ସ୍ଵାମୀକୁ ବଞ୍ଚେଇବା ପାଇଁ ସରକାରଙ୍କୁ ଆକୁଳ ନିବେଦନ କରୁଛନ୍ତି ପତ୍ନୀ, ଶୁଣନ୍ତୁ କାନ୍ଦି କାନ୍ଦି କଣ କହୁଛନ୍ତି ଏହି ମହିଳା, ଦେଖନ୍ତୁ Video

ବନ୍ଧୁଗଣ ଏହି କରୋନା କାଳ ସମୟରେ ଅନେକ ଲୋକ ବହୁତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଲୋକ ମାନଙ୍କ ପାଖରେ ଟଙ୍କାର ଘୋର ଅଭାବ ସହିତ ରୋଗ ସେମାନଙ୍କ ପାଇଁ ବଡ ଚିନ୍ତାର ବିଷୟ ପାଲଟିଛି ।

ଏହି କରୋନା କାଳ ସମୟରେ ପୁଣି ଏକ ଖବର ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଅପେରସନ ପାଇଁ ଆଉ ମାତ୍ର ରହିଛି ପାଞ୍ଚ ଦିନ । ବୋନ କ୍ୟାନ୍ସରରେ ପୀଡିତ ହୋଇ ଘରେ ଛଟପଟ ହେଉଛନ୍ତି ଘରର ଏକ ମାତ୍ର ରୋଜଗାରିଆ ପୁଅ । ପୁଅର ଚିକିତ୍ସା ପାଇଁ ପରିବାର ଲୋକ ସମସ୍ତଙ୍କୁ ସାହାର୍ଯ୍ୟ ମାଗୁଛନ୍ତି । ବନ୍ଧୁଗଣ ଏହି ମାମଲା ବିଷୟରେ ଜାଣିଲେ ଆପଣଙ୍କ ଆଖି ଭରିଯିବ ।

ଆଜିଆମେ ଆପଣ ମାନଙ୍କୁ ଏହି ମାମଲା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ମିଡିଆ ରିପୋର୍ଟସ ଅନୁସାରେ ଗଞ୍ଜାମ ଏନଏସସି ୯ ନମ୍ବର ୱାର୍ଡର ପରପଲ୍ଲୀ ଗ୍ରାମର ରବି ନାହକଙ୍କ ପୁଅ ନବାଗନ ନାହକ ଗତ କିଛି ଦିନ ହେବ ବୋନ କ୍ୟାନ୍ସର ରୋଗରେ ପୀଡିତ ଅଛନ୍ତି । ନବାଗନ ଦିନ ମଜୁରିଆ ଭାବରେ ପରିବାରର ପ୍ରତିପୋଷଣ କରୁଥିଲେ ।

ବିବାହର ପାଞ୍ଚ ମାସ ପରେ ଗୋଡରେ ଯନ୍ତ୍ରଣା ହେବାରୁ ସେ ମେଡିକାଲ ଯାଇଥିଲେ । ବିଭିନ୍ନ ମେଡିକାଲରେ ଚିକିତ୍ସା ପରେ ସେ ଜାଣିବାକୁ ପାଇଥିଲେ ତାଙ୍କୁ ବୋନ କ୍ୟାନ୍ସର ହୋଇଛି । ଶେଷରେ ବିଶାଖାପାଟନମ ପୋଷ୍ଟାଲ ମେଡିକାଲ ଯାଇ ସେ ଚିକିତ୍ସିତ ହୋଇଥିଲେ ।

ସେ ନିଜ ଜମି ବାଡିକୁ ବନ୍ଧାରେ ପକାଇ ଚିକିତ୍ସା ନେଇଥିଲେ ହେଲେ ତାଙ୍କର ଚିକିତ୍ସା ପୂରଣ ହୋଇନଥିଲା । ଆଉ ପାଞ୍ଚ ଦିନ ପରେ ତାଙ୍କର ଅପରେସନ ଅଛି । ଘରର ଆର୍ଥିକ ଅବସ୍ତା ଖରାପ ଥିବାରୁ ପରିବାର ଲୋକ ଆର୍ଥିକ ସହାୟତା ପାଇଁ ଆକୁଳ ନିବେଦନ କରୁଛନ୍ତି । ପରିବାର ଲୋକ ଆର୍ଥିକ ସହାୟତା ପାଇଁ ସରକାରଙ୍କୁ ନିବେଦନ କରୁଛନ୍ତି ।

ବନ୍ଧୁଗଣ ଅପରେସନ ପାଇଁ ୭ ରୁ ୮ ଲକ୍ଷ ଟଙ୍କାର ଆବଶ୍ୟକତା ରହିଥିବା ବେଳେ ନବାଗନ ଘରେ ରହି ଛଟପଟ ହେଉଛନ୍ତି । ପାଞ୍ଚ ମାସ ତଳେ ବିବାହ କରିଥିବା ସ୍ତ୍ରୀ ନିଜ ସ୍ଵାମୀଙ୍କର ଏହିଭଳି ଅବସ୍ତାକୁ ଦେଖି ଭାଙ୍ଗି ପଡିଛନ୍ତି । ପରିବାରର ଏକ ମାତ୍ର ପୁଅର ସ୍ୱାସ୍ଥ୍ୟ ଅବସ୍ତା ଖରାପ ଥିବାରୁ ପରିବାର ଲୋକ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅର୍ଥ ଅଭାବ ଥିବାରୁ ପୁଅ ପାଇଁ ଉପଯୁକ୍ତ ଔଷଧ ମଧ୍ୟ କିଣି ପାରୁ ନାହାନ୍ତି ବାପା ମା ।

ତେବେ ଚିକିତ୍ସା ପାଇଁ ସ୍ଥାନୀୟ ପ୍ରଶାସନ କିମ୍ବା କୌଣସି ବ୍ୟକ୍ତି ହାତ ବଢାଇଲେ ଚିକିତ୍ସା ହୋଇପାରିବ ବୋଲି କହିଛନ୍ତି ଘର ଲୋକ । ନବାଗନ କିଛି ଲୋକଙ୍କୁ ଆର୍ଥିକ ସହାୟତା କରିବା ପାଇଁ ନିବେଦନ କରିଛନ୍ତି । ଯଦି ଲୋକମାନେ ତାଙ୍କୁ ଆର୍ଥିକ ସହାୟତା କରିବେ ତା ହେଲେ ସେ ନିଜ ଗୋଡରେ ଛିଡା ହୋଇପାରିବେ ନଚେତ ତାଙ୍କ ପରିବାର ଉଜୁଡି ଯିବ ।

ବର୍ତ୍ତମାନ ଟଙ୍କା କେମିତି ଆସିବ ଓ ଅପରେସନ କିପରି ହେବ ତାହାକୁ ଅପେକ୍ଷା କରି ରହିଛନ୍ତି ଘର ଲୋକ । ତେଣୁ ବନ୍ଧୁଗଣ ଯଦି ଆପଣ ମାନେ ଏହି ପରିବାରକୁ ସହାୟତା କରିବାକୁ ଚାହୁଁ ଛନ୍ତି ତା ହେଲେ ଉପରେ ଦିଆଯାଇଥିବା ଯେକୌଣସି ମନି ଟ୍ରାନ୍ସଫର ଆପ୍ଲିକେସନରେ ଟଙ୍କା ପଠାଇ ପାରିବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *