଲୋକଙ୍କୁ ବଞ୍ଚାଇବାକୁ ପ୍ରକ୍ରିୟା ଓ ପ୍ରଚେଷ୍ଟା ଚାଲିଛି ।

ସେ ଆହୁରି କହିଛନ୍ତି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି ନ୍ୟାୟ ଏବଂ ଆଇନ ତା ରାସ୍ତାରେ ଯିବ, ଏହାକୁ ଯଦି ଅଵଲମ୍ବନ କରନ୍ତେ ନିହାତି ରୂପେ ଅନେକଗୁଡ଼ିଏ ସତ୍ୟତା ବାହାରକୁ ଆସନ୍ତା । ହନିଟ୍ରାପ କେସ ଓଡ଼ିଶା ପ୍ରଦେଶରେ ଯାହା ଓଡ଼ିଶାର ସଂସ୍କୃତି ବିରୋଧୀ କଥା ।  ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *