ସୁଶାନ୍ତଙ୍କ କାରଣରୁ କରିନା ଓ ଆଲିୟା ନେଲେ ଏହି ବଡ ପଦକ୍ଷେପ, ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ

 

ବଲିଉଡର ଲୋକପ୍ରିୟ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ବର୍ତ୍ତମାନ ଦେଶରେ ବହୁତ ଚାଞ୍ଚଲ୍ୟକର ସୃଷ୍ଟି କରିଛି । ବହୁତ ଲୋକ ଏହି ଘଟଣାକୁ ସୁସାଇଡ କହୁଥିବା ବେଳେ, ବହୁତ ଲୋକ ଏହାକୁ ମର୍ଡର କହିଛନ୍ତି । ସୁଶାନ୍ତଙ୍କ ମୃତ୍ୟୁ ପାଇଁ ବହୁତ ବଡ ବଡ ସେଲିବ୍ରିଟି ମାନଙ୍କ ଉପରେ ଆଙ୍ଗୁଠି ଉଠିଥିବାର ଦେଖାଯାଇଛି । ସୁଶାନ୍ତଙ୍କ ମୃତ୍ୟୁ ପରେ କରିନା କପୁର ଓ ଆଲିଆ ଭଟ୍ଟ ଏକ ବଡ ପଦକ୍ଷେପ ଉଠେଇଛନ୍ତି । ତେବେ ଆସନ୍ତୁ ଜାଣିବା ଏହି ବଡ ପଦକ୍ଷେପ ବିଷୟରେ ।

ସୁଶାନ୍ତଙ୍କ ମୃତ୍ୟୁ ପାଇଁ ସବୁଠାରୁ ଅଧିକ କରନ ଜୋହରଙ୍କୁ ଦାୟୀ କରିଛନ୍ତି । କରନ ଜୋହର ବଲିଉଡର ଜଣେ ନାମୀ ଦାମୀ ପ୍ରଡ୍ୟୁସର ଅଟନ୍ତି । ବର୍ତ୍ତମାନ ସମୟରେ କରନ ଜୋହରଙ୍କ ଶୋ, “କଫି ୱୀଥ କରନ”କୁ ରୋକାଯାଇଛି । ସୋସିଆଲ ମିଡିଆରେ ଲୋକମାନେ କରଣ ଜୋହର ଉପରେ ବହୁତବିବାଦ ସୃଷ୍ଟି କରିଛନ୍ତି । ଯାହାଫଳରେ କରଣଙ୍କ ଶୋକୁ ବର୍ତ୍ତମାନ ପାଇଁ ବନ୍ଦ କରାଯିବ ବୋଲି ଷ୍ଟାର ୱାଲ୍ଡ କହିସାରିଛି ।

ଏହି ଶୋରେ କରଣ ଜୋହର କେତେକ ଅଭିନେତା ଓ ଅଭିନେତ୍ରୀ ମାନଙ୍କର ମଜାକ ଉଡେଇଥିଲେ, ଏହି ସବୁ କ୍ଲିପିଙ୍ଗ ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହୋଇଛି । ଏହି ଘଟଣା ପରେ କେତେକ ଅଭିନେତ୍ରୀ ନିଜ ଟ୍ଵିଟର ଆକାଉଣ୍ଟକୁ ଡ଼ିଲିଟ ଦେଲେ ଓ ଅନ୍ୟ କେତେକ ଅଭିନେତ୍ରୀ ନେପୋଟିଜ୍ମ ଉପରେ କିଛି କହିବା ପାଇଁ ଚାହୁଁ ନଥିଲେ ।

ଏହି କିଛି ଦିନ ହେବ ଆଲିଆ ଭଟ୍ଟ ବହୁତ ମାତ୍ରାରେ ଟ୍ରୋଲ ହେଉଥିଲେ, ସେଥିପାଇଁ କରିନା କପୁର ଓ ଆଲିଆ ଭଟ୍ଟ ଏକ ବଡ ପଦକ୍ଷେପ ଉଠେଇଛନ୍ତି । ଏମାନଙ୍କ ଉପରେ ବହୁତ ଆରୋପ ଲାଗିଥିଲା, କରଣନ ଜୋହାର ଶୋରେ ଏମାନେ ସୁଶାନ୍ତଙ୍କ ବିଷୟରେ ନେଗେଟିଭ ବାର୍ତ୍ତାଳାପ କରିଥିଲେ । ଯାହାଫଳରେ ଆଲିଆ ଭଟ୍ଟ ଏହି କିଛି ଦିନ ହେବ ବହୁତ ମାତ୍ରାରେ ଟ୍ରୋଲ ହେଉଥିଲେ । ଯାହାଫଳରେ ଏହି ଦୁଇଟି ଅଭିନେତ୍ରୀ ଏକ ବଡ ପଦକ୍ଷେପ ଉଠେଇଛନ୍ତି ।

ସେହି ବଡ ପଦକ୍ଷେପ ହେଉଛି, ସୋସିଆଲ ମିଡିଆରେ ଏହି ଦୁଇଜଣ ଅଭିନେତ୍ରୀ ନିଜର କମେଣ୍ଟ ସେକ୍ସନକୁ ବନ୍ଦ କରିଦେଇଛନ୍ତି । ଯାହାଫଳରେ ବର୍ତ୍ତମାନ ପରଠୁ ସେମାନଙ୍କୁ କେହି କମେଣ୍ଟ କରିପାରିବେ ନାହିଁ ।

ସୋନମ କପୁର ନିଜ କମେଣ୍ଟକୁ ସେୟାର କରିଥିଲେ ଯେଉଁଥି ପାଇଁ ତାଙ୍କୁ ବହୁତ ଟ୍ରୋଲ କରାଯାଇଥିଲା । ଏହିପରି ଭାବରେ କରିନା ଓ ଆଲିଆଙ୍କୁ ମଧ୍ୟ ବହୁତ ମାତ୍ରାରେ ଟ୍ରୋଲ କରାଯାଇଥିଲା । ଯାହାଦ୍ୱାରା ସେମାନେ ଏହି ବଡ ପଦକ୍ଷେପ ନେବା ପାଇଁ ବାଧ୍ୟ ହୋଇଥିଲେ । ସମସ୍ତ ଷ୍ଟାର କିଡ୍ସ ଓ କରନ ଜୋହରଙ୍କ ଫିଲ୍ମକୁ ବହିସ୍କାର କରିବା ପାଇଁ ସମ୍ପୂର୍ଣ ପ୍ରସ୍ତୁତି ହୋଇସାରିଛି । ବର୍ତ୍ତମାନ ସମୟରେ କୌଣସି ଲୋକ ଏହି ଷ୍ଟାର କିଡ୍ସ ମାନଙ୍କ ଫିଲ୍ମ ଦେଖିବା ପାଇଁ ଚାହୁଁ ନାହାନ୍ତି । ତେଣୁ ଲୋକମାନଙ୍କ ଗାଳି ଓ ଧମକରୁ ବଞ୍ଚିବା ପାଇଁ କରିନା କପୁର ଓ ଆଲିଆ ଭଟ୍ଟ ଏହି ବଡ କଦମ ଉଠେଇଛନ୍ତି ।

ଏଥିରେ ଆପଣଙ୍କ ମତାମତ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ବଲିଉଡର ସବୁ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *