Breaking News: ସବୁଠୁ ବଡ ଖବର, ସ୍ୱାସ୍ଥ୍ୟ ବୀମା ସହ ଖୋଲିବ School

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବର୍ତ୍ତମାନ କରୋନା ମହାମାରୀ ଭାରତ ରେ ଅଧିକ ମାତ୍ରାରେ ନିଜର କାୟା ବିସ୍ତାର କରିଚାଲିଛି । କରୋନା ଭୁତାଣୁ ଅଧିକ ସଂକ୍ରମଣ ନ ହେବା ପାଇଁ ଦେଶ ର ବିଭିନ୍ନ ରାଜ୍ୟରେ ଲକଡାଉନ ଘୋଷଣା କରାଯାଇଛି ।

ଏହି ଲକଡାଉନ ରେ ସମସ୍ତ ଦୋକାନ ବଜାର ବ୍ୟତୀତ ଧାର୍ମିକ ଅନୁଷ୍ଠାନ ଓ ସ୍କୁଲ କଲେଜ ମଧ୍ୟ ବନ୍ଦ ହୋଇ ରହିଛି । ପ୍ରାୟ ଦେଢ଼ ବର୍ଷ ହେବ ସ୍କୁଲ କଲେଜ ଖୋଲି ନାହିଁ । ଯାହା ଫଳରେ ପିଲା ମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଏ ବର୍ଷ ସ୍କୁଲ ଖୋଲିବା କୁ ନେଇ ଏକ ବଡ଼ ନିଷ୍ପତ୍ତି ସରକାର ଙ୍କ ଦ୍ଵାରା ନିଆଯାଇଛି । ଏହି ବର୍ଷ ଛାତ୍ରଛାତ୍ରୀ ଙ୍କ ର ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ର ସ୍ୱାସ୍ଥ୍ୟ ବୀମା କରାଯାଇ ସ୍କୁଲ ଖୋଲାଯିବ ବୋଲି କୁହାଯାଇଛି ।

କର୍ଣ୍ଣାଟକ ରେ କରୋନା ର ତୃତୀୟ ଲହରୀ ର ମୁକାବିଲା କରିବା ପାଇଁ କାଲି ରାଜ୍ୟ ସରକାର ଙ୍କ ଉଚ୍ଚ ସ୍ତରୀୟ ବିଶେଷଜ୍ଞ ଦଳ କୁ ନେଇ କାଲି ଏକ ସଭା ବସିଥିଲା । ଡାକ୍ତର ଦେବୀ ସେଠି ଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ଉଚ୍ଚ ସ୍ତରୀୟ ବିଶେଷଜ୍ଞ କର୍ଣ୍ଣାଟକ ସରକାର ଙ୍କୁ ଏହା ପ୍ରସ୍ତାବ ଦେଇଛି ଯେ ସମ୍ଭାବ୍ୟ ତୃତୀୟ ଲହର ର ମୁକାବିଲା ସହିତ ସ୍କୁଲ ଖୋଲାଯାଉ ଓ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଦୁଇ ଲକ୍ଷ ଟଙ୍କା ର ସ୍ୱାସ୍ଥ୍ୟ ବୀମା ପ୍ରଦାନ କରାଯାଉ ।

ବିଶେଷଜ୍ଞ ଦଳ କହିଛନ୍ତି ଯେ ସ୍କୁଲ ଗୁଡିକ ସଂକ୍ରମଣ ର ମୂଳ ସ୍ଥାନ ବୋଲି ଆଜି ପର୍ଯ୍ୟନ୍ତ ବିଶ୍ଵ ର କୌଣସି ଦେଶ ପ୍ରମାଣିତ କରି ପାରି ନାହିଁ । ବୈଜ୍ଞାନିକ ଓ ଦୃଢ଼ ମାର୍ଗ ଦର୍ଶନ ରେ ସ୍କୁଲ ଖୋଲିବାକୁ ସେମାନେ ପ୍ରସ୍ତାବ ଦେଇଛନ୍ତି ।

ସ୍କୁଲ ଶିକ୍ଷା ରେ ବିଳମ୍ବ କୋଭିଡ ୧୯ ଠାରୁ ମଧ୍ୟ ଅଧିକ କ୍ଷତି ହେବ ବୋଲି ସ୍ପଷ୍ଟ କରିଛି କମିଟି । କେତେକ ଦେଶ ରେ ଆଗରୁ ଏପରି ସ୍ୱାସ୍ଥ୍ୟ ବୀମା ଦିଆଯାଇ ସ୍କୁଲ ଖୋଲାଯାଇଛି । ତେଣୁ କର୍ଣ୍ଣାଟକ ରେ ମଧ୍ୟ ଏହି ପରି କରାଯାଉ ବୋଲି କହିଛନ୍ତି । ଏପରି କରିବା ଦ୍ଵାରା ଅଭିଭାବକ ମାନଙ୍କ ପିଲାଙ୍କ ସ୍ୱାସ୍ଥ୍ୟ ସେବା ନେଇ ବିଶ୍ୱାସ ସୃଷ୍ଟି ହେବ । ପ୍ରଥମେ ପୁରୁଣା ଛାତ୍ରଛାତ୍ରୀ ମାନେ ସ୍କୁଲ କୁ ଆସନ୍ତୁ ।

ଯେଉଁ ମାନଙ୍କ ର କିଛି ସମସ୍ୟା ରହୁଛି ସେମାନେ ଆସିବା ଆଗରୁ ଡାକ୍ତର ଙ୍କ ପରାମର୍ଶ ନେଇ ଆସନ୍ତୁ । ସ୍କୁଲ ରେ ଆବଶ୍ୟକ କର୍ମଚାରୀ, ସ୍ୱାସ୍ଥ୍ୟ ପରାମର୍ଶ ଦାତା ଓ ସ୍ୱାସ୍ଥ୍ୟ କର୍ମଚାରୀ ନିଯୁକ୍ତି ହେଉ । ୬୦ ବର୍ଷ ରୁ ଉର୍ଦ୍ଧ୍ବ ବୟସ୍କ କର୍ମଚାରୀ ଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଉ । ପୂର୍ବ ରୁ ତେଲେଙ୍ଗାନା ସରକାର ମଧ୍ୟ ଜୁଲାଇ ୧ ଠାରୁ ସ୍କୁଲ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ତେବେ ଆପଣ ମାନେ କଣ ଚାହୁଞ୍ଚନ୍ତି ଆମ ରାଜ୍ୟରେ ବି ଏହିପରି ନିୟମ ଲାଗୁ ହେବା ଉଚିତ କି ନୁହେଁ, ନିଶ୍ଚୟ ଆପଣଙ୍କ ମତାମତ ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *