ସ୍ଵାମୀଙ୍କ ଆଗରେ ବୁଢି ଭଳି ଲାଗନ୍ତି Bollywood ର ଏହି 5 ଜଣ Actress, ନମ୍ବର 2 ତ ନିଜ ସ୍ଵାମୀଙ୍କ ଠାରୁ 13 ବର୍ଷ ବଡ

ବନ୍ଧୁଗଣ ଆପଣ ମାନେ ତ ଏହି କଥା ନିଶ୍ଚୟ ଶୁଣିଥିବେ ଯେ ପ୍ରେମ ଅନ୍ଧ ହୋଇଥାଏ । ପ୍ରେମରେ ଜାତି, ବର୍ଣ୍ଣ, ଧନୀ ଗରିବ ଓ ବୟସ ଆଦି ଦେଖା ଯାଇ ନଥାଏ । ବହୁତ ମହିଳା ଅଛନ୍ତି ଯେଉଁ ମାନେ ନିଜ ଠାରୁ କମ ବର୍ଷର ଲୋକଙ୍କ ସହ ବିବାହ କରି ବହୁତ ଖୁସିରେ ଜୀବନ ଅତିବାହିତ କରୁଛନ୍ତି । ବଲିଉଡ ଇଣ୍ଡଷ୍ଟ୍ରିରେ ମଧ୍ୟ କିଛି ଏପରି ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ନିଜ ଠାରୁ କମ ବର୍ଷର ଲୋକଙ୍କ ସହ ବିବାହ କରିଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସେହି ବଲିଉଡ ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଅଭିନେତ୍ରୀ ମାନଙ୍କ ବିଷୟରେ ।


ପ୍ରିୟାଙ୍କା ଚୋପରା- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡ ଓ ହଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପରା । ପ୍ରିୟଙ୍କା ଏକ ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି । ସେ ଅନେକ ସୁପର ହିଟ ଫିଲ୍ମ କରି ସଫଳତା ହାସଲ କରିଛନ୍ତି । ବନ୍ଧୁଗଣ ପ୍ରିୟାଙ୍କା ଚୋପରା ହଲିଉଡ ଷ୍ଟାର ନିକ ଜୋନାଶଙ୍କ ସହ ବିବାହ କରିଛନ୍ତି । ନିକ ପ୍ରିୟାଙ୍କାଙ୍କ ଠାରୁ ୧୦ ବର୍ଷ ସାନ ଅଟନ୍ତି ହେଲେ ଏହି ଦୁଇଜଣ ବହୁତ ଖୁସିରେ ନିଜ ଜୀବନ ଅତିବାହିତ କରୁଛନ୍ତି । ପ୍ରିୟାଙ୍କା ଓ ନିକ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି ।

ଅମୃତା ସିଂହ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ଅମୃତା ସିଂହ । ଅମୃତା ସିଂହ ୯୦ ଦଶକର ଜଣାଶୁଣା ଅଭିନେତ୍ରୀ ଅଟନ୍ତି । ସେ ବହୁତ ସୁପର ହିଟ ଫିଲ୍ମ କରି ପ୍ରସିଦ୍ଧି ହାସଲ କରିଛନ୍ତି । ଅମୃତା ଗୋଟେ ସମୟରେ ନିଜ ଠାରୁ 13 ବର୍ଷ ସାନ ଅଭିନେତା ସେଫ ଅଲି ଖାନଙ୍କୁ ପ୍ରେମ କରି ବସିଥିଲେ । କିଛି ବର୍ଷ ପ୍ରେମ ସମ୍ବନ୍ଧରେ ରହିବା ପରେ ଅମୃତ ଓ ସେଫ ବିବାହ କରିଥିଲେ ହେଲେ ଏହି ବିବାହ ଅଧିକ ସମୟ ରହିନଥିଲା । ସେଫ ବଲିଉଡ ଅଭିନେତ୍ରୀ କରିନା କପୁରଙ୍କୁ ଡେଟ କରିଲେ ଯାହାଫଳରେ ଅମୃତା ଓ ସେଫଙ୍କର ତଲାକ ହୋଇଥିଲା ।

ଐଶ୍ଵର୍ଯ୍ୟ ରାୟ ବଚ୍ଚନ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ଐଶ୍ଵର୍ଯ୍ୟ ରାୟ ବଚ୍ଚନ । ଐଶ୍ଵର୍ଯ୍ୟ ଏକ ପ୍ରସିଦ୍ଧ ଅଭିନେତା ଅଟନ୍ତି ସେ ବଲିଉଡ ଇଣ୍ଡଷ୍ଟ୍ରିରେ କାମ କରି ଅନେକ ଲୋକପ୍ରିୟତା ହାସଲ କରିଛନ୍ତି । ଐଶ୍ଵର୍ଯ୍ୟ ରାୟ ବଲିଉଡ ଅଭିନେତା ଅଭିଷେକ ବଚ୍ଚନଙ୍କ ସହ ୨୦୦୭ ମସିହାରେ ବିବାହ କରିଥିଲେ । ଐଶ୍ଵର୍ଯ୍ୟ ନିଜ ସ୍ଵାମୀ ଅଭିଷେକ ବଚ୍ଚନଙ୍କ ଠାରୁ ୩ ବର୍ଷ ବଡ ଅଟନ୍ତି ହେଲେ ଏହି ଦୁଇଜଣ ବହୁତ ଖୁସିରେ ନିଜ ଜୀବନ ଅତିବାହିତ କରୁଛନ୍ତି ।

ବିପାଶା ବାସୁ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ବିପାଶା ବାସୁ । ବିପାଶାଙ୍କ ସୁନ୍ଦରତା ଓ ଅଭିନୟକୁ ଦେଖିବା ପାଇଁ ଲୋକ ମାନେ ବହୁତ ପସନ୍ଦ କରନ୍ତି । ବିପାଶା ବଲିଉଡ ଅଭିନେତା କରନ ସିଂହ ଗ୍ରୋବରଙ୍କ ସହ ବିବାହ କରିଛନ୍ତି । ବିପାଶା ହେଉଛନ୍ତି କରନଙ୍କ ତୃତୀୟ ପତ୍ନୀ । ୨୦୧୬ ମସିହାରେ ବିପାଶା ଓ କରନ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବିପାଶା ନିଜ ସ୍ଵାମୀ କରନଙ୍କ ଠାରୁ ବୟସରେ 5 ବର୍ଷ ବଡ ଅଟନ୍ତି ହେଲେ ଏହି ଦୁଇଜଣ ବହୁତ ଖୁସିରେ ନିଜ ଜୀବନ ଅତିବାହିତ କରୁଛନ୍ତି ।

ନମ୍ରତା ସିରୋଡକର- ନମ୍ରତା ସିରୋଡକର ଗୋଟେ ସମୟରେ ବଲିଉଡର ହିଟ ଅଭିନେତ୍ରୀ ଥିଲେ, ନମ୍ରତା କଚେ ଧାଗେ ଓ ବାସ୍ତବ ଭଳି ସୁପର ହିଟ ଫିଲ୍ମରେ କାମ କରିଛନ୍ତି , ମିସ ଇଣ୍ଡିଆ ରହି ସାରିଥିବା ନମ୍ରତା ସିରୋଡକର ଫିଲ୍ମ କ୍ୟାରିୟରର ଆରମ୍ଭ ୧୯୯୮ ରେ ଆସିଥିବା ଫିଲ୍ମ୍ ‘ଜବ ପ୍ୟାର କିସି ସେ ହୋତା ହେ’ ରୁ କରିଥିଲେ , ଶେଷଥର ସେ ୨୦୦୪ ରେ ରୋକ୍ ସକୋ ତୋ ରୋକ୍ ଲୋ ରେ ନ୍ୟାରେଟର ଭୂମିକାରେ ନଜର ଆସିଥିଲେ , ନମ୍ରତା ସାଉଥର ସୁପର ଷ୍ଟାର ମହେଶ ବାବୁଙ୍କ ସହିତ ବିବାହ କରିଛନ୍ତି ଯିଏ ତାଙ୍କ ଠାରୁ ବୟସରେ ୪ ବର୍ଷ ସାନ ଅଟନ୍ତି ।

Leave a Reply

Your email address will not be published. Required fields are marked *