ସ୍ଵର୍ଗତଃ Sushant Singh Rajput ଙ୍କୁ ମିଳିବାକୁ ଯାଉଛି ସବୁଠୁ ବଡ ସମ୍ମାନ, Sushant ଙ୍କ ନାମରେ ନାମିତ ହେବ ଦିଲ୍ଲୀର ଏହି ସଡକ

ବନ୍ଧୁଗଣ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କର ଗତ କାଲୀ ୩୫ତମ ଜୟନ୍ତୀ ଥିଲା । ଗତକାଲି ସୁଶାନ୍ତଙ୍କ ଫ୍ୟାନ୍ସ ମାନେ ତାଙ୍କୁ ବହୁତ ମନ ପକାଇଥିଲେ । ଗତକାଲି ସୋସିଆଲ ମିଡିଆରେ ତାଙ୍କ ଫ୍ୟାନ୍ସ ମାନେ କେତେକ ଫଟୋ ଓ ଭିଡିଓ ମଧ୍ୟ ସେୟାର କରିଥିଲେ । ୨୦୨୦ ମସିହାରେ ଜୁନ ୧୪ ତାରିଖରେ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଫାଶୀ ଦେଇ ଦେହତ୍ୟାଗ କରିଥିଲେ । ସେବେଠାରୁ ଆଯ ପର୍ଯ୍ୟନ୍ତ ସୋସିଆଲ ମିଡିଆରେ ସୁଶାନ୍ତଙ୍କ ଫଟୋ ଓ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ବନ୍ଧୁଗଣ ମିଡିଆ ରିପୋର୍ଟସ ଅନୁସାରେ ଖବର ମିଳିଛି ଯେ ସୁଶାନ୍ତ ସିଂହ ରାଜପୁତଙ୍କୁ ଏକ ବଡ ସମ୍ମାନ ମିଳିବାକୁ ଯାଉଛି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ସୁଶାନ୍ତଙ୍କୁ ମିଳିବାକୁ ଯାଉଥିବା ଏହି ସମ୍ମାନ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସମ୍ମାନ ବିଷୟରେ ।


ମିଡିଆ ରିପୋର୍ଟ ଅନୁସାରେ ଜଣା ପଡିଛି ଯେ, ଦକ୍ଷିଣ ଦିଲ୍ଲୀର ଏଡ୍ରୟୁଜ ଗଞ୍ଜ ଏକ ରାସ୍ତାର ନାମ ସୁଶାନ୍ତ ସିଂହ ରାଜପୁତଙ୍କ ନାମରେ ଜଣା ଯିବ । କାରଣ ଏହି ରାସ୍ତା ସୁଶାନ୍ତ ସିଂହଙ୍କ ନାମରେ ରଖାଯିବ । ବର୍ତ୍ତମାନ ଏହି କ୍ଷେତ୍ରରେ ଥିବା ନଗର ପାଳିକା ଏହି ପ୍ରସ୍ତାବର ମଞ୍ଜୁରୀ ଦେଇସାରିଛନ୍ତି । ବନ୍ଧୁଗଣ ଏହି ଯୋଜନା କଂଗ୍ରେସ ପରିଷଦର ଅଧିକାରୀ ଅଭିଷେକ ଦତ୍ତଙ୍କ ଦ୍ଵାରା କରାଯାଇଛି । ଅଭିଷେକ ୨୦୨୦ ସେପ୍ଟେମ୍ବର ମାସରେ ଏହି ପ୍ରସ୍ତାବ ରଖିଥିଲେ ଓ ଗତକାଲି ସୁଶାନ୍ତଙ୍କ ଜନ୍ମ ଦିନ ଅବସରରେ ନଗର ପାଳିକା ଏହି ପ୍ରସ୍ତାବର ମଞ୍ଜୁରୀ ଦେଇ ସାରିଛନ୍ତି ।

ରିପୋର୍ଟ ଅନୁସାରେ ଜଣା ପଡିଛି ଅଭିଷେକ ଦିଲ୍ଲୀର ଏସଡିଏମସିର ସେହି ଅଞ୍ଚଳରେ ଅଭିଷେକ ଦତ୍ତ କଂଗ୍ରେସ ପାର୍ଟିର ଅଧିକାରୀ ଅଟନ୍ତି । ସେ କିଛି ମାସ ପୂର୍ବରୁ ନଗର ନିଗମର ନାମ କାରଣ ଏବଂ ପୁନଃ ନାମକରଣ ସମିତିକୁ ଭାରତୀୟ ଜନତା ପାର୍ଟିର ଉପସ୍ଥିତିରେ ଏହି ପ୍ରସ୍ତାବ ଦେଇଥିଲେ । ଅଧିକାରୀଙ୍କ ମତରେ ପ୍ରସ୍ତାବରେ କୁହାଯାଇଥିଲା ଯେ, ରାସ୍ତା ସଂଖ୍ୟା ୮ରେ ବିହାରର ଅଧିକାଂଶ ଲୋକ ରହୁଛନ୍ତି ଓ ସେହି ଅଞ୍ଚଳର ଏକ ଭାଗରେ ସୁଶାନ୍ତ ସିଂହ ରାଜପୁତଙ୍କ ନାମ ରଖାଯାଉ । ତାଙ୍କ ଅନୁସାରେ ରାସ୍ତା ସଂଖ୍ୟା ୮କୁ ବଦଳାଇ ସୁଶାନ୍ତ ସିଂହ ରାଜପୁତଙ୍କ ନାମ ରଖାଯିବ ।

ବନ୍ଧୁଗଣ ଏହି ଖବର ବିଷୟରେ ଜାଣି ସୁଶାନ୍ତଙ୍କ ଫ୍ୟାନ୍ସ ମାନେ ବହୁତ ଖୁସି ହୋଇଛନ୍ତି । ସୋସିଆଲ ମିଡିଆରେ ଏହି ଖବର ବହୁତ ଚର୍ଚାରେ ରହିଛି । ଅନ୍ୟ ପକ୍ଷରେ ସୁଶାନ୍ତଙ୍କର ୩୫ତମ ଜନ୍ମ ଦିନ ଦିବସରେ ସୁଶାନ୍ତଙ୍କ ଭଉଣୀ ବହୁତ ଭାବୁକ ନଜର ଆସିଥିଲେ ।

ସେ ସୋସିଆଲ ମିଡିଆ ଜରିଆରେ ମଧ୍ୟ ନିଜ ଭାଇଙ୍କୁ ମନେ ପକାଇଥିଲେ । ଶ୍ଵେତା ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ସୁଶାନ୍ତଙ୍କ ଏକ ପିଲା ଦିନର ଫଟୋକୁ ସେୟାର କରିଥିଲେ ଓ କ୍ୟାପ୍ସନରେ ଲେଖିଥିଲେ, ଏହି ଖୁସି ସବୁ ମନ ରହିଯିବ । ଏହା ସହିତ ଏକ ହାର୍ଟ ଇମୋଜି ଦେଇ ‘ସୁଶାନ୍ତ ଡେ’ ଲେଖଥିଲେ ।


ଏହାପରେ ସେ ଏକ ଅନ୍ୟ ପୋଷ୍ଟ ମାଧ୍ୟମରେ ଲେଖିଥିଲେ ‘ଲଭ ୟୁ ଭାଇ, ତୁ ମୋର ଏକ ଅଂଶ ହୋଇ ରହିଛ ଓ ସବୁଦିନ ରହିବ’ । ଏହି ପୋଷ୍ଟରେ କୀର୍ତ୍ତି ନିଜ ଭାଇ ସୁଶାନ୍ତଙ୍କ ସହ ଥିବା କିଛି ଫଟୋ ସେୟାର କରିଛନ୍ତି । ବନ୍ଧୁଗଣ ସୁଶାନ୍ତଙ୍କ ଦେହାନ୍ତ ପରେ ତାଙ୍କ ଭଉଣୀ ମାନେ ତାଙ୍କୁ ନ୍ୟାୟ ଦେବା ପାଇଁ ବହୁତ ଚେଷ୍ଟା କରିଥିଲେ । ଆଜି ମଧ୍ୟ ନିଜ ଭାଇକୁ ସମର୍ଥନ ଦେବା ପାଇଁ ସେ ସୋସିଆଲ ମିଡିଆରେ ଫଟୋ ସେୟାର କରୁଛନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *