ବନ୍ଧୁଗଣ ବର୍ତ୍ତମାନ ଦେଶରେ କରୋନା ସ୍ଥିତି ବହୁତ ଜଟିଳ ହୋଇଛି । ଗତ ବର୍ଷ ଅପେକ୍ଷା ଏହି ବର୍ଷ କରୋନା ମହାମାରୀର ଦ୍ଵିତୀୟ ଲହର ନିଜ କୋପ ବର୍ଷାଇଛି ।
ହଜାର ହଜାର ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ନିଜର ପ୍ରାଣ ହରାଇଛନ୍ତି ଓ ଅନ୍ୟ ପକ୍ଷରେ ଲକ୍ଷାଧିକ ଲୋକ ଏହି ଭାଇରସରେ ସଂକ୍ରମିତ ହୋଇ ସୁସ୍ଥ ମଧ୍ୟ ହୋଇଛନ୍ତି ।ବନ୍ଧୁଗଣ କରୋନା ଠାରୁ ଠିକ ହେବା ପରେ ମଧ୍ୟ କିଛି ଲୋକଙ୍କ ମଧ୍ୟରେ ଅନେକ ରୋଗର ଲକ୍ଷଣ ଦେଖାଯାଉଛି । ସେଥିପାଇଁ ଲୋକମାନେ ଚିନ୍ତିତ ହେଉଛନ୍ତି । ହେଲେ ଆଜିଆମେ ଆପଣ ମାନଙ୍କ ମନରେ ଥିବା ସମସ୍ତ ପ୍ରଶ୍ନର ଉତ୍ତର ଦେବୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।
ବନ୍ଧୁଗଣ ଅନେକ ଲୋକଙ୍କୁ କରୋନାରୁ ଠିକ ହେବା ପରେ କାସ ଆଦି ସମସ୍ୟା ଦେଖାଯାଉଛି । ଯଦି ଆପଣ ମାନଙ୍କର ସାଧାରଣ କାସ ହେଉଛି ତା ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ହେଲେ ଯଦି ଆପଣ ମାନଙ୍କୁ ନିଶ୍ଵାସ ନେବାରେ ଅସୁବିଧା, କାସରେ ରକ୍ତ ପଡିବା ଓ ଗଳା ଯନ୍ତ୍ରଣା ଆଦି ସମସ୍ୟା ହେଉଛି ତା ହେଲେ ଆପଣ ମାନଙ୍କୁ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନେବା ନିହାତି ଆବଶ୍ୟକ । ସାଧାରଣତଃ ବୟସ୍କ ବ୍ୟକ୍ତି ମାନଙ୍କୁ ଏହି କଥାର ବିଶେଷ ଧ୍ୟାନ ରଖିବା ଉଚିତ ।
କରୋନାରୁ ଠିକ ହେବା ପରେ ଯଦି ଆପଣ ମାନଙ୍କୁ ଦୁର୍ବଳତା, ମୁଣ୍ଡ ବିନ୍ଧା, ସାଧାରଣ ଜ୍ଵର ଓ ଥଣ୍ଡା ଆଦି ହେଉଛି ତା ହେଲେ ଆପଣ ଟାଇମ ଲିମିଟ ଉପରେ ଅଧିକ ଧ୍ୟାନ ଦିଅନ୍ତୁ । କରୋନାରୁ ଠିକ ହେବାର ଦୁଇ ସପ୍ତାହ ପର୍ଯ୍ୟନ୍ତ ଏହି ସବୁ ସମସ୍ୟା ଦେଖାଯିବା ସ୍ଵାଭାବିକ ଅଟେ । ହେଲେ ଠିକ ହେବାର ଦୁଇ ସପ୍ତାହ ପରେ ଯଦି ଏହି ସବୁ ସମସ୍ୟା ଲାଗି ରହୁଛି ତା ହେଲେ ଆପଣ ମାନଙ୍କୁ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ।
କରୋନାରୁ ଠିକ ହେବ ପରେ କମ ସେ କମ ୫୦ରୁ ଅଧିକ ପ୍ରତିଶତ ଲୋକଙ୍କୁ ଦୁର୍ବଳତା ଓ ମୁଣ୍ଡ ବିନ୍ଧା ଆଦି ସମସ୍ୟା ମାସ ମାସ ଧରି ଲାଗି ରହୁଛି । ଏହା ସହିତ ଗୋଡ ବିନ୍ଧା, ଗୋଟେ ଜାଗାରେ ବସି ରହିବା ଓ କୌଣସି କାମରେ ମନ ନ ଲାଗିବା ଆଦି ସମସ୍ୟା ମଧ୍ୟ ହେଉଛି । ହେଲେ ଆପଣ ମାନଙ୍କୁ ଏହି ସବୁ କଥା ବିଷୟରେ ଭାବି ଅଧିକ ଡିପ୍ରେସନରେ ରହିବାର କୌଣସି ଆବଶ୍ୟକତା ନାହିଁ ।
ଆପଣ ମାନେ ନିଜ ଚିନ୍ତାଧାରାକୁ ମଝବୁତ ରଖନ୍ତୁ ଦେଖିବେ ଆପଣଙ୍କ ରିକୋଭରି ଧୀରେ ଧୀରେ ହେଇଯିବ । ଯଦି ଲଗାତର ଆପଣ ମାନଙ୍କୁ କରୋନାରୁ ଠିକ ହେବା ପରେ କିଛି ବିଶେଷ ଲକ୍ଷଣ ଦେଖାଯାଉଛି ତା ହେଲେ ଆପଣ ଡାକ୍ତରଙ୍କ ପରାମର୍ଶ ନେଇ ସୁସ୍ଥ ହୋଇପାରିବେ । ତେଣୁ ଏଥିପାଇଁ ଆପଣ ମାନଙ୍କୁ ଅଧିକ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ।