ସୁଟିଂ ସେଟ୍ ରେ ଶିବାନୀ ଏମିତି କିଛି କଲେ,ଦେଖିବା ଲୋକ ଆଶ୍ଚର୍ଯ୍ୟ ହୋଇଗଲେ!

ଅଲିଉଡ ଅଭିନେତ୍ରୀ ଶିବାନୀଙ୍କୁ ଆପଣ ମାନେ ସମସ୍ତେ ଜାଣିଛନ୍ତି । ଶିବାନୀ ବହୁତ ଫିଲ୍ମରେ କାମ କରି ଆସିଛନ୍ତି । ତାଙ୍କର କେତେକ ଫିଲ୍ମ ସୁପରହିଟ ମଧ୍ୟ ହୋଇଛି । ଲୋକମାନେ ତାଙ୍କର ଅଭିନୟକୁ ବହୁତ ପସନ୍ଦ କରନ୍ତି । ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ତାଙ୍କର ଲୋକ ପ୍ରିୟତା ବହୁତ ଅଧିକ । ହେଲେ ଆଜି ଆମେ ଆପଣଙ୍କୁ ଶିବାନୀଙ୍କ ବିଷୟରେ ଏମିତି ଏକ କଥା କହିବୁ ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ସୁଟିଙ୍ଗ ସେଟରେ ଶିବାନୀ ଏମିତି କିଛି କାମ କରିଲେ, ଦେଖିବା ଲୋକ ଆଶ୍ଚର୍ଯ୍ୟ ହୋଇଗଲେ । ତେବେ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।


ବାସ୍ତବ ଜୀବନରେ ଜଣେ କଳାକାର ଯାହା ସବୁ କରିପାରନ୍ତି କିମ୍ବା ଯାହାସବୁ କରିବାକୁ ଚାହାଁନ୍ତି ନାହିଁ, ସେ ସବୁ ତାଙ୍କୁ ଫିଲ୍ମରେ କରିବା ପାଇଁ ହୋଇଥାଏ । ବେଳେ ବେଳେ ସେହି ସବୁ କାମରେ ସେମାନେ ଆନନ୍ଦ ପାଆନ୍ତି । ଏହି ପରି ଏକ ଘଟଣା ଘଟିଛି ଅଲିଉଡ ଅଭିନେତ୍ରୀ ଶିବାନୀଙ୍କ ସହିତ । କିଛି ଦିନ ପୂର୍ବେ ରିଲିଜ ହୋଇଥିଲା ଶିବାନୀଙ୍କ ଫିଲ୍ମ ବାବୁ ଭାଇଜାନ ।

ଏହି ଫିଲ୍ମରେ ଏମିତି ବହୁତ କାମ ସେ ପ୍ରଥମ ଥର କରିଛନ୍ତି । ଏହି ଫିଲ୍ମର କିଛି ସିନରେ ସେ କଲର ଧରିଛନ୍ତି, ଚାଉଳ ପାଛୁଡିଛନ୍ତି ଏବଂ ସିଲେଇ ମଧ୍ୟ କରିଛନ୍ତି । ଏହା ସହିତ ଏକ ବସ୍ତିର ଗହଳିରେ ମଧ୍ୟ ସୁଟିଙ୍ଗ କରିଛନ୍ତି । ଶିବାନୀଙ୍କ କହିବା ଅନୁସାରେ ଏସବୁ କରି ସେ ଖୁସି ଅଛନ୍ତି । ଶିବାନୀ ଏହା ବିଷୟରେ କହିଥିଲେ, ମୁ ମୋ ଘରେ ଯାହା ସବୁ କାମ କରିନଥିଲି ଏହି ଫିଲ୍ମ ଲାଇନରେ ସେ ସବୁ କରୁଛି । ଏହା କରି ମୁ ବହୁତ ଖୁସି ଅନୁଭବ କରୁଛି ।


ଏହି ଫିଲ୍ମଟି ଦିଲ୍ଲୀରେ ସୁଟିଙ୍ଗ ହୋଇଥିଲା । ଶିବାନୀଙ୍କ ମତରେ ସେଠାକାର ଲୋକମାନେ ଶିବାନୀଙ୍କୁ ଜାଣିତ ନଥିଲେ ହେଲେ ଏକ କଳାକାର ଦ୍ରୁଷ୍ଟିରୁ ଶିବାନୀଙ୍କୁ ବହୁତ ରେସପେକ୍ଟ ଦେଇଥିଲେ । ଛୋଟ ପିଲାମାନେ ତାଙ୍କ ସହ ସେଲଫି ନେବା ସହ ତାଙ୍କ ଅଟୋଗ୍ରାଫ ମଧ୍ୟ ନେଉଥିଲେ ।

ସୁଟିଙ୍ଗ ଦ୍ଵାରା ଶିବାନୀଙ୍କୁ ବହୁତ କିଛି ନୂଆ କାର୍ଯ୍ୟ କରିବାକୁ ପଡିଥିଲା, ଯାହା କରି ସେ ବହୁତ ଖୁସି ଅନୁଭବ କରିଥିଲେ । ବାବୁ ଭାଇଜନ ଫିଲ୍ମରେ ଶିବାନୀ ଏକ ନୂଆ ରୂପ ଓ ଅଭିନୟରେ ସାମ୍ନାକୁ ଆସିଛନ୍ତି । ଆପଣ ମାନଙ୍କୁ ଏହି ଫିଲ୍ମରେ ତାଙ୍କର ଅଭିନୟ ବହୁତ ପସନ୍ଦ ଆସିବ ।

ଆପଣଙ୍କୁ ଶିବାନୀ ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଅଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *