ସୁଶାନ୍ତଙ୍କ ମାମଲାରେ ବର୍ତ୍ତମାନ ବହୁତ ବଡ ବଡ ଖୁଲାସା ସାମ୍ନାକୁ ଆସୁଛି । ସିବିଆଇ ନିଜ କାମକୁ ବହୁତ ଭଲ ଭାବରେ କରୁଛି , ଏହା ସହିତ ସିବିଆଇ ରିୟା ଚକ୍ରବର୍ତ୍ତୀ ଓ ଏହି କେସ ସହ ଜଡିତ ସମସ୍ତ ସାକ୍ଷ ପ୍ରମାଣ ସହ ବାରମ୍ବାର ପଚରା ଉଚରା କରୁଛି । ସୁଶାନ୍ତଙ୍କ କେସକୁ ନେଇ ଆଇପିଏଲରେ ମଧ୍ୟ ବହୁତ ବଡ ଫରକ ଦେଖିବାକୁ ମିଳିଛି । ଏହି ଆଇପିଏଲକୁ ନେଇ ବହୁତ ବଡ ଖୁଲାସା ସାମ୍ନାକୁ ଆସିଛି ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ବଡ ଖୁଲାସା ବିଷୟରେ ।
କିଛି ଦିନ ତଳେ ୨୦୨୦ ଆଇପିଏଲକୁ ନେଇ ବହୁତ ବଡ ଖୁଲାସା ସାମ୍ନାକୁ ଆସିଥିଲା, ତାହା ହେଉଛି ଚେନାଇ ସୁପରକିଙ୍ଗର ଦିଗଜ କ୍ୟାପଟେନ ଓ ଖେଳାଳି ସୁରେଶ ରାଇନା ଆଇପିଏଲରୁ ନିଜ ନାମକୁ କାଟି ଦେଇଛନ୍ତି । ଏହାର ଅର୍ଥ ହେଉଛି ସୁରେଶ ଏହି ବର୍ଷ ଆଇପିଏଲରେ ଯୋଗ ଦେଇ ନାହାନ୍ତି । ରାଇନା ନିଜ ନାମକୁ ବହୁତ ସହଜରେ ଆଇପିଏଲରେ କାଟି ଦେବାରୁ, ବହୁତ ବଡ ବଡ ଖୁଲାସା ସାମ୍ନାକୁ ଆସିଥିଲା । ସମସ୍ତ ଲୋକ ଜାଣିବାକୁ ଚାହୁଁଥିଲେ ଯେ ରାଇନା ନ ଖେଳିବାର କାରଣ କଣ ।
ରାଇନା ନିଜ ନାମ କାଟିବା ସମୟରେ ଚେନାଇ ସୁପର କିଙ୍ଗ ଟିମର ମ୍ୟାନେଜର ରାଇନାକୁ କହିଥିଲେ ଯେ, ଆପଣ ସୁଶାନ୍ତଙ୍କ ମାମଲାରେ ଦୟାକରି ପଡନ୍ତୁ ନାହିଁ । ରାଇନା ଏହାର ଉତ୍ତର ଦେଇ କହିଲେ, ‘ତାହା ହେଉଛି ମୋର ପର୍ଶନାଲ ମ୍ୟାଟର, ତମକୁ ଏସବୁ ବିଷୟରେ କିଛି ଜାଣିବା ଦରକାର ନାହିଁ । ବନ୍ଧୁଗଣ ରାଇନା ଆଇପିଏଲ ଛାଡିବାର ମୁଖ୍ୟ କାରଣ ହେଉଛି ସୁଶାନ୍ତ ସିଂହ ରାଜପୁତ ।
ଏହା ପୁର୍ବରୁ ରାଇନା ନିଜ ସୋସିଆଲ ମିଡିଆରେ ସୁଶାନ୍ତଙ୍କ ନ୍ୟାୟ ପାଇଁ ବହୁତ ଫଟୋ ଓ ଭିଡିଓ ମଧ୍ୟ ସେୟାର କରିଥିଲେ । ରାଇନା ସୁଶାନ୍ତଙ୍କୁ ବହୁତ ସପୋର୍ଟ ଦେଉଥିଲେ । ହେଲେ ଚେନାଇ ସୁପର କିଙ୍ଗର ଟିମ ମ୍ୟାନେଜମେଣ୍ଟକୁ ଏହି କଥା ପସନ୍ଦ ଆସି ନଥିଲା । କେବଳ ଏତିକି ନୁହେଁ ଟିମର ମ୍ୟାନେଜର ମଧ୍ୟ ସୁଶାନ୍ତଙ୍କ ପୋଷ୍ଟକୁ ହଟାଇବା ପାଇଁ ରାଇନାଙ୍କୁ କହିଥିଲେ । ହେଲେ ରାଇନା ସଫା ସଫା ଏହା ସବୁ କରିବା ପାଇଁ ମନା କରି ଦେଇଥିଲେ ଓ ସୁଶାନ୍ତଙ୍କୁ ସପୋର୍ଟ ଦେଇଥିଲେ ।
ଗୋଟେ ସମୟରେ ରାଇନା ଧୋନୀଙ୍କ ସହ ଏହି ସବୁ ମାମଲା ବିଷୟରେ କଥା ବାର୍ତ୍ତା ହୋଇଥିଲେ ହେଲେ ଧୋନୀ ଏହି ମାମଲାରେ କିଛି କହିନଥିଲେ । ଧୋନୀ ସୁଶାନ୍ତଙ୍କ ମାମଲାରେ ରାଇନାଙ୍କର ସପୋର୍ଟ ଦେଇ ନଥିଲେ । ଆଇପିଏଲ ମିଟିଙ୍ଗ ସମୟରେ ଧୋନୀ ମଧ୍ୟ ରାଇନାଙ୍କ ସହିତ ଥିଲେ ହେଲେ ଧୋନୀ ରାଇନାଙ୍କୁ ସପୋର୍ଟ ଦେଇନଥିଲେ ଯାହାଫଳରେ ରାଇନା ବେଜିତ ହୋଇଥିଲେ, ସେଥିପାଇଁ ମିଟିଙ୍ଗରେ ରାଇନା ଆଇପିଏଲ ନ ଖେଳିବା ପାଇଁ କହି ଦେଇଥିଲେ ।
ରାଇନା ଗୋଟିଏ କାରଣ ପାଇଁ ୧୧ କୋଟି ଟଙ୍କାକୁ ଠୋକର ମାରିଦେଇଥିଲେ । ସୁରେଶ ରାଇନାଙ୍କର ଶେଷ ନିଷ୍ପତ୍ତିର ମୁଖ୍ୟ କାରଣ ଥିଲା ସୁଶାନ୍ତ ସିଂହ ରାଜପୁତ । ରାଇନା ସୁଶାନ୍ତଙ୍କୁ ସପୋର୍ଟ କରି ବହୁତ ଭଲ କାମ କରିଛନ୍ତି । ସମସ୍ତ ଲୋକ ରାଇନାଙ୍କୁ ସପୋର୍ଟ ଦେଉଛନ୍ତି । ହେଲେ ଦୁଃଖର କଥା ଏହା ହେଉଛି ଯେ, ମହେନ୍ଦ୍ର ସିଂହ ଧୋନୀ ସୁଶାନ୍ତଙ୍କୁ କୌଣସି ପ୍ରକାରର ସପୋର୍ଟ ଦେଇନାହାନ୍ତି ।