ମନକୁ ନିଜ ବଶରେ କରିବାର 2 ଟି ଉପାୟ- Gita Vani

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଂକୁ ଶ୍ରୀମଦ ଭାଗବତ ଥିବା ଏଭଳି ଦୁଇଟି ଉପାୟ ସମ୍ବନ୍ଧରେ କହିବୁ ଯାହାଦ୍ୱାରା ଆପଣ ନିଜ ମସ୍ତିସ୍କକୁ ନିୟନ୍ତ୍ରଣ କରିପାରିବେ ଏବଂ ଆପଣଙ୍କ ମସ୍ତିଷ୍କ ରେ କୌଣସି ପ୍ରକାର ଚଞ୍ଚଳତା ସୃଷ୍ଟି ହେବ ନାହିଁ। ବନ୍ଧୁଗଣ ଜୀବନ ରେ କୌଣସି କାର୍ଯ୍ୟ କୁ କରିବାକୁ ହେଲେ ସେଥିରେ ପ୍ରଥମ ଏବଂ ମୁଖ୍ୟ ଆବଶ୍ୟକତା ଟି ହେଉଛି ଏକାଗ୍ରତା।ଯଦି ଆମେ କୌଣସି କାର୍ଯ୍ୟ କୁ ଏକାଗ୍ରତା ର ସହ କରିବା ନାହିଁ ତେବେ ଆମର କୌଣସି କାର୍ଯ୍ୟ ସଫଳ ହୋଇନଥାଏ।ତେବେ ସବୁଠାରୁ ଜରୁରୀ ହେଉଛି ନିଜ ମସ୍ତିଷ୍କ ରେ ଏକାଗ୍ରତା ସୃଷ୍ଟି କରିବା।

ବନ୍ଧୁଗଣ ଏକାଗ୍ରତା କୁ କେବଳ ଗୋଟିଏ ଜିନିଷ ଭାଙ୍ଗି ପାରିଥାଏ ତାହା ହେଉଛି ଆମ ଭିତରେ ଥିବା ଚଞ୍ଚଳତା। ତେବେ ଯଦି ଆମେ ଏହି ଚଞ୍ଚଳତା କୁ ଆମ ମୁଣ୍ଡରୁ ସମ୍ପୂର୍ଣ୍ଣ ଭାବରେ ଦୁରେଇ ଦେବା ତେବେ ଆମ ଏକାଗ୍ରତା କେବେବି ଭାଙ୍ଗିବ ନାହିଁ।ତେବେ ବନ୍ଧୁଗଣ ନିଜ ଏକାଗ୍ରତା କୁ ବଜାୟ ରଖିବା ନିମନ୍ତେ ଆମକୁ ପ୍ରଥମେ ନିଜ ଚଞ୍ଚଳତା କୁ ଦୁରେଇବାକୁ ପଡ଼ିବ।ବନ୍ଧୁଗଣ ଏହାକୁ ଆମେ ଆପଣଂକୁ ଏକ କାହାଣୀ ମାଧ୍ୟମରେ କହିଲେ, ହୁଏତ ଆପଣ ଏହାକୁ ବୁଝି ପାରିବେ।

ତେବେ ବନ୍ଧୁଗଣ ଗୋଟିଏ ଗାଁ ରେ ଜଣେ ଠକ ତେଲ ଵ୍ୟପାର କରିବା ନିମନ୍ତେ ଆସିଥିଲା ଏବଂ ଯେଉଁ ମାନେ ସେହି ବ୍ୟକ୍ତି ଠାରୁ ତେଲ କିଣିବା ନିମନ୍ତେ ଆସୁଥିଲେ ସେ ସେମାନଙ୍କୁ ଗୋଟିଏ କଥା କହୁଥିଲା ତାହା ହେଉଛି, ଏହି ତେଲ କୁ ଯେବେବି ମୁଣ୍ଡ ରେ ଲଗାଇବ କେବେବି ପରମାତ୍ମା ଙ୍କୁ ସ୍ମରଣ କରିବେ ନାହିଁ ନଚେତ ପୁଣିଥରେ ଏହି ତେଲ କୁ କିଣିବାକୁ ପଡ଼ିବ।ଯେଉଁ ବ୍ୟକ୍ତି ଏହି ତେଲ ବ୍ୟବହାର କରୁଥିଲା ତାଙ୍କ ମୁଣ୍ଡ ରେ ସର୍ବଦା ପରମାତ୍ମା ଙ୍କ ସ୍ମରଣ ଆସୁଥିଲା ଏବଂ ସେମାନେ ବାଧ୍ୟ ହୋଇ ପୁଣିଥରେ ତେଲ କିଣୁ ଥିଲେ।

ତେବେ ବନ୍ଧୁଗଣ ଏହି ସବୁ ହେବାର ମୁଖ୍ୟ କାରଣ ହେଉଛି ଆମ ଭିତରେ ଥିବା ଚଞ୍ଚଳତା। ତେବେ ପ୍ରଥମେ ଆମକୁ ଏହାକୁ ଦୁର କରିବାକୁ ପଡ଼ିବ। ଏହାକୁ ଦୁର କରିବା ନିମନ୍ତେ ଆଜି ଆମେ ଆପଣଂକୁ ଏଭଳି ୨ଟି ଉପାୟ ସମ୍ୱନ୍ଧ ରେ କହିବୁ।ତେବେ ବନ୍ଧୁଗଣ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ଭାବରେ ଜାଣିବା।

୧. ବନ୍ଧୁଗଣ ପ୍ରଥମ ଉପାୟଟି ହେଉଛି, ‘ଅଭ୍ୟାସ’। ଶ୍ରୀମଦ ଭଗବତ ଗୀତା ରେ ଉଲ୍ଲେଖ ରହିଛି ଏବଂ ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ କୌଣସି କାର୍ଯ୍ୟ କରିବା ନିମନ୍ତେ ପ୍ରଥମେ ନିଜ ମୁଣ୍ଡରେ ସେହି କାର୍ଯ୍ୟ ନିମନ୍ତେ ଅଭ୍ୟାସ ଜାରି ରଖିବା ଆବଶ୍ୟକ।କୌଣସି କାର୍ଯ୍ୟ କୁ ଆରମ୍ଭ କରିବା ସମୟରେ ଆପଣ ହୁଏତ ସଫଳତା ହାସଲ କରିବେ ନାହିଁ କିନ୍ତୁ ସେହି କାର୍ଯ୍ୟ ପ୍ରତି ନିରନ୍ତର ଅଭ୍ୟାସ ଦ୍ଵାରା ହିଁ ଆପଣ ସଫଳତା ପ୍ରାପ୍ତ କରିବେ।

୨. ବନ୍ଧୁଗଣ ଦ୍ଵିତୀୟ ଉପାୟଟି ହେଉଛି, ‘ବୈରାଗ୍ୟ’। ବନ୍ଧୁଗଣ ବୈରାଗ୍ୟ ମନର ସେହି ଅବସ୍ଥା ଅଟେ ଯାହା ମନରୁ ସମସ୍ତ ଖରାପ ଅଭ୍ୟାସ କୁ ଦୁର କରିଥାଏ। ଯଦି କୌଣସି ବ୍ୟକ୍ତି ର କୌଣସି ବି କ୍ଷେତ୍ରରେ ଖରାପ ବା ବଦ ଅଭ୍ୟାସ ରହିଛି ତେବେ ତାହାକୁ ଦୁର କରିବା ନିମନ୍ତେ ପ୍ରଥମେ ସେହି ଜିନିଷ ଠାରୁ ଦୂରେଇ ରହିବାକୁ ପଡ଼ିବ ଏବଂ ଏପରି କରିବା ଦ୍ୱାରା ହିଁ ମନରେ ବୈରାଗ୍ୟ ଭାବ ଉତ୍ପନ୍ନ ହେବ ଏବଂ ସମସ୍ତ କାର୍ଯ୍ୟ ରେ ଆପଣ ସଫଳତା ହାସଲ କରିବେ।

ବନ୍ଧୁଗଣ ଶ୍ରୀମଦ ଭଗବତ ଗୀତା ରେ ଏହି ଦୁଇଟି ଉପାୟ ସହିତ ଅନ୍ୟ ଏକ ଉପାୟ ମଧ୍ୟ ରହିଛି ଏବଂ ତାହା ହେଉଛି ‘ମେଡିଟେସନ ବା ଧ୍ୟାନ’। ବନ୍ଧୁଗଣ ପ୍ରତ୍ୟେକ ଦିନ ଧ୍ୟାନ କରିବା ଦ୍ୱାରା ମନ ଶାନ୍ତ ରହିଥାଏ ଏବଂ ମନରେ ଏକାଗ୍ରତା ମଧ୍ୟ ସୃଷ୍ଟି ହୋଇଥାଏ।ଏହା ସହିତ ଆମ ଭିତରେ ଥିବା ସମସ୍ତ ପ୍ରକାର ଚଞ୍ଚଳତା ଦୁରେଇ ଯାଏ। ତେବେ ବନ୍ଧୁଗଣ ନିଜ ମଧ୍ୟରେ ଏକାଗ୍ରତା ସୃଷ୍ଟି କରିବା ନିମନ୍ତେ ଏହି ୩ଟି ଉପାୟ କୁ ନିଶ୍ଚିତ ଭାବରେ ଅବଲମ୍ବନ କରନ୍ତୁ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *