ପୁରା ବିଶ୍ବରେ କୋରୋନା ଭାଇରସ ବ୍ୟାପିବା ସମୟରେ ମଧ୍ୟ ପ୍ରଦେଶରେ ଅଧିକ ମାତ୍ରାରେ କୋରୋନା ସଂକ୍ରମଣ ବଢିବାରେ ଲାଗିଛି । ଏହି ମହାମାରୀକୁ ରୋକିବା ପାଇଁ ଟୀକାକରଣ ଲାଗୁ କରା ଯାଇଛି ।
ଏହା ମଧ୍ୟରେ ମଧ୍ୟ ପ୍ରଦେଶର ଦତିୟା ଜିଲ୍ଲାର କଲେକ୍ଟର ସଞ୍ଜୟ କୁମାରଙ୍କ ଘୋଷଣାର ଖୁବ ଚର୍ଚ୍ଚା ଚାଲିଛି । ଜିଲ୍ଲାପାଲ ସଞ୍ଜୟ ସରକାରୀ କର୍ମଚାରୀ ମାନଙ୍କୁ ଟୀକା କାରଣ ବାଧ୍ୟତାମୂଳକ ବୋଲି କହିବା ସହ ଏକ ନୂଆ ନିୟମ ଲାଗୁ କରିଛନ୍ତି । ତାଙ୍କ କହିବା ଅନୁଯାୟୀ ଯେଉଁ କର୍ମଚାରୀ ମାନେ ଏହି ମାସରେ ଟୀକା ନେବେ ନାହି ସେମାନଙ୍କର ମେ ମାସରେ ଦରମା ବନ୍ଦ କରାଯିବ ।
ତେଣୁ ସରକାରୀ କର୍ମଚାରୀ ମାନେ ମେ ୨୪ ତାରିଖ ସୁଧା କୋରୋନା ଟୀକା ନେବା ପାଇଁ ବାଧ୍ୟତାମୂଳ ଓ ମେ ୨୫ ତାରିଖ ସୁଧା ସେହି ସାର୍ଟିଫିକେଟ ବରିଷ୍ଠ ଅଧିକାରୀଙ୍କୁ ଦେବାକୁ ପଡିବ ବୋଲି ଜିଲ୍ଲାପାଳ ସଞ୍ଜୀ ନୂଆ ନିୟମ କାର୍ଯ୍ୟକାରୀ କରିଛନ୍ତି । ଜିଲ୍ଲାପାଳ ସଞ୍ଜୟଙ୍କର ଏହି ନୂଆ ନିୟମ ବା ଆଦେଶ ସେହି କର୍ମଚାରୀ ମାନଙ୍କ ପାଇଁ ସମସ୍ଯା ସୃଷ୍ଟି କରିଛି ଯେଉଁ ମାନଙ୍କର ବୟସ ୧୮ରୁ ୪୫ ବର୍ଷ ଯାଏଁ ରହିଛି ।
କାରଣ ଏହି କୋରୋନା ଟୀକା କାରଣ ପାଇଁ ସ୍କଟର ଅଭାବ ପରିକ୍ଷିତ ହେଉଛି । ସେଥି ପାଇଁ ଏହି କର୍ମଚାରୀ ମାନେ କିପରି ଟୀକା ନେବେ ତାହା ବର୍ତ୍ତମାନ ବଡ ଚିନ୍ତାର ବିଷୟ ହୋଇ ପଡିଛି । ଏହା ବ୍ଯତୀତ ଯେଉଁ କର୍ମଚାରୀ ମାନେ କୋରୋନରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଛନ୍ତି ସେମାଙ୍କ ପାଇଁ ମଧ୍ୟ ଏହି ନୂଆ ନିୟମ ବଡ ସମସ୍ଯା ସୃଷ୍ଟି କରିଛି । ଯେଉଁ ମାନେ କୋରୋନାରୁ ସୁସ୍ଥ ହୋଇଛନ୍ତି ସେମାନେ ଏକ ମାସ ପରେ ଏହି ଟୀକା ନେବେ ବୋଲି ଡାକ୍ତର ସେମାନଙ୍କୁ ପରାମର୍ଶ ଦେଇଛନ୍ତି ।
କୋରୋନା ଟୀକା ଗର୍ଭବତୀ ମହିଳା ମାନେ ନେଇ ପାରିବେ ନାହି । ଏହି ନୂଆ ନିୟମ ଲାଗୁ ହେବା ଦ୍ଵାରା ଜିଲ୍ଲାର ଅନେକ କର୍ମଚାରୀଙ୍କ ଉପରେ ପ୍ରଭାବ ପଡିବ । ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ରାଜେସ ରାଜୌରା କହିଛନ୍ତି ଯେ ଏହି ନୂଆ ନିୟମ ଗୃହ ବିଭାଗ ପାଜକ୍ଷାରୁ କୌଣସି ଆଦେଶ ଜାରି କରାଯାଇ ନାହି ।
ତାଙ୍କ ମତରେ ଏଭଳି ଆଦେଶ ବା ନିୟମ ଲାଗୁ ହେବା ଉଚିତ ନୁହେ । ଦତିଆ ଜିଲ୍ଲାପାଳ ସଞ୍ଜୟ କୁମାର ନିଜ ମତରେ କହିଛନ୍ତି ଯେ ଏହି ନିୟମ ଭ୍ୟାକ୍ସିନ ଅଭବ ପାଇଁ ଲାଗୁ ହୋଇ ନାହି । ବରଂ ଯେଉଁ ମାନେ କୋରୋନାର ପ୍ରଥମ ଟୀକା ନେଇଛନ୍ତି ସେମାନେ ଦିତୀୟ ଟୀକା ନେଇ ନାହାନ୍ତି ।
ତେଣୁ ଯଦି କର୍ମଚାରୀ ମାନେ ଏହି ନିୟମକୁ ନ ମାନିବ୍ବେ ତେବେ ଏହା ସମାଜ ପ୍ରତି ଭୁଲ ସନ୍ଦେଶ ରହିବ । ଯେଉଁ ନୂଆ ନିୟମ ଦରମା ବଡ କରାଯିବ ବୋଲି ହୋଇଛି ତାହା ଉପରେ ଆଉ ଠାରେ ବିଚାର ବିମର୍ଶ କରାଯିବ ବୋଲି ଜିଲ୍ଲାପାଳ ସଞ୍ଜୟ କୁମାର କହିଛନ୍ତି ।
ଏହା ଉପରେ ଆପଣ ମାନଙ୍କ ମତାମତ କଣ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ଦେଶ ଦୁନିଆର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ