ନମସ୍କାର ବନ୍ଧୁଗଣ ବର୍ତ୍ତମାନ ର ବ୍ରେକିଂ ନ୍ୟୁଜ ପାଲଟି ଥିବା ପାରଳାଖେମୁଣ୍ଡି ର ଏସିଏଫ ସୌମ୍ୟରଂଜନ ମହାପାତ୍ର ଙ୍କ ମୃତ୍ୟୁ ଖବର ସମ୍ପର୍କରେ ଆପଣ ମାନେ ନିଶ୍ଚିତ ଅବଗତ ଥିବେ । ତେବେ ତାଙ୍କର ରହସ୍ୟ ଜନକ ମୃତ୍ୟୁ କୁ ନେଇ ବର୍ତ୍ତମାନ ବହୁତ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି ।
ତେବେ ସୌମ୍ୟ ଙ୍କ ବାପା ମାଆ ନିଜ ବୋହୁ ବିଦ୍ୟା ଭାରତୀ ଙ୍କ ନାମ ରେ ଅଭିଯୋଗ ଆଣିଛନ୍ତି କି ଦୁଇ ଜଣ ସ୍ୱାମୀ ସ୍ତ୍ରୀ ଙ୍କ ଭିତରେ କୌଣସି ଭଲ ସମ୍ପର୍କ ନଥିଲା । ବିଦ୍ୟା ଡ଼ିଏଫଓ ସଂଗ୍ରାମ କେଶରୀ ଙ୍କ ସହ ଅନୈତିକ ସମ୍ପର୍କ ରହିଛି ଏବଂ ସେ ତାଙ୍କ ପୁଅ ଙ୍କୁ ମାନସିକ ନିର୍ଯ୍ୟାତନା ଦେଉଥିଲେ ବୋଲି ମଧ୍ୟ ଅଭିଯୋଗ ଆଣିଛନ୍ତି ।
ଏହା ଛଡା ସୌମ୍ୟ ଙ୍କୁ ଯେତେବେଳେ ହସ୍ପିଟାଲରେ ନେବା ବେଳେ ଆମ୍ବୁଲାନ୍ସ କୁ ଅଟକାଇ ଘର ଭିତରକୁ ଯାଇ ସୁନା ଗହଣା ଏବଂ ମୋବାଇଲ ନେବାକୁ ଯାଇଥିଲେ ଏବଂ ସେହି ବ୍ୟାଗ କୁ ନେଇ ବିଦ୍ୟା ନିଜ ମାଆ ଙ୍କୁ ଦେଇଥିଲେ । ତେଣୁ ସୌମ୍ୟ ଙ୍କ ମାତା ପିତା ନିଜ ବୋହୁ ଙ୍କୁ ସନ୍ଦେହ ଦୃଷ୍ଟି ରେ ଦେଖିଛନ୍ତି ତେବେ ଏହି ସବୁ ଅଭିଯୋଗ କୁ ଖାରଜ କରିଛନ୍ତି ।
ତେବେ ଏହି ଘଟଣା ର ଦଶ ଦିନ ହୋଇଗଲାଣି ଅର୍ଥାତ ତାଙ୍କର ଆଜି ଦଶ ଦିନ ଏବଂ ଆଜି ହିଁ ସେମାନେ ଶୁଦ୍ଧି କ୍ରିୟା ହୋଇଛନ୍ତି ତେବେ ସୌମ୍ୟ ଙ୍କ ବଡ଼ ଭାଇ ରଞ୍ଜନ କୁମାର ମହାପାତ୍ର ଙ୍କ ଅନୁସାରେ ଏହି ଦଶ ଦିନରେ ବିଦ୍ୟା ଭାରତୀ ଆସି ନାହାନ୍ତି କି ତାଙ୍କ ପରିବାର ରୁ ମଧ୍ୟ କେହି ଆସି ନାହାନ୍ତି ।
ତେବେ ଯେଉଁ ସ୍ତ୍ରୀ ପୋଷ୍ଟମଟମ ବେଳେ ହସ୍ପିଟାଲରେ ନ ରହି ଘରକୁ ପଳାଇ ଆସେ ଏବଂ ଆମ୍ବୁଲାନ୍ସ ଅଟକାଇ ସୁନା ଗହଣା ନେବାକୁ ଯାଏ ତାଙ୍କ ଠାରୁ ଆମେ କୌଣସି ଆଶା ମଧ୍ୟ ରଖି ନାହାନ୍ତି । ଏହା ଛଡା ରଞ୍ଜନ ଙ୍କ ଅନୁସାରେ ବିଦ୍ୟା ସୌମ୍ୟ ଙ୍କ ମୃତ୍ୟୁ ପରେ ମଧ୍ୟ ଶଙ୍ଖା ପିନ୍ଧୁଛନ୍ତି ତେବେ ଏହା କାହା ପାଇଁ ପିନ୍ଧୁଛନ୍ତି ତାହା ସେ ହିଁ ଜାଣିଥିବେ ।
ଯେଉଁ ନୂତନ ଅଭିନୟ ଏବଂ କାହାଣୀ ବାହାର କରିଛନ୍ତି କି ସେ ସୌମ୍ୟ ଙ୍କୁ ବଞ୍ଚାଉ ବଞ୍ଚାଉ ତାଙ୍କ ହାତ ମଧ୍ୟ ଜଳିଯାଇଛି ତାହା ଆପଣ ହସ୍ପିଟାଲର ସିସିଟିଭି ରେ ଦେଖିଲେ ଜାଣି ପାରିବେ । ତେବେ ସେ ମିଡ଼ିଆ ଏବଂ ପୋଲିସ ଙ୍କୁ ତାଙ୍କର କଥା ଶୁଣିବା ପାଇଁ ଧନ୍ୟବାଦ ଦେଇଛନ୍ତି ଏବଂ ତାଙ୍କ ଭାଇ ଙ୍କୁ ଜଲ୍ଦି ନ୍ୟାୟ ମିଳୁ ବୋଲି ସେ ଆଶା ମଧ୍ୟ ରଖିଛନ୍ତି । ଏଥିରେ ଆପଣ ମାନଙ୍କ ମତାମତ କଣ ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ, ଧନ୍ୟବାଦ