କୋଭିଡ ରୁ ସୁସ୍ଥ ହେବା ପରେ ନିଶ୍ଚୟ କରନ୍ତୁ ଏହି 3 ଟି ଟେଷ୍ଟ- Dr V. K. Mishra

ବନ୍ଧୁଗଣ ବର୍ତ୍ତମାନ ସମଗ୍ର ଦେଶରେ କରୋନା ମାହାମାରୀର ଦ୍ଵିତୀୟ ଲହର ନିଜ କୋପ ବର୍ଷାଇଛି । ଏହି ଭାଇରସ ହଜାର ହଜାର ଲୋକଙ୍କ ଜୀବନ ନେଇ ସାରିଛି ଓ ବର୍ତ୍ତମାନ ଲକ୍ଷାଧିକ ଲୋକ ଏହି ଭାଇରସରେ ସଂକ୍ରମିତ ହେଉଛନ୍ତି ।

ଏହି ଭାଇରସର ସଂକ୍ରମଣକୁ ରୋକିବା ପାଇଁ ଭାରତ ସରକାର ଅନେକ ଗାଇଡଲାଇନ ଘୋଷଣା କରିଛନ୍ତି ଓ ବର୍ତ୍ତମାନ ସ୍ଥିତି ସାମାନ୍ୟ ରହିଛି । ବନ୍ଧୁଗଣ କରୋନା ମହାମାରୀରେ ଚିହ୍ନଟ ହେବା ପରେ ବ୍ୟକ୍ତି ଘରେ ରହି ଚିକିତ୍ସା ନେଇପାରିବେ ନଚେତ ହସ୍ପିଟାଲରେ ଚିକିତ୍ସା ନେଇପାରିବେ ।

ଏହି ଭାଇରସ ଆମ ଶରୀରର କିଛି ଖାସ ଅଙ୍ଗକୁ ପ୍ରଭାବିତ କରିଥାଏ ଓ ଆମ ଶରୀରର ରୋଗ ପ୍ରତିଷେଧକ ଶକ୍ତି ଏହି ଭାଇରସ ସହ ଲଢିଥାଏ । ବନ୍ଧୁଗଣ ଯଦି ଆପଣ କରୋନାରୁ ସୁସ୍ଥ ହୋଇସାରିଛନ୍ତି ତା ହେଲେ ମଧ୍ୟ ଆପଣ ମାନଙ୍କୁ କିଛି ବିଶେଷ ଟେଷ୍ଟ କରେଇନେବା ଉଚିତ । କାରଣ ଏହି ଭାଇରସ ଆମ ଶରୀରରେ ଯେତେ ସମୟ ପର୍ଯ୍ୟନ୍ତ ରୁହେ ସେତିକି ସମୟ ମଧ୍ୟରେ ଆମ ଶରୀରର କିଛି ବିଶେଷ ଅଙ୍ଗ ଉପରେ ପ୍ରଭାବ ପକାଇଥାଏ ।

ତେଣୁ ଆମ ମାନଙ୍କୁ ଆଗାମୀ ସମୟରେ କେତେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ତେଣୁ ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ କିଛି ଟେଷ୍ଟ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ମାନେ କରୋନାରୁ ସୁସ୍ଥ ହେବା ପରେ କରେଇନେବା ଉଚିତ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସବୁ ଟେଷ୍ଟ ବିଷୟରେ ।

୧. ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛି ଆଇ ଜିଜି ଏଣ୍ଟିବୋଡି ଟେଷ୍ଟ । କରୋନାରୁ ସୁସ୍ଥ ହେବାର ଦୁଇ ସପ୍ତାହ ପରେ ଆପଣ ମାନଙ୍କୁ ଆଇ ଜିଜି ଏଣ୍ଟିବୋଡି ଟେଷ୍ଟ କରେଇଦେବା ନିହାତି ଆବଶ୍ୟକ । କାରଣ ଏହି ଟେଷ୍ଟ ଦ୍ଵାରା ଆପଣ ମାନେ ଜାଣି ପାରିବେ ଯେ, ଆପଣଙ୍କ ରୋଗ ପ୍ରତିଷେଧକ କ୍ଷମତା ପୂର୍ବ ପରିକା ବଢିକି ଅଛି ନା କମି ଯାଇଛି । ତେଣୁ ବନ୍ଧୁଗଣ ଆପଣ ମାନେ ଏହି ଟେଷ୍ଟ ନିଶ୍ଚୟ କରାନ୍ତୁ ।

୨. ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛି କମ୍ପ୍ଲିଟ ବ୍ଲଡ଼ କାଉଣ୍ଟ ଟେଷ୍ଟ । କରୋନାରୁ ସୁସ୍ଥ ହେବା ପରେ ଆପଣ ମାନଙ୍କୁ ଏହି ଟେଷ୍ଟ କରେଇନେବା ଉଚିତ । ଏହା ଆମ ଶରୀରର ରେଡ ବ୍ଲଡ଼ ସେଲ୍ସ ଓ ୱ୍ହାଇଟ ବ୍ଲଡ଼ ସେଲ୍ସର ମାତ୍ରାକୁ ମନିଟର କରିଥାଏ । ଏହି ଟେଷ୍ଟ କରେଇବା ଦ୍ଵାରା ଆପଣ ଜାଣିପାରିବେ ଯେ, ଆପଣ କରୋନା ପରେ କେତେ ସୁସ୍ଥ ଅଛନ୍ତି ।

୩. ବନ୍ଧୁଗଣ କରୋନାରୁ ସୁସ୍ଥ ହେବା ପରେ ଆପଣ ମାନଙ୍କୁ ନିଜ ବ୍ଲଡ଼ ପ୍ରେସର ଓ ସୁଗାର ଟେଷ୍ଟ କରେଇବା ନିହାତି ଆବଶ୍ୟକ । ଏହା ସହିତ ଆପଣ ମାନଙ୍କୁ ନିଜର କୋଲେଷ୍ଟ୍ରୋଲ ଚେକ କରେବା ମଧ୍ୟ ଉଚିତ । କାରଣ କରୋନାରୁ ସୁସ୍ଥ ହେବା ପରେ କିଛି ଲୋକଙ୍କ ବ୍ଲଡ଼ ପ୍ରେସର ଓ କୋଲେଷ୍ଟ୍ରୋଲ ଲେବୁଲ ବଢି ଯାଉଛି । ତେଣୁ ଆପଣ ମାନଙ୍କୁ ଏହି ଟେଷ୍ଟ କରେଇ ସଚେତନ ରହିବା ନିହାତି ଆବଶ୍ୟକ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *