ବନ୍ଧୁଗଣ ବର୍ତ୍ତମାନ ଦେଶର ସ୍ଥିତି ବହୁତ ଜଟିଳ ରହିଛି । ଏହି କରୋନା କାଳରେ ଅନେକ ଲୋକ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ।
ଏହି ଭିଡିଓରେ ଜଣେ ସ୍ତ୍ରୀ ନିଜ ସ୍ଵାମୀଙ୍କ ଜୀବନ ପାଇଁ ନିଜ କିଡ୍ନି ଦେବା ପାଇଁ କହୁଛନ୍ତି । ବନ୍ଧୁଗଣ ଏହି ଭିଡିଓକୁ ଦେଖି ସମସ୍ତ ଲୋକ ଆଶ୍ଚର୍ଯ୍ୟ ହେଉଛନ୍ତି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।

ମିଡିଆ ରିପୋର୍ଟସ ଅନୁସାରେ ଭଦ୍ରକ ରାଣୀତାଳ ରମ୍ଭିଳା ଅଞ୍ଚଳର ସିଲୁ ବର୍ମନ ସ୍ଵାମୀଙ୍କ କିଡ୍ନି ରୋଗ ନିରୂପଣ ହେବା ପରେ ସେ ଆକୁଳ ନିବେଦନ କରୁଛନ୍ତି । ମୁଣ୍ଡ ଉପରେ ଚାଳ ଛପର ଓ ପାଖରେ କିଛି ଖାଇବାକୁ ନାହିଁ । ସିଲୁଙ୍କ ଏକ ପୁଅ ମଧ୍ୟ ଅଛି । ତାଙ୍କର ଏହି ଖରାପ ପରିସ୍ଥିତିରେ ଦାୟୁ ସାଜିଛି କିଡ୍ନି ରୋଗ । ସ୍ଵାମୀର କିଡ୍ନି ରୋଗ ନିରୂପଣ ହେବା ପରେ ସେ ଭାଙ୍ଗି ପଡି ଲୋକ ମାନଙ୍କୁ ସହାୟତା ମାଗୁଛନ୍ତି ।

ତାଙ୍କ ସ୍ଵାମୀ ୧୦ ବର୍ଷ ହେବ କଳିଙ୍ଗ ନଗରରେ ଥିବା ଷ୍ଟିଲ ପ୍ଳାଣ୍ଟରେ କାମ କରୁଥିଲେ । ସେହି ସ୍ଥାନରେ କାମ କରୁଥିବା ସମୟରେ ତାଙ୍କୁ ଏହି ରୋଗ ହୋଇଥିଲା । ଆଜିକୁ ଦୁଇ ବର୍ଷ ହେବ ତାଙ୍କୁ ଏହି ରୋଗଟି ହୋଇଛି । ରୋଗ ବିଷୟରେ ଜଣା ପଡିବା ପରେ ସେ କଟକ ଏସିବି ମେଡିକାଲକୁ ଯାଇଥିଲେ ଓ ଟେଷ୍ଟ କରେଇଥିଲେ ।

ତାଙ୍କର ଦୁଇଟି କିଡ୍ନି ଖରାପ ହୋଇଯାଇଥିଲା ବୋଲି ସେ ଜାଣିଥିଲେ । ଅବଶ୍ୟ ତାଙ୍କ ପତ୍ନୀ ତାଙ୍କୁ କିଡ୍ନି ଦେବା ପାଇଁ ପ୍ରସ୍ତୁତ ଅଛନ୍ତି ହେଲେ ଅର୍ଥ ଅଭାବରୁ ସେ ଅପରେସନ କରେଇ ପାରୁ ନାହାନ୍ତି । ତାଙ୍କ ସ୍ତ୍ରୀ ସଂପୂର୍ଣ୍ଣ ରୂପେ ଭାଙ୍ଗି ଯାଇଛନ୍ତି ଓ ମିଡିଆ ସାମ୍ନାରେ ନିଜ ସ୍ଵାମୀର ଜୀବନ ପାଇଁ ଗୁହାରି କରିଛନ୍ତି ।
ତାଙ୍କ ସ୍ତ୍ରୀଙ୍କ ମତରେ-‘ ମୋ ପରିବରରେ ମୋ ସ୍ଵାମୀ ହେଉଛନ୍ତି ସବୁ କିଛି । ମୋ ସ୍ଵାମୀ ବଞ୍ଚିଗଲେ ଆମକୁ ବହୁତ ଖୁସି ଲାଗିବ । ମୁ ମୋ ନିଜ ଇଛାରେ କିଡ୍ନି ଦେଉଛି ମୋ ସ୍ଵାମୀ ବଞ୍ଚିଯିବେ । ମୋ କିଡ୍ନି ନେଇଯାଅ ହେଲେ ମୋ ସ୍ଵାମୀକୁ ବଞ୍ଚେଇ ଦିଅ’ ବୋଲି କହିଛନ୍ତି ତାଙ୍କ ପତ୍ନୀ । ବନ୍ଧୁଗଣ ସ୍ଵାମୀଙ୍କୁ ବଞ୍ଚେଇବା ପାଇଁ ଏମିତି ଆକୁଳ ନିବେଦନ କରିଛନ୍ତି ସ୍ତ୍ରୀ ।

ସ୍ଵାମୀଙ୍କ ଜୀବନ ବଞ୍ଚେଇବା ପାଇଁ ସ୍ତ୍ରୀ ନିଜ କିଡ୍ନି ଦେବା ପାଇଁ ପ୍ରସ୍ତୁତ ଅଛନ୍ତି । ବନ୍ଧୁଗଣ ଏମିତି ସ୍ତ୍ରୀ ଭାଗ୍ୟରେ ଥିଲେ ମିଳେ । ବର୍ତ୍ତମାନ ସେ ଜନସାଧାରଣଙ୍କୁ ସହାୟତା ମାଗୁଛନ୍ତି । ଯଦି ଆପଣ କୌଣସି ପ୍ରକାରର ସହାୟତା କରିବାକୁ ଚାହୁଁ ଛନ୍ତି ତା ହେଲେ ଆପଣ ଉପରୋକ୍ତ ନମ୍ବରରେ ଯୋଗାଯୋଗ କରିପାରିବେ ଓ ତାଙ୍କୁ କିଛି ଅର୍ଥ ଦେଇ ସହାୟତା କରିପାରିବେ ।

