ସ୍ବାମୀର ଜୀବନ ବଞ୍ଚେଇବାକୁ ବିକଳ ହେଇ ସ୍ତ୍ରୀ କରୁଛି ଏମିତି ଆକୁଳ ନିବେଦନ, ଥରେ ଶୁଣନ୍ତୁ ସେ କଣ କହୁଛନ୍ତି, ଶୁଣିଲେ ଆପଣ ବି କାନ୍ଦି ପକେଇବେ

ବନ୍ଧୁଗଣ ଗତ ବର୍ଷ ପରି ଏହି ବର୍ଷ ମଧ୍ୟ କରୋନା ମହାମରିର କୋପ ବଢି ବଢି ଯାଉଛି । ଏହି ଭାଇରସର ସଂକ୍ରମଣକୁ ଦେଖି ସରକାର ଅନେକ ଗାଇଡଲାଇନର ଘୋଷଣା କରିଛନ୍ତି ।

ଗତ ବର୍ଷ ଅପେକ୍ଷା ଏହି ବର୍ଷ କରୋନା ମହାମାରୀର ଦ୍ଵିତୀୟ ଲହର ବହୁତ ଶକ୍ତିଶାଳୀ ହେବା ସହ ଦ୍ରୁତ ଗତିରେ ଜନସାଧାରଣ ମାନଙ୍କ ମଧ୍ୟରେ ସଂକ୍ରମିତ ହେଉଛି । କରୋନା ମହାମାରୀ ପାଇଁ ଲୋକମାନେ ଅନେକ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଲୋକମାନେ ନିଜ କାମଦାମ ବନ୍ଦ କରି ଘରେ ବସୁଛନ୍ତି ଯାହାଫଳରେ ତାଙ୍କୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ବନ୍ଧୁଗଣ ଅନେକ ଲୋକ କରୋନା ମହାମାରୀର ଚିକିତ୍ସା ପାଇଁ ଜନସାଧାରଣ ମାନଙ୍କୁ ସୋସିଆଲ ମିଡିଆ ଦ୍ଵାରା ଆର୍ଥିକ ସହାୟତା ମାଗୁଛନ୍ତି ।

ବର୍ତ୍ତମାନ ଏହି ଭଳି ଏକ ଘଟଣା ସାମ୍ନାକୁ ଆସିଛି ଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ଭିଡିଓରେ ଜଣେ ସ୍ତ୍ରୀ ନିଜ ସ୍ଵାମୀଙ୍କ ଚିକିତ୍ସା ପାଇଁ ଜନସାଧାରଣ ମାନଙ୍କୁ ଆର୍ଥିକ ସହାୟତା ମାଗୁଛନ୍ତି । ଆଜିଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।

ମିଡିଆ ରିପୋର୍ଟସ ଅନୁସାରେ ଭୁବନେଶ୍ଵରର ସୋଇଲେଶ୍ରୀ ନିବାସୀ ଦୀପକ କୁମାର ଦୀର୍ଘ ଦିନ ଧରି କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ନେଉଥିଲେ । ମାତ୍ର ତାଙ୍କର ସ୍ୱାସ୍ଥ୍ୟବସ୍ଥା ରେ କୌଣସି ପରିବର୍ତ୍ତନ ନଆସିବା ରୁ ତାଙ୍କୁ ବର୍ତ୍ତମାନ ECMO ଚିକିତ୍ସା ପାଇଁ ହାଇଦ୍ରାବାଦର ଆପୋଲ ହସ୍ପିଟାଲରେ ଏୟାର ଲୀଫ୍ଟ ମାଧ୍ୟମ ରେ ଭର୍ତ୍ତି କରାଯାଇଥିଲା ।


ତେବେ ପ୍ରତିଦିନ ତାଙ୍କର ଚିକିତ୍ସା ପାଇଁ ପ୍ରାୟ ୩ ଲକ୍ଷ ଟଙ୍କା ଆବଶ୍ୟକ ରହିଛି । ଯାହାକି ତାଙ୍କର ପରିବାର ପାଇଁ ସମ୍ଭବପର ହେଉ ନାହିଁ । ବର୍ତ୍ତମାନର ସମୟରେ ପ୍ରାୟତଃ ଅଧିକାଂଶ ଲୋକଙ୍କ ଆର୍ଥିକ ସମସ୍ଯା ଦୁର୍ବଳ ରହିଛି । ଯାହାଫଳରେ ଦୀପକଙ୍କ ପତ୍ନୀ କିଛି ଦିନ ନିଜ ସ୍ୱାମୀ ର ଚିକିତ୍ସା ପାଇଁ ସାହାଯ୍ୟ ମାଗୁଛନ୍ତି । ବନ୍ଧୁଗଣ ସୋସିଆଲ ମିଡିଆରେ ବର୍ତ୍ତମାନ ତାଙ୍କର ଏହି ଭିଡିଓଟି ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଲୋକମାନେ ଏହି ଘଟଣା ପ୍ରତି ଭିନ୍ନ ଭିନ୍ନ ପ୍ରତିକ୍ରିୟା ମାନ ଦେଉଛନ୍ତି ।

ଦୀପକଙ୍କ ଝିଅ ଓ ମା ମଧ୍ୟ ତାଙ୍କ ଚିକିତ୍ସା ପାଇଁ ଅଥୟ ହୋଇପଡିଛନ୍ତି । ଝିଅ କହୁଛି ମୁଁ ମୋ ବାପା ଙ୍କୁ ଦେଢ଼ ମାସ ହେବ ଦେଖିନାହିଁ ବୋଲି ।ପୁଣି ଦୀପକ ଙ୍କର ମା କାନ୍ଦି କାନ୍ଦି କହିଛନ୍ତି କି, ମୋ ପୁଅ ର ଚିକିତ୍ସା ପାଇଁ ଟଙ୍କା ଦରକାର , ଦୟାକରି ମୋ ପୁଅ କୁ ସାହଯ୍ୟ କରେ ସେ ପୁଣି ମତେ ଆସି ମା ବୋଲି ଡାକିବ। ତେବେ ବନ୍ଧୁଗଣ ଗୋଟିଏ ମଣିଷ ଅନ୍ୟ ଏକ ମଣିଷ ର ଆବଶ୍ୟକତା ସମୟରେ ହିଁ ସାହାଯ୍ୟ ରେ ଆସିଥାଏ। ତେଣୁ ଆପଣ ମାନେ ଦୀପକ ଙ୍କର ପରିବାର କୁ ସାହାଯ୍ୟ କରନ୍ତୁ ଆପଣଙ୍କ ର ଟିକେ ସାହାଯ୍ୟ ଜଣେ ବ୍ୟକ୍ତି ର ଜୀଵନ ବଞ୍ଚାଇ ପରେ ।


ତା ହେଲେ ବନ୍ଧୁଗଣ ଯଦି ଆପଣ ଦୀପକ ଙ୍କର ଚିକିତ୍ସା ପାଇଁ ସାହାଯ୍ୟ କରିବାକୁ ଚାହୁଁଥିଲେ ତାଙ୍କର A/C no-918010001695455 ଏବଂ IFSC code-UTIB0002025 କିମ୍ବା phone pay no- 9437125198 ରେ ଟଙ୍କା ପଠାଇ ପାରିବେ। ତେବେ ଆପଣ ମାନେ ସାହାଯ୍ୟ ସହଯୋଗ କଲେ ଗୋଟିଏ ପରିବାର ଭାଙ୍ଗିବାରୁ ରକ୍ଷା ପାଇପାରିବ ।  ତେବେ ବନ୍ଧୁଗଣ ଆପଣ ମାନେ ଏହାକୁ ଅଧିକ ରୁ ଅଧିକ ମାତ୍ରାରେ ଶେୟାର କରନ୍ତୁ ଯାହା ଦ୍ଵାରା ତାଙ୍କୁ କିଛି ସାହାର୍ଯ୍ୟ ମିଳି ପାରିବ ଓ ସେ ନିଜ ସ୍ଵାମୀ ଙ୍କୁ ଫେରି ପାଇବେ । ଆଶା କରୁଛି ଆପଣ ମାନେ ନିଶ୍ଚୟ ଏଥିରେ ନିଜର ସହଯୋଗ ଦେବେ । ଧନ୍ୟବାଦ

Leave a Reply

Your email address will not be published. Required fields are marked *