ତପସ୍ଵିନୀ ଓ ସୁମିତ ଏହି ଦୁଇଟି ନାଁ କିଛି ଦିନ ତଳେ ସବୁ ନ୍ୟୁଜ ଚ୍ୟାନେଲରେ ଘୁରି ବୁଲୁ ଥିଲା । ସମସ୍ତେ ତପସ୍ଵିନୀଙ୍କୁ ନ୍ୟାୟ ଦେବା ପାଇଁ ବିଭିନ୍ନ ପ୍ରକାରର ପ୍ରୟାସ ମଧ୍ୟ କରିଥିଲେ । ଶେଷରେ ତପସ୍ଵିନୀଙ୍କୁ ନ୍ୟାୟ ମଧ୍ୟ ମିଳିଲା । ବର୍ତ୍ତମାନ ପୁଣି ଏକ ତପସ୍ଵିନୀ ଚର୍ଚାରେ ଅଛନ୍ତି । କହିବାକୁ ଗଲେ ସେ ହେଉଛି ଶ୍ରୀମତୀ ଏ. ତପସ୍ଵିନୀ ପାତ୍ର । ଯିଏକି ଜଗଦେବପୁର ପଞ୍ଚାୟତ ନିର୍ବାଚନରେ ପାର୍ଥୀ ରୂପରେ ଛିଡା ହୋଇଛନ୍ତି । ବର୍ତ୍ତମାନ ଚାରିଆଡେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଛି ।

ଏମିତିରେ ସବୁ ସ୍ଥାନରେ ଗୋଟିଏ ପ୍ରକାରର ନିର୍ବାଚନ ମାହୋଲ ସୃଷ୍ଟି ହୋଇ ଯାଇଛି । କହିଦେଉଛୁ କି ବ୍ରହ୍ମପୁର ଜାନେବିଲ ପ୍ରୋଜେକ୍ଟ ପ୍ରଥମ ଥର ବ୍ରହ୍ମପୁର ଜଗଦେବପୁର ଗାଁରୁ ହିଁ ଆରମ୍ଭ ହୋଇଥିଲା । ଏହି ଗାଁର ସମସ୍ତଙ୍କ ଘର ସାମ୍ନାରେ ପାଇପ ଲାଗିଛି । କିନ୍ତୁ କୌଣସି ବି ପାଇପରେ ପାଣି ଆସୁ ନାହିଁ ।
ଏହି ସମସ୍ୟାକୁ ନେଇ ଯେତେବେଳେ ବ୍ରହ୍ମପୁର ଜଗଦେବପୁର ଗାଁରେ ପଞ୍ଚୟାତ ନିର୍ବାଚନ ପାଇଁ ପାର୍ଥୀ ରୂପରେ ଛିଡା ହୋଇଥିବା ଶ୍ରୀମତୀ ଏ. ତପସ୍ଵିନୀ ପାତ୍ରଙ୍କୁ ପ୍ରଶ୍ନ କରାଗଲା ତେବେ ସେ କହିଲେ କି ଏହି ଗାଁରେ ସବୁଠୁ ବଡ ସମସ୍ୟା ହେଉଛି ପାଣି ସମସ୍ୟା । ଏହା ପରେ ରାସ୍ତାଘାଟ ସମସ୍ୟା । ଏହି ଗାଁରୁ ପାଣି ପ୍ରକଳ୍ପ ଆରମ୍ଭ ହୋଇଛି । କିନ୍ତୁ ଏହି ଗାଁରେ ହିଁ ସଠିକ ରୂପରେ ପାଣି ଆସୁ ନାହିଁ ।
ସେ ଆଗକୁ କହିଲେ କି ମୁଁ ମୋର ଚେଷ୍ଟାରେ କିଛି ଘରକୁ ପାଣି ଦେଇଛି । ସେହି ସମୟରେ ମୁଁ ରାଜନୀତିରେ ନ ଥିଲି । ମୁଁ ଗୃହିଣୀ ଥିଲି ଓ ପ୍ରଥମ ଥର ପାଇଁ ମୁଁ ରାଜନୀତିରେ ଆସିଛି । ମୁଁ ଚାହୁଁଛି କି ଜନତା ଯଦି ମୋତେ ପଞ୍ଚାୟତ ନିର୍ବାଚନରେ ବିଜେତା କରିବେ ତେବେ ମୁଁ ତାଙ୍କର ଏହି ସମସ୍ୟାକୁ ଦୂର କରିବାକୁ ଚେଷ୍ଟା କରିବି । ମୋର ବର୍ତ୍ତମାନ ଲକ୍ଷ ହେଉଛି କି ମୁଁ ମୋର ପଞ୍ଚୟାତ ପାଇଁ କିଛି କରିବି ।

ଜଣେ ଗ୍ରାମବାସୀଙ୍କ ଅନୁସାରେ ସେମାନେ ବର୍ଷେ ତଳେ ଆନ୍ଦୋଳନ କରିଥିଲୁ । ବହୁତ ଲୋକମାନେ ଆମକୁ ସହଯୋଗ କରିଥିଲେ । ଯେଉଁ କାରଣରୁ ଆଜି ସମସ୍ତଙ୍କ ଘରକୁ ପାଇପ ଲାଇନ ଯାଇଛି । ଦେଶ ସ୍ଵାଧୀନ ହେବାର ୭୦ ବର୍ଷ ହେବ ଏହି ଗାଁ ଲୋକମାନଙ୍କର ଦୁଃଖ ବୁଝିବା ପାଇଁ କେହି ବି ଆସି ନ ଥିଲେ । ଆମେ ଆନ୍ଦୋଳନ କରି ଏମାନଙ୍କୁ ସାହାର୍ଯ୍ୟ କରିଛୁ ।

