ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ ଥାଇରଏଡ଼ ରୋଗ ହେବା ଦ୍ଵାରା ଶରୀର ରେ କଣ ସବୁ ଲକ୍ଷଣ ଦେଖିବାକୁ ମିଳିଥାଏ ଏବଂ ଥାଇରଏଡ଼ ହେବା ଦ୍ଵାରା କଣ ଖାଇବା ଉଚିତ ଏବଂ କଣ ଖାଇବା ଅନୁଚିତ ସେହି ସମ୍ବନ୍ଧରେ କହିବୁ ।
ତେବେ ଯଦି ଆପଣଙ୍କ ଶରୀର ରେ ବାରମ୍ବାର ଥକ୍କାପଣ, ମୁଣ୍ଡ ବୁଲାଇବା, ଓଜନ ବଢ଼ିବା ଏବଂ ମାଂସପେଶୀ ଦୁର୍ବଳ ହୋଇଯିବା ଭଳି ସମସ୍ୟା ଉପୁଜୁଛି ଆପନଙ୍କୁ ଥାଇରଏଡ଼ ହୋଇ ପାରେ ବୋଲି ଧରି ନିଅନ୍ତୁ । ଏଭଳି ସମୟ ରେ ଫାଇବର ଯୁକ୍ତ ଖାଦ୍ୟ ଖାଇବା ଦ୍ଵାରା ଏହି ସମସ୍ୟା ରୁ ମୁକ୍ତି ମିଳି ପାରିବ ।
ଥାଇରଏଡ଼ ରୋଗ ରୁ ମୁକ୍ତି ପାଇବା ପାଇଁ ଏହି ଜିନିଷ ର ବ୍ୟବହାର କରନ୍ତୁ-
ବନ୍ଧୁଗଣ ଗାଜର ରେ ଆଣ୍ଟି ଅକ୍ସୀଡେଣ୍ଟ, ଏବଂ ବିଟା କେରୋଟିନ ତାତ୍ତ୍ୱ ଥାଏ । ଯାହା ଥାଇରଏଡ଼ ର ହର୍ମୋନ୍ସ କୁ ନିୟନ୍ତ୍ରିତ କରିଥାଏ । ତେଣୁ ଯଦି ଆପଣ ପ୍ରତିଦିନ ଗୋଟିଏ ଲେଖାଏଁ ଗାଜର ଖାଇବେ ତେବେ ଆପଣଙ୍କୁ ଥାଇରଏଡ଼ ସମସ୍ୟା ରୁ ମୁକ୍ତି ମିଳିବ । ଏଥିରେ ଆଇରନ ଏବଂ ଫାଇବର ଅଧିକ ଥିବାରୁ ଥାଇରଏଡ଼ ପାଇଁ ଖୁବ ଲାଭଦାୟକ ହୋଇଥାଏ । ଯଦି ଆପଣ ୨୦ ଦିନ ପର୍ଯ୍ୟନ୍ତ ପ୍ରତିଦିନ ଗୋଟିଏ ଗାଜର ଖାଇବେ ତେବେ ଆପଣଙ୍କ ଥାଇରଏଡ଼ ସମସ୍ୟା ଧୀରେଧୀରେ କମିବାକୁ ଲାଗିବ ।
ସେଓ ରେ ମଧ୍ୟ ପେକ୍ଟିନ୍ ଏବଂ ଫାଇବର ଥାଏ । ଯାହା ଶରୀର ରେ ଥିବା ବିଷାକ୍ତ ପଦାର୍ଥ କୁ କାଢ଼ିବାରେ ସାହାଯ୍ୟ କରିଥାଏ । ତେଣୁ ପ୍ରତିଦିନ ଗୋଟିଏ ଲେଖାଏଁ ସେଓ ଖାଆନ୍ତୁ । ଏହା ସହିତ ପ୍ରତିଦିନ ଗୋଟିଏ ଲେଖାଏଁ ବିଟ୍ ଖାଇବାକୁ ମଧ୍ୟ ଚେଷ୍ଟା କରନ୍ତୁ । ଏଥିରେ ଥାଇରଏଡ଼ କମାଇବାର ପୋଷକ ତତ୍ତ୍ୱ ରହିଥାଏ । ଏଥିରେ ଇମ୍ୟୁନ ସିଷ୍ଟମ ବଢ଼ିଥାଏ ଏବଂ ଥାଇରଏଡ଼ ହର୍ମୋନ ନିୟନ୍ତ୍ରିତ ହୋଇଥାଏ ।
ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଯେଉଁ ବ୍ୟକ୍ତି ଙ୍କ ମଧ୍ୟରେ ଥାଇରଏଡ଼ ସମସ୍ୟା ରହିଛି ସେହି ବ୍ୟକ୍ତି ମାନେ ଆଖୁ ଖାଆନ୍ତୁ ନାହିଁ । ଥଣ୍ଡା ପାନୀୟ, ଦହି, ଚକଲେଟ, କୁକିଜ, ପେଷ୍ଟ୍ରି ଆଦି ର ମଧ୍ୟ ସେବନ କରନ୍ତୁ ନାହିଁ ।
ଏହାଛଡ଼ା ଅଧିକ ଲୁଣ ଖାଇବା ଦ୍ୱାରା ମଧ୍ୟ ଥାଇରଏଡ଼ ର ପ୍ରଭାବ ବଢ଼ିବାକୁ ଲାଗିଥାଏ । ଏହା ସହିତ ଶୁଦ୍ଧ କ୍ଷୀର ପିଅନ୍ତୁ ନାହିଁ । ଫୁଟା ହୋଇଥିବା କ୍ଷୀର କୁ ପିଇବାକୁ ଚେଷ୍ଟା କରନ୍ତୁ । ଏହି ସବୁ ଜିନିଷ ଠାରୁ ଦୂର ରେ ରହିବା ଦ୍ଵାରା ଥାଇରଏଡ଼ ହେବାର ସମ୍ଭାବନା ବହୁତ କମ ରହିଥାଏ । ଯଦି ଆପଣ ପୂର୍ବରୁ ଥାଇରଏଡ଼ ରୋଗରେ ପୀଡ଼ିତ ଅଛନ୍ତି ତେବେ ମିଠା,ଲୁଣି ଏବଂ ରାଗ ଯୁକ୍ତ ଖାଦ୍ୟ ପଦାର୍ଥ ର ସେବନ କରନ୍ତୁ ନାହିଁ ।
ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ହେଲ୍ଥ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ