ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହାର ପ୍ରୟୋଗ ଦ୍ୱାରା ଆପଣ ଥଣ୍ଡା, କାଶ ଏବଂ କଫ ଭଳି ସମସ୍ୟା ରୁ ତୁରନ୍ତ ମୁକ୍ତି ପାଇ ପାରିବେ ।
ବାରମ୍ବାର ଔଷଧ ର ସେବନ ପରେ ମଧ୍ୟ ଯଦି ଆପଣଙ୍କୁ ଏହି ସମସ୍ୟା ରୁ ମୁକ୍ତି ମିଳୁନାହିଁ ତେବେ ନିଶ୍ଚିତ ଭାବରେ ଏହି ଘରୋଇ ଉପଚାର ର ପ୍ରୟୋଗ କରନ୍ତୁ । ସାଧାରଣତଃ ଶୀତ ଦିନରେ ଏହି ସମସ୍ୟା ଦେଖିବାକୁ ମିଳିଥାଏ ଏବଂ ଶୀତ ଦିନେ ପ୍ରାୟତଃ ବ୍ୟକ୍ତି ଏହି ରୋଗ ର ସଂସ୍ପର୍ଶରେ ଆସିଥାନ୍ତି ଏବଂ ଏହାଦ୍ବାରା ଗଳାରେ ଯନ୍ତ୍ରଣା ହେବା ସମସ୍ୟା ମଧ୍ୟ ଦେଖିବାକୁ ମିଳିଥାଏ ।
ବର୍ତ୍ତମାନ କୋରନା କାଳ ରେ ମଧ୍ୟ ଥଣ୍ଡା ଓ ଜ୍ୱର ସାଧାରଣ ଲକ୍ଷଣ ହୋଇଯାଇଛି । ତେଣୁ ଯେତେ ଦୂର ସମ୍ଭବ ଥଣ୍ଡା ଠାରୁ ଦୂରେଇ ରହିବା ଉଚିତ । ତେବେ ଆସନ୍ତୁ ଜାଣିବା ସେହି ଘରୋଇ ଉପଚାର ବିଷୟରେ ଯାହାଦ୍ୱାରା ଆପଣ ଥଣ୍ଡା, କାଶ ଓ କଫ ଭଳି ସମସ୍ୟା ରୁ ମୁକ୍ତି ପାଇବେ ।
ବନ୍ଧୁଗଣ ଏହି ଘରୋଇ ଉପଚାର ନିମନ୍ତେ ଗ୍ୟାସ ରେ ଏକ ପାତ୍ର ଚଢାନ୍ତୁ ଏବଂ ସେଥିରେ ଦୁଇ ଗ୍ଲାସ ପାଣି ପକାନ୍ତୁ । ପାଣି ପକାଇବା ପରେ ଆପଣ ଗ୍ୟାସ ଅନ୍ କରି ଦିଅନ୍ତୁ । ତେବେ ଏହାପରେ ଆପଣଙ୍କୁ ଯେଉଁ ପ୍ରଥମ ସାମଗ୍ରୀ ର ଆବଶ୍ୟକତା ରହିଛି ତାହା ହେଉଛି ଜିରା । ଜିରା ଖାଇବା ଦ୍ୱାରା ଏହା ଆମ ଶରୀର ରୁ ଥଣ୍ଡା କୁ ଦୂର କରିଥାଏ । ଆପଣ ଏକ ଚାମଚ ଜିରା ପକାନ୍ତୁ । ଏହାପରେ ଆପଣ ଏକ ଖଣ୍ଡ ଅଦା ନିଅନ୍ତୁ ।
କାଶ ଓ କଫ ଭଳି ସମସ୍ୟା ରେ ଅଦା କେତେ ମାତ୍ରାରେ ଲାଭଦାୟୀ ଏହା ତ ଆପଣ ସମସ୍ତେ ଜାଣିଥିବେ । ଆପଣ ଏକ ଛୋଟ ଖଣ୍ଡ ଅଦା କୁ ଛେଲି ପାଣିରେ ପକାଇ ଦିଅନ୍ତୁ । ଏହାପରେ ଯେଉଁ ତୃତୀୟ ସାମଗ୍ରୀ ର ଆବଶ୍ୟକତା ରହିଛି ତାହା ହେଉଛି ତୁଳସୀ ପତ୍ର । ତୁଳସୀ ପତ୍ର ସେବନ କରିବା ଦ୍ୱାରା ଏହା ଆମ ଶରୀର ରେ କାଶ, ଥଣ୍ଡା ଓ କଫ ଭଳି ସମସ୍ୟା କୁ ତୁରନ୍ତ ଦୂର କରିଥାଏ । ଏହା ଅତ୍ୟନ୍ତ ଲାଭଯୁକ୍ତ ହୋଇଥାଏ ।
ଆପଣ ୧୫ଟି ତୁଳସୀ ପତ୍ର ଏଥିରେ ପକାନ୍ତୁ । ବର୍ତ୍ତମାନ ଆପଣ ସମସ୍ତ ସାମଗ୍ରୀ ପକାଇ ସେହି ପାଣି କୁ ଭଲ ଭାବରେ ଫୁଟାନ୍ତୁ । ଦୁଇ ଗ୍ଲାସ ପାଣି ଯେ ପର୍ଯ୍ୟନ୍ତ ଏକ ଗ୍ଲାସ ହୋଇନାହିଁ ସେ ପର୍ଯ୍ୟନ୍ତ ଆପଣ ପାଣି କୁ ଫୁଟାନ୍ତୁ । ପ୍ରାୟ ୫ ରୁ ୭ ମିନିଟ ପର୍ଯ୍ୟନ୍ତ ଫୁଟାଇବା ପରେ ଆପଣ ଗ୍ୟାସ ରୁ ପାତ୍ର କୁ ଓଲ୍ହାଇ ଦିଅନ୍ତୁ ଏବଂ ସେହି ପାଣି କୁ ଭଲ ଭାବରେ ଛାଣି ଏକ ଗ୍ଲାସ ରେ ରଖନ୍ତୁ । ବର୍ତ୍ତମାନ ଆପଣଙ୍କ ଘରୋଇ ଉପଚାର ସମ୍ପୂର୍ଣ୍ଣ ରୂପରେ ପ୍ରସ୍ତୁତ ହୋଇଗଲା ।
ଶେଷରେ ଆପଣ ଏଥିରେ ଏକ ଚାମଚ ମହୁ ମିଶାଇ ଦିଅନ୍ତୁ । ମହୁ ମଧ୍ୟ ଥଣ୍ଡା ଓ କାଶ କୁ ଦୂର କରିବାରେ ସହାୟକ ହୋଇଥାଏ । ଆପଣଙ୍କୁ ଯଦି ଭାଇରାଲ ଫିବର ହେଉଛି ତେବେ ଏହାକୁ ନିଶ୍ଚିତ ଭାବରେ ସେବନ କରନ୍ତୁ । ଏହାଦ୍ବାରା ଆପଣଙ୍କ ଥଣ୍ଡା,କାଶ ଓ କଫ ଭଳି ସମସ୍ୟା ରୁ ମୁକ୍ତି ପାଇ ପାରିବେ ଏବଂ ଏହି କୋରନା କାଳ ରେ ଆପଣ ସୁରକ୍ଷିତ ରହିବେ ।ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ହେଲ୍ଥ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ