ଆପଣ କେବେ ଶୁଣିଛନ୍ତି କି ସ୍ତ୍ରୀ ନିଜ ସ୍ଵାମୀ ବିରୁଦ୍ଧରେ ଭ୍ରଷ୍ଟାଚାର ଆରୋପ ଲଗାଇଛି, କହିବାକୁ ଗଲେ ଏହିଭଳି କିଛି ଓଡିଶାର ରାଜଗଙ୍ଗପୁର ସହରରେ ଦେଖିବାକୁ ମିଳିଛି । କହିବାକୁ ଗଲେ ରାଜଗଙ୍ଗପୁର ତହସିଲଦାର ଶରତ କୁମାର ବାଗଙ୍କ ପତ୍ନୀ ନିଜ ସ୍ଵାମୀଙ୍କ ଉପରେ ଭ୍ରଷ୍ଟାଚାର ଓ ବିବାହ କରିବା ସତ୍ବେ ବି ଅନ୍ୟ ମହିଳାଙ୍କ ସହ ସମ୍ପର୍କ ରଖିଛନ୍ତି ବୋଲି ଆରୋପ ଲଗାଇଛନ୍ତି । ତାଙ୍କର ପତ୍ନୀ କହିଲେ କି ୨୦୦୬ ଆମେ ରେଜେଷ୍ଟ୍ରି କରି ବିବାହ କରିଥିଲୁ ଓ ବଲାଙ୍ଗୀରରେ ରହିଲୁ ।
କିନ୍ତୁ ୨ ୩ ମାସ ପରେ ମୁଁ ଜାଣି ପାରିଲି ବହୁତ ଝିଅ ଓ ମହିଳାମାନଙ୍କ ସହ ତାଙ୍କର ସମ୍ପର୍କ ଅଛି । ଏହା ପରେ ଆମର ବୈବାହିକ ଜୀବନରେ ବିବାଦ ଆରମ୍ଭ ହେଲା । କିନ୍ତୁ ଏହା ସତ୍ବେ ବି ମୁଁ ତାଙ୍କୁ ବାରମ୍ବାର ବୁଝାଉ ଥିଲି । ଯାହା ବି ପୂର୍ବରୁ କରିଛ ତାକୁ ଭୁଲି ଯାଅ । ଆମେ ପୁଣି ଥରେ ନୂଆ କରି ଜୀବନ ଆରମ୍ଭ କରିବୁ ।
କିନ୍ତୁ ଏହା ସତ୍ବେ ବି ସେ ପୂର୍ବଭଳି କାମ କରନ୍ତି । ସେ ଟ୍ରାନ୍ସଫର ହୋଇ ଯେଉଁ ଯେଉଁ ସ୍ଥାନକୁ ବି ଯାଆ ସେଠି ସେ ମହିଳାମାନଙ୍କ ସହ ଶାରୀରିକ ସମ୍ପର୍କ ରଖୁଛନ୍ତି । ଅଫିସ ଷ୍ଟାଫ ମହିଳାମାନଙ୍କ ସହିତ ଓ ବାହାର କିଛି ମହିଳାମାନଙ୍କ ସହିତ ବି ସେ ଶାରୀରିକ ସମ୍ପର୍କ ରଖିଛନ୍ତି । ଏହି କାରଣରୁ ୨୦୧୫ରେ ଯେତେବେଳେ ସେ ବଲାଙ୍ଗୀରରେ ଡେପୁଟି କଲେକ୍ଟର ଥିଲେ ମୁଁ ଘର ଛାଡି ଦେଇ ଥିଲି ।
୨୦୨୦ ସେପ୍ଟେମ୍ବର ମାସରେ ମୁଁ ତାଙ୍କୁ ଗୋଟିଏ ମହିଳା ସହିତ ଗୋଟିଏ ରୁମରେ ଆପତ୍ତି ଜଣକ ସ୍ଥିତିରେ ଧରିଥିଲି । ଏହା ପରେ ସେଠି ସେ ଆରେଷ୍ଟ ବି ହୋଇଥିଲେ । କିନ୍ତୁ ଯେ ହେତୁ ମୋର ୩ ଟି ଝିଅ ଅଛନ୍ତି ତେବେ ସେ ଯେତେବେଳେ ମୋତେ କ୍ଷମା ମାଗିଲେ ତେବେ ମୁଁ ପିଲାମାନଙ୍କର ମୁହଁ ଦେଖି କେସ ଉଠାଇ ଦେଇ ଥିଲି । କିନ୍ତୁ ଜେଲରୁ ବାହାରିବା ପରେ ବି ସେ ଯେମିତି କି ସେମିତି ରହିଲେ । ମୋ ମୋବାଇଲରେ ତାଙ୍କ ବିରୁଦ୍ଧରେ ସବୁ ପ୍ରମାଣ ଅଛି ।
ତହସିଲଦାରଙ୍କ ପତ୍ନୀ ଆଗକୁ କହିଲେ କି ଗତକାଲି ସେ ମୋ ଝିଅକୁ ଧରି ମାରିଛନ୍ତି ଓ ବର୍ତ୍ତମାନ ମୋ ଝିଅମାନେ କେଉଁଠି ଅଛନ୍ତି ମୋତେ କିଛି ବି ଜଣା ନାହିଁ । ମୁଁ ଘରକୁ ଆସିଲି ମୋ ଝିଅମାନଙ୍କୁ ନବା ପାଇଁ କିନ୍ତୁ ଘରେ ତାଲା ପଡିଥିଲା । ସେ ତହସିଲଦାର ଅଫିସରେ ବି ସେ ନାହାନ୍ତି । ବର୍ତ୍ତମାନ ମୋତେ ମୋର ଝିଅମାନେ ଦରକାର । ଗତକାଲି ଠାରୁ ମୁଁ ମୋ ଝିଅମାନଙ୍କ ବିଷୟରେ କିଛି ବି ଜାଣି ନାହିଁ ।
ତହସିଲଦାର ପତ୍ନୀ ଆଗକୁ କହିଲେ କି ସେ ତାଙ୍କର ପାୱରର ମିସୟୁଜ କରୁଛନ୍ତି । ମୋ ସ୍ଵାମୀ ଯେଉଁ ସ୍ଥାନକୁ ଯାଆନ୍ତି ସେଠି ସେ ଟଙ୍କା ଖାଆନ୍ତି । ମୋ ସ୍ଵାମୀ ଜଣେ ଲାଞ୍ଚୁଆ ଅଫିସର । କାରଣ ଘରକୁ ସେ ମୋଟା ମୋଟା ଟଙ୍କାର ବଣ୍ଡଳ ବି ଆଣୁଥିଲେ । ମୁଁ ତାଙ୍କୁ ମନା କରିଛି ତଥାପି ସେ ମୋ କଥା ଶୁଣୁ ନ ଥିଲେ । ବର୍ତ୍ତମାନ ମୁଁ ପୋଲିସକୁ ଯାଇ ତାଙ୍କ ବିରୁଦ୍ଧରେ କେସ କରିବି ।