ଏତେ ଫେମସ ଓ ସକ୍ସେସ ହେବା ପରେ ବି ଟିକିଏ ବି ଗର୍ବ କରନ୍ତି ନାହିଁ Bollywood ର ଏହି 5 ଜଣ ହିରୋଇନ, 5 ନମ୍ବର ହିରୋଇନ ତ ସମସ୍ତଙ୍କ ଫେବ୍ରେଟ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରୀ ରେ ପଇସା ର ଅଭାବ ରହିନାହିଁ ଏବଂ ଏହି ଇଣ୍ଡଷ୍ଟ୍ରୀ ରେ ଯିଏ ଏକ ଷ୍ଟାର ରୂପରେ ପରିଚିତ ହୋଇଗଲା ତେବେ ସେ ନିଜକୁ କୌଣସି ରାଜା ଠାରୁ ମଧ୍ୟ କମ ଭାବି ନଥାଏ।ଯେଉଁ ଅଭିନେତ୍ରୀ ମାନଙ୍କୁ ଏହି ଷ୍ଟାରଡମ୍ ହାସଲ ହୋଇଥାଏ, ସେମାନେ ନିଜକୁ ସବୁଠାରୁ ଉର୍ଦ୍ଧ୍ବ ରେ ଭାବିଥାନ୍ତି। ସର୍ବଦା ଦାମୀ ଏବଂ ବ୍ରଣ୍ଡେଡ଼ ଜିନିଷ ହିଁ ପସନ୍ଦ କରନ୍ତି। କିନ୍ତୁ ଏହି ଅଭିନେତ୍ରୀ ମାନଙ୍କ ମଧ୍ୟରେ କିଛି ଅଭିନେତ୍ରୀ ଏଭଳି ମଧ୍ୟ ଅଛନ୍ତି ଯେଉଁମାନେ ଦେଖାଣିଆ ସ୍ୱଭାବ କୁ ପସନ୍ଦ କରନ୍ତି ନାହିଁ ଏବଂ ଅନ୍ୟ ମାନଙ୍କ ପରି ଏକ ସାଧାରଣ ଜୀବନ ଯାପନ ରହିବାକୁ ଅଧିକ ପସନ୍ଦ କରନ୍ତି।

ତେବେ ଆଜି ଆମେ ଆପଣ ମାନଙ୍କୁ ସେହି ଅଭିନେତ୍ରୀ ମାନଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ଷ୍ଟାରଡମ୍ ହାସଲ ହେବା ପରେ ମଧ୍ୟ ଆଦୋୖ ଗର୍ବ କରନ୍ତି ନାହିଁ ଏବଂ ସାଧାରଣ ଜୀବନ ଅତିବାହିତ କରନ୍ତି।ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧. ଜାହ୍ନବୀ କପୁର- ବନ୍ଧୁଗଣ ପ୍ରଥମ ଅଭିନେତ୍ରୀ ଜଣକ ହେଉଛନ୍ତି ବଲିଉଡ ଇଣ୍ଡଷ୍ଟ୍ରୀ ର ଚାନ୍ଦିନୀ ‘ଶ୍ରୀଦେବୀ’ ଙ୍କ ଝିଅ ‘ଜାହ୍ନବୀ କପୁର’।ଏହି ଅଭିନେତ୍ରୀ ଫିଲ୍ମ ‘ଧଡ଼କ’ ରୁ ନିଜର ଅଭିନୟ କ୍ୟାରିଅର ର ଆରମ୍ଭ କରିଥିଲେ। ସେ ୨୨ ବର୍ଷ ବୟସର ଅଟନ୍ତି। ପ୍ରସିଦ୍ଧ ଫିଲ୍ମ ନିର୍ମାତା ବୋନି କପୁର ଙ୍କ ଝିଅ ଜାହ୍ନବୀ କେବେବି ନିଜ ପିତା ଙ୍କ ପଇସାକୁ ନେଇ ଗର୍ବ କରନ୍ତି ନାହିଁ ଏବଂ ପ୍ରାୟତଃ ତାଙ୍କୁ ସିଂପଲ ଡ୍ରେସ ରେ ଦେଖିବାକୁ ମିଳିଥାଏ।

୨. ସାରା ଅଲ୍ଲୀ ଖାଁ- ବନ୍ଧୁଗଣ ଦ୍ଵିତୀୟ ଅଭିନେତ୍ରୀ ଜଣକ ହେଉଛନ୍ତି, ‘ସାରା ଅଲ୍ଲୀ ଖାଁ’। ଏହି ଅଭିନେତ୍ରୀ ନିକ ଫିଲ୍ମୀ କ୍ୟାରିଅର ର ଆରମ୍ଭ ଫିଲ୍ମ ‘କେଦାରନାଥ’ ରୁ କରିଥିଲେ ଏବଂ ବେଶ ଲୋକପ୍ରିୟତା ମଧ୍ୟ ହାସଲ କରିଥିଲେ। ଏହି ଅଭିନେତ୍ରୀ ନୱାବ ଖାନ୍ଦାନ ର ଅଟନ୍ତି। ତାଙ୍କ ପିତା ‘ସୈଫ ଅଲ୍ଲୀ ଖାଁ’ ପଟୋଦି ଖାନ୍ଦାନ ର ପୁତ୍ର ଅଟନ୍ତି। ଧନୀ ହୋଇଥିବା ସତ୍ତ୍ୱେ ଅଭିନେତ୍ରୀ ସାରା ଅଲ୍ଲୀ ଖାଁ ଆଦୋୖ ଘମଣ୍ଡ କରନ୍ତି ନାହିଁ ଏବଂ ସମସ୍ତ ଙ୍କ ସହ ସ୍ନେହ ପୂର୍ଣ୍ଣ ଭାବରେ କଥା ହୁଅନ୍ତି ଏବଂ ବିନମ୍ର ଅଟନ୍ତି।

୩. ବିଦ୍ୟା ବାଲନ- ବନ୍ଧୁଗଣ ତୃତୀୟ ଅଭିନେତ୍ରୀ ଜଣକ ହେଉଛନ୍ତି, ‘ବିଦ୍ୟା ବାଲନ’। ବଲିଉଡ ର ଅନେକ ଫିଲ୍ମ ରେ ଅଭିନୟ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ‘ବିଦ୍ୟା ବାଲନ’ ଙ୍କୁ ଫିଲ୍ମ ‘ଡାର୍ଟି ପିକ୍ଚର’ ରୁ ଅଧିକ ପ୍ରସିଦ୍ଧି ଲାଭ ହୋଇଥିଲା। ଏହି ଅଭିନେତ୍ରୀ ଙ୍କ ପାଖରେ କୌଣସି ଜିନିଷ ର ଅଭାବ ରହିନାହିଁ। କିନ୍ତୁ ସେ ସାଧରଣ ଭାବରେ ଜୀବନ ଯାପନ କରିବାକୁ ପସନ୍ଦ କରନ୍ତି ଏବଂ ପ୍ରାୟତଃ ତାଙ୍କୁ ଶାଢ଼ୀ ରେ ହିଁ ଦେଖିବାକୁ ମିଳିଥାଏ।

୪. ଶ୍ରଦ୍ଧା କପୁର- ବନ୍ଧୁଗଣ ଚତୁର୍ଥ ଅଭିନେତ୍ରୀ ଜଣକ ହେଉଛନ୍ତି, ‘ଶ୍ରଦ୍ଧା କପୁର’। ଫିଲ୍ମ ‘ଆସିକି ୨’ ରୁ ପ୍ରସିଦ୍ଧି ଲାଭ କରିଥିବା ଅଭିନେତ୍ରୀ ଶ୍ରଦ୍ଧା କପୁର ଜଣେ ମିଳନସାର ଏବଂ ହାସମୁଖ ପ୍ରକୃତିର ବ୍ୟକ୍ତିତ୍ବ ଅଟନ୍ତି। ଏହି ଅଭିନେତ୍ରୀ ବଲିଉଡ ର ଜଣେ ପ୍ରସିଦ୍ଧ ଷ୍ଟାର ହେବା ସତ୍ତ୍ୱେ କେବେବି ଘମଣ୍ଡ କରନ୍ତି ନାହିଁ ଏବଂ ସାଧାରଣ ବ୍ୟକ୍ତି ଙ୍କ ଭଳି ନିଜ ଜୀବନ ଅତିବାହିତ କରନ୍ତି।

୫.ହେମା ମାଲିନୀ- ବନ୍ଧୁଗଣ ପଞ୍ଚମ ଅଭିନେତ୍ରୀ ଜଣକ ହେଉଛନ୍ତି, ‘ହେମା ମାଲିନୀ’।ବଲିଉଡ ଇଣ୍ଡଷ୍ଟ୍ରୀ ର ଡ୍ରିମ ଗାର୍ଲ ଭାବରେ ପରିଚିତ ଏହି ଅଭିନେତ୍ରୀ ଙ୍କୁ ଆଜି କୌଣସି ପରିଚୟ ର ଆବଶ୍ୟକ ରହିନାହିଁ। ଏହି ଅଭିନେତ୍ରୀ ବଲିଉଡ ର ଅନେକ ସୁପରଷ୍ଟାର ଫିଲ୍ମ ରେ ଅଭିନୟ କରିଛନ୍ତି।

ହେମା ଦେବଲ୍ ପରିବାର ର ସଦସ୍ୟ ଅଟନ୍ତି ଏବଂ ଏହି ପରିବାର ଙ୍କୁ ସମସ୍ତ ଦର୍ଶକ ନିଜର ସାଧାପଣ ପାଇଁ ଜାଣିଥାନ୍ତି।ଅଭିନେତ୍ରୀ ହେମା ମାଲିନୀ ସାଧାରଣ ଭାବରେ ଜୀବନ ଯାପନ କରିବାକୁ ପସନ୍ଦ କରନ୍ତି ଏବଂ ତାଙ୍କୁ ଏକ ସମୟରେ କ୍ଷେତ ରେ ହଳ କରୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *