ପରୀକ୍ଷା ଟାଇମରେ ଫ୍ରି ସିନେମା ! ଅଫ୍ ଲାଇନରେ ଛାତ୍ରୀ ପିଟାପିଟି, Video ଦେଖିଲେ ଆପଣ ମୁଣ୍ଡରେ ହାତ ଦେବେ… 

ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ଦୁଇଜଣ ଛାତ୍ରୀ ପିଟାପିଟି ହେଉଥିବାର ନଜର ଆସୁଛନ୍ତି । ପିଲା ମାନେ କରୋନା ସମୟରେ ଅନଲାଇନ କ୍ଳାସ କରି ପ୍ରବଳ ପାଠ ପଢିସାରିଛନ୍ତି ।

ଆଉ ଏବେ ସ୍କୁଲ କଲେଜ ଫିଟିବା ପରେ ପ୍ରାକ୍ଟିକାଲ ପରୀକ୍ଷା ବୋଧେ ଆରମ୍ଭ ହୋଇଛି । ପ୍ରାକ୍ଟିକାଲ ପରୀକ୍ଷା ହେଉଛି ପିଟାପିଟିର ଯାହା ଆପଣ ମାନଙ୍କ ସାମ୍ନାରେ ଅଛି । ଦୁଇଜଣ ଛାତ୍ରୀ ଏମିତି ଚୁଟି ଝିଙ୍କା ଝିଙ୍କି ହେଉଛନ୍ତି ସତେ ଯେମିତି ପରୀକ୍ଷା ସରିବାକୁ ଆଉ 10 ମିନିଟ ଅଛି । ସେଠାରେ ଥିବା କେହି ଜଣେ କହୁଛନ୍ତି ମୋତେ ଟେକା ଫୋପାଡିଛି, ବିନା ଦୋଷରେ ମୋତେ ବାଡେଇଛି ।

ଏତେ ସବୁ କଥା ହେଇଯାଇଛି ଆଉ ସେଥିପାଇଁ ତାକୁ ବାଡେଇ ଛାତ୍ରୀ ଦୋଷ ମୁକ୍ତ ହେଉଛନ୍ତି । ସେଠାରେ ଥିବା ଜଣେ ଭାଇ କହୁଛନ୍ତି ଏ ଆଜି ମରିଯିବେ । ବନ୍ଧୁଗଣ ଯାହାବି କୁହନ୍ତି ଛାତ୍ର ଛାତ୍ରୀ ମାନେ ପରୀକ୍ଷାରେ ଯେମିତି ମନ ଦେଇକି ଉତ୍ତର ଲେଖନ୍ତି ସେହିଭଳି ମନ ଦେଇକି କଳି ଲାଗିଛନ୍ତି । ଝଗଡା ମଧ୍ୟରେ କାହାର ଗୋଟେ ବ୍ୟାଗ ତଳେ ପଡିଯାଇଛି ଆଉ ଛାତ୍ରୀ ଦୁଇଜଣ ସେହି ବ୍ୟାଗ ଉପରେ ଚଢି ଯାଉଛନ୍ତି ।

ପାଠୁଆ ପିଲା ମାନେ ନା ସେଥିପାଇଁ ବିଦ୍ୟାକୁ ସେମାନେ ଏଭଳି ସମ୍ମାନ ଦେଉଛନ୍ତି । ଦୁଇଜଣ ଛାତ୍ରୀ ତ ଯାହା ପିଟାପିଟି ହେଉଛନ୍ତି ହେଲେ ପାଖରେ ଥିବା ଅନ୍ୟ ଛାତ୍ର ଛାତ୍ରୀ ମାନେ ଏ ଦୃଶ୍ୟ ଦେଖି ମଜା ନେଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *