ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ଦେଶରେ ବ୍ୟାପିଥିବା କୋରନା ମହାମାରୀ ରୁ ବଂଚିବା ପାଇଁ ଥଣ୍ଡା ଓ କାଶ ଠାରୁ ଦୂରେଇ ରହିବା ଆବଶ୍ୟକ । ପ୍ରାୟତଃ ବ୍ୟକ୍ତି ଙ୍କ ମଧ୍ୟରେ ଛାତି ରେ କଫ ଜମି ଥିବା ସମସ୍ୟା ଦେଖାଯାଏ । ଯାହାଦ୍ୱାରା ଶୁଖିଲା କାଶ ହୋଇଥାଏ ।
ସେମାନେ ବିଭିନ୍ନ ପ୍ରକାର ଔଷଧ ର ସେବନ ମଧ୍ୟ କରିଥାନ୍ତି । କିନ୍ତୁ ତାଙ୍କୁ କୌଣସି ଲାଭ ହୋଇନଥାଏ । ଯଦି ଆପଣଙ୍କ ମଧ୍ୟରେ ବି ଏହି ସମସ୍ୟା ରହିଛି ତେବେ ଆମେ ଆପଣ ମାନଙ୍କୁ ଯେଉଁ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ତା’ର ପ୍ରୟୋଗ ଦ୍ବାରା ଆପଣ ଏହି ସମସ୍ୟା ରୁ ତୁରନ୍ତ ମୁକ୍ତି ପାଇ ପାରିବେ । ଏହି ଘରୋଇ ଉପଚାର ସମ୍ପୂର୍ଣ୍ଣ ରୂପରେ ଆୟୁର୍ବେଦ ଏବଂ ବହୁତ ସହଜ ଅଟେ । ତେବେ ଆସନ୍ତୁ ଏହି ଉପଚାର ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।
ବନ୍ଧୁଗଣ ଏହି ଘରୋଇ ଉପଚାର ନିମନ୍ତେ ଆପଣ ପ୍ରଥମେ, ଗ୍ୟାସ ଅନ୍ କରି ଏକ ପ୍ୟାନ୍ ବସାନ୍ତୁ । ଏହାପରେ ୨୦ ଟି ଗୋଲମରିଚ ନିଅନ୍ତୁ ଏବଂ ପ୍ୟାନ୍ ରେ ପକାନ୍ତୁ । ଗୋଲମରିଚ କାଶ ଓ କଫ ଭଳି ସମସ୍ୟା ପାଇଁ ରାମବାଣ ଅଟେ । ଏଥିରେ ଥିବା ତତ୍ତ୍ୱ କାଶ ଓ କଫ କୁ ଦୂର କରିବାରେ ସହାୟକ ହୋଇଥାଏ । ଏହାପରେ ଆପଣ ୧୦ ଟି ଲବଙ୍ଗ ନିଅନ୍ତୁ ।
ଲବଙ୍ଗ କୁ ମଧ୍ୟ ସେହି ପ୍ୟାନ୍ ରେ ପକାଇ ଦିଅନ୍ତୁ । ଲବଙ୍ଗ ମଧ୍ୟ ଥଣ୍ଡା ଓ କାଶ ଭଳି ସମସ୍ୟା ରୁ ତୁରନ୍ତ ମୁକ୍ତି ଦେଇଥାଏ । ଆପଣ ଏହି ଦୁଇଟି ସାମଗ୍ରୀ କୁ ପ୍ୟାନ୍ ରେ ଲୋ ଫ୍ଲେମ୍ ରେ ରୋଷ୍ଟ୍ କରନ୍ତୁ । ଗୋଲମରିଚ ଓ ଲବଙ୍ଗ ଭଲ ଭାବରେ ରୋଷ୍ଟ୍ ହେବା ପରେ ଆପଣ ଏହାକୁ ଗ୍ୟାସ ରୁ ଓଲ୍ହାଇ ଦିଅନ୍ତୁ । ଏହାପରେ ଲବଙ୍ଗ ଓ ଗୋଲମରିଚ କୁ ଭଲ ଭାବରେ ହେମ ଦସ୍ତା ରେ ଛେଚି ଦିଅନ୍ତୁ ଏବଂ ଏହାର ଗୁଣ୍ଡ ପ୍ରସ୍ତୁତ କରନ୍ତୁ ।
ଏହା ପ୍ରସ୍ତୁତ ହେବା ପରେ ଆପଣ ଅନ୍ୟ ଏକ ପାତ୍ର ନିଅନ୍ତୁ । ସେଥିରେ ଏକ ଚାମଚ ମହୁ, ଦୁଇ ଚାମଚ ଅଦା ରସ, ଏକ ଚୁଟକି ସୈନ୍ଧବ୍ୟ ଲୁଣ ଏବଂ ହଳଦୀ ପକାନ୍ତୁ । ଏହି ସବୁ ସାମଗ୍ରୀ ଥଣ୍ଡା, କାଶ ଓ କଫ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ବର୍ତ୍ତମାନ ଆପଣ ଏଥିରେ ପୂର୍ବରୁ ପ୍ରସ୍ତୁତ କରାଯାଇଥିବା ଲବଙ୍ଗ ଓ ଗୋଲମରିଚ ଗୁଣ୍ଡ କୁ ମିଶାଇ ଦିଅନ୍ତୁ ଏବଂ ଏହାକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ । ବର୍ତ୍ତମାନ ଆପଣଙ୍କ ଘରୋଇ ଉପଚାର ସମ୍ପୂର୍ଣ୍ଣ ରୂପରେ ପ୍ରସ୍ତୁତ ହୋଇଗଲା ।
ଆପଣ ଏହାକୁ ସକାଳେ ଜଳଖିଆ ଖାଇବାର ଅଧଘଣ୍ଟା ପୂର୍ବରୁ ସେବନ କରନ୍ତୁ । ଏହାକୁ ଖାଇବାର ଅଧଘଣ୍ଟା ପର୍ଯ୍ୟନ୍ତ କିଛି ବି ଖାଆନ୍ତୁ ନାହିଁ । ଆପଣ ଏହାକୁ ସନ୍ଧ୍ୟା ସମୟ ରେ ବି ସେବନ କରି ପାରିବେ । ଏହାକୁ ସେବନ କରିବା ଦ୍ୱାରା ଆପଣଙ୍କ ଗଳା ରେ ହେଉଥିବା ସମସ୍ତ ସଂକ୍ରମଣ ଦୂର ହେବ ଏବଂ ଥଣ୍ଡା, କାଶ ଓ କଫ ଭଳି ସମସ୍ୟା ତୁରନ୍ତ ଦୂର ହୋଇଯିବ ।
ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ସୁନ୍ଦର ସୁନ୍ଦର ହେଲ୍ଥ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ