ଏହାକୁ ଥରେ ମାତ୍ର ଚୁଟିରେ ଲଗାଇ ଦିଅନ୍ତୁ, ଚୁଟି ଏତେ ମୋଟା ଓ ଲମ୍ବା ହୋଇଯିବ ଯେ ସମସ୍ତେ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ- Beauty Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏଭଳି ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ, ଯାହାର ପ୍ରାୟୋଗ ଦ୍ଵାରା ଆପଣଙ୍କ କେଶ ପ୍ରାକୃତିକ ଉପାୟ ରେ ଘନ ଏବଂ ଲମ୍ବା ହୋଇଯିବ।
ବନ୍ଧୁଗଣ ବର୍ତ୍ତମାନ ସମୟରେ ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନରେ ବ୍ୟସ୍ତ ରହୁଛନ୍ତି ଏବଂ ଏହି ବ୍ୟସ୍ତତା ମଧ୍ୟରେ ସେମାନେ ନିଜର ଯତ୍ନ ମଧ୍ୟ ନେଉ ନାହାନ୍ତି ଏବଂ ସମସ୍ତ ଙ୍କ ପାଖରେ ଟାଇମ ର ଅଭାବ ରହିଥାଏ ଯାହାଫଳରେ ସେମାନେ ନିଜ କେଶର ଯତ୍ନ ମଧ୍ୟ ନେଇ ପାରନ୍ତି ନାହିଁ। ଯାହାଫଳରେ କେଶ ରେ ବିଭିନ୍ନ ପ୍ରକାର ସମସ୍ୟା ଦେଖା ଯାଇଥାଏ। ଯଥା, କେଶ ଝଡ଼ିବା, କେଶ ଧଳା ହୋଇଯିବା, କେଶରେ ରୂପୀ ହୋଇଯିବା ଏଭଳି ବିଭିନ୍ନ ପ୍ରକାର ସମସ୍ୟା ଦେଖା ଦେଇଥାଏ।

ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ ଏଭଳି ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହାର ପ୍ରୟୋଗ ଦ୍ଵାରା ଆପଣଙ୍କ କେଶ ଜନିତ ସମସ୍ତ ସମସ୍ୟା ର ସମାଧାନ ହୋଇଯିବ ଏବଂ ଏହା ସହିତ କେଶ ଘନ, ମଜବୁତ ଏବଂ ଲମ୍ବା ହୋଇଯିବ।ବନ୍ଧୁଗଣ ଏହି ଉପଚାର ରେ ଆଵଶ୍ୟକ ସାମଗ୍ରୀ ଆପଣଂକୁ ଅତି ସହଜରେ ମିଳିଯିବ ଏବଂ ଏହାକୁ ପ୍ରସ୍ତୁତ କରିବା ନିମନ୍ତେ ଆପଣଂକୁ ଅଧିକ ସମୟ ମଧ୍ୟ ଲାଗିବ ନାହିଁ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଘରୋଇ ଉପଚାର ସମ୍ବନ୍ଧରେ।

୧. ବନ୍ଧୁଗଣ ଏହି ଘରୋଇ ଉପଚାର ନିମନ୍ତେ ପ୍ରଥମେ ଗ୍ୟାସ ରେ କଢ଼େଇ ଚଢାନ୍ତୁ ଏବଂ ସେଥିରେ ୨କପ ପାଣି ପକାନ୍ତୁ। ଏହା ପରେ ଆପଣଂକୁ ଯେଉଁ ସାମଗ୍ରୀ ର ଆବଶ୍ୟକ ରହିଛି ତାହା ହେଉଛି, ମେଥି ଦାନା। ବନ୍ଧୁଗଣ ମେଥି ଆମ କେଶ ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ ଏବଂ ଏଥିରେ ଥିବା ପ୍ରୋଟିନ ଆମ କେଶ ପାଇଁ ଅତ୍ୟନ୍ତ ଉପକାରୀ ଅଟେ। ବନ୍ଧୁଗଣ ଯଦି ଆପଣଙ୍କ କେଶ ବହୁତ ପତଳା ଅଛି ଅଥବା ଉପୁଡ଼ି ଯାଇଛି ତେବେ ମେଥି ର ପ୍ରୟୋଗ କରିବା ଦ୍ୱାରା ଏହାର ଲାଭ ନିଶ୍ଚିତ ଭାବରେ ପ୍ରାପ୍ତ ହୋଇଥାଏ।ତେବେ ବନ୍ଧୁଗଣ ଆପଣ କଢ଼େଇ ରେ ବସାଇଥିବା ପାଣି ରେ ଏକ ଚାମଚ ମେଥି ଦାନା ପକାନ୍ତୁ।

୨. ବନ୍ଧୁଗଣ ଏହାପରେ ଯେଉଁ ସାମଗ୍ରୀର ଆବଶ୍ୟକ ତାହା ରହିଛି, ତାହା ହେଉଛି କଳା ରାଶି। ବନ୍ଧୁଗଣ କଳା ରାଶି ଆମ କେଶ ରେ ପ୍ରୟୋଗ କରିବା ଦ୍ୱାରା ବହୁତ ଫାଇଦା ମିଳିଥାଏ। ଏହାର ପ୍ରୟୋଗ କରିବା ଦ୍ୱାରା କେଶ ମଜବୁତ ହୋଇଥାଏ ଏବଂ ସିଲ୍କି ଓ ସାଇନିଂ ଦେଖା ଯାଇଥାଏ। ତେବେ କଳା ରାଶି କୁ ମଧ୍ୟ ଏକ ଚାମଚ କଢ଼େଇ ରେ ପକାନ୍ତୁ।

୩. ବନ୍ଧୁଗଣ ଏହାପରେ ଆମକୁ ଯେଉଁ ସାମଗ୍ରୀ ର ଆବଶ୍ୟକତା ରହିଛି ତାହା ହେଉଛି ଅଦା। ବନ୍ଧୁଗଣ ଅଦା ଆମ କେଶ ପାଇଁ ବହୁତ ଲାଭକାରୀ ହୋଇଥାଏ। ଆଜିକାଲି ମାର୍କେଟ ରେ ମଧ୍ୟ ବିଭିନ୍ନ ପ୍ରକାର ତେଲ ମିଳୁଛି। ଅଦା ର ପ୍ରୟୋଗ କରିବା ଦ୍ୱାରା ଏହା କେଶ ରୁ ରୂପୀ କୁ ଦୁର କରିଥାଏ। ତେବେ ଅଦା କୁ ଭଲ ଭାବରେ ଧୋଇ ଛେଚିକରି ପକାଇ ଦିଅନ୍ତୁ ଏବଂ ଏହାପରେ ସେହି ପାଣି ର ମିଶ୍ରଣ କୁ ଭଲ ଭାବରେ ଫୁଟିବାକୁ ଦିଅନ୍ତୁ। ବନ୍ଧୁଗଣ ଏହି ପାଣି ଭଲ ଭାବରେ ଫୁଟିଲା ପରେ ଆପଣ ଦେଖିବେ ଏହାର ରଙ୍ଗ ବଦଳି ଯିବ। ଏହା ପରେ ଆପଣ ଗ୍ୟାସ ଅଫ କରି ଦିଅନ୍ତୁ ଏବଂ ଏହାକୁ ଭଲ ଭାବରେ ଛାଣି ଏକ ପାତ୍ର ରେ ରଖନ୍ତୁ।

୪. ବନ୍ଧୁଗଣ ଏହି ପାଣି କୁ ଆପଣ ନିଜ କେଶ ରେ ସ୍ପ୍ରେ କରନ୍ତୁ ଅଥବା ତୁଲା ସାହାଯ୍ୟ ରେ ଏହାର ପ୍ରୟୋଗ କରନ୍ତୁ। ଏହାକୁ ପ୍ରୟୋଗ କରିବା ଦ୍ୱାରା ଆମ କେଶ କୁ ବିଭିନ୍ନ ପ୍ରକାର ଫାଇଦା ମିଳିଥାଏ ଏବଂ କେଶ ଜନିତ ବିଭିନ୍ନ ସମସ୍ୟା ଦୂର ହୋଇଥାଏ ଏବଂ ବନ୍ଧୁଗଣ ଆପଣ ଏହାର ପ୍ରୟୋଗ କରିବା ସମୟରେ ନିଜ ଆଙ୍ଗୁଠି ସାହଯ୍ୟ ରେ ଭଲ ଭାବରେ ମସାଜ କରନ୍ତୁ ଯାହାଦ୍ୱାରା ଆପଣଂକ ବ୍ଲଡ଼ ସରକ୍ୟୁଲେସ ମଧ୍ୟ ସଠିକ ଭାବରେ ହୋଇଥାଏ।

ତେବେ ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭାବରେ ଏହି ଘରୋଇ ଉପଚାର ପ୍ରୟୋଗ କରନ୍ତୁ। ଏହାର ଚମତ୍କାରୀ ଫାଇଦା ଆପଣ ମାନଙ୍କୁ ନିଶ୍ଚିତ ଭାବରେ ପ୍ରାପ୍ତ ହେବ। ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ସୁନ୍ଦର ସୁନ୍ଦର ବିଉଟି ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *