‘ସୁରେଶ ପଣ୍ଡା ଙ୍କ ସହ ମୋର ସେଟିଙ୍ଗ ଥିଲା, କିନ୍ତୁ…’ ନିଜ ଜୀବନର କିଛି ଅକୁହା କଥା ଖୋଲି କହିଦେଲେ ଯାତ୍ରା ହିରୋଇନ Juli Panda, ଦେଖନ୍ତୁ ଏହି Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଯାତ୍ରା ଜଗତରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ଓ ନିଜ ସୁନ୍ଦରତା ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଯାତ୍ରା ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଯାତ୍ରା ଜଗତରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ଏହି ଯାତ୍ରା ଅଭିନେତ୍ରୀ ଜଣକ ହେଉଛନ୍ତି ଜୁଲି ପଣ୍ଡା । ଆପଣ ମାନେ ସମସ୍ତେ ଜୁଲି ପଣ୍ଡାଙ୍କ ଜବରଦସ୍ତ ଅଭିନୟ ତ ନିଶ୍ଚୟ ଦେଖିଥିବେ । ଜୁଲି ଯାତ୍ରା ଜଗତରେ କାମ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ଜୁଲିଙ୍କର ଏକ ସାକ୍ଷାତ୍କାର ଭିଡିଓ ସୋସିଆଲ ମିଡିଆରେ ଭାଇଆରାଲ ହେଉଛି ।

ଏହି ସାକ୍ଷାତ୍କାର ଭିଡିଓରେ ଜୁଲି କହୁଛନ୍ତି-‘ସୁରେଶ ପଣ୍ଡାଙ୍କ ସହ ମୁଁ ବହୁତ ବର୍ଷ କାମ କରି ଆସିଥିଲି । ଆମର ଗୋଟେ ସେଟିଙ୍ଗ ହେଇଥିଲା ତା ପରେ ପ୍ରଥମେ ଯେଉଁ ହିରୋ ମାନଙ୍କ ସହ ମୁଁ ପରିଚିତ ନଥିଲି ଟିକେ ଅଲଗା ଲାଗିଲା । ହେଲେ ତା ପରେ ମୁଁ ଅଭ୍ଯାସରେ ପଡିଗଳି । ଆମେ ତ ଅଭିନୟ କରିବାକୁ ଆସିଛୁ ନା ଯିଏ ବି ଆସିବ ଅଭିନୟ କରିବା ।

ଆଗରୁ ନାଟକ ବହୁତ ଅଲଗା ଥିଲା ହେଲେ ଏବେ ପଇସା ପାଇଁ ନାଟକ କମିଯାଉଛି । ବର୍ତ୍ତମାନ ତ ସବୁରି ମୂଳରେ ପଇସା ତେଣୁ ବର୍ତ୍ତମାନ କେହି ଦେଖୁ ନାହାନ୍ତି କି ଆମେ ସେଲିବ୍ରେଟି । ସେମାନେ ବର୍ତ୍ତମାନ ଦେଖୁ ନାହାନ୍ତି କି ଆମେ ଯାତ୍ରା କଳାକାର ବର୍ତ୍ତମାନ ପଇସା ଯୁଆଡେ ସେମାନେ ସିଆଡେ । ସିରିଏଲ କଳାକାର ମାନେ ଆମ ସହ ବହୁତ ଭଲ ସେ ମିସୁଛନ୍ତି କୌଣସି ଗର୍ବ ଅହଂକାର ଆମେ ଦେଖିବାକୁ ପାଉନୁ । ଆମେ ବି ତାଙ୍କ ସହ ମିଶୁଛୁ ।

ଆମ ଯାତ୍ରା କଳାକାର ବି ସିରିଏଲ କୁ ଯାଉଛନ୍ତି ସେମାନେ ବି ତାଙ୍କୁ ବହୁତ ସମ୍ମାନ ଦେଉଛନ୍ତି । ସିରିଏଲରେ ଦର୍ଶକ ମାନେ କଳାକାରକୁ ଦେଖୁଛନ୍ତି ମୁଖ୍ୟ କଳାକାର ମାନଙ୍କୁ ମନେ ରଖୁଛନ୍ତି । ସେମିତି ଯାତ୍ରା କଳାକାରଙ୍କୁ କଣ ସେମାନେ ଭୁଲିଯିବେ କି । ଯାତ୍ରା ଯାତ୍ରା ଆଉ ସିରିଏଲ ସିରିଏଲ’ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଯାତ୍ରା ଅଭିନେତ୍ରୀ ଜୁଲି ପଣ୍ଡା କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *