ବନ୍ଧୁଗଣ ଗତ କିଛି ସମୟ ହେବ ସୁପ୍ରିମ କୋର୍ଟର ଏକ ରାୟ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଅଛି । ଏହି ରାୟ ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଖୁସି ହେବେ ଓ ଆଜି ଆମେ ଆପଣ ମାନଙ୍କୁ ସୁପ୍ରିମ କୋର୍ଟର ଏହି ବଡ ରାୟ ବିଷୟରେ କହିବାକୁ ଯାଉଛୁ । ସାରା ଭାରତ ବର୍ଷରେ ଏହି ରାୟକୁ ନେଇ ଚର୍ଚା ଜୋର ସୋର ଚାଲିଛି । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ସୁପ୍ରିମ କୋର୍ଟର ଏହି ବଡ ରାୟ ବିଷୟରେ ।

ପୈତୃକ ସମ୍ପତ୍ତି ଉପରେ ଝିଅ ମାନଙ୍କର ରହିଛି ସମାନ ଅଧିକାର । ସୁପ୍ରିମ କୋର୍ଟ ଦେଇଥିବା ନିଜ ପୂର୍ବ ରାୟକୁ ପୁଣି ଥରେ ଦୋହରାଇଛନ୍ତି । ହିନ୍ଦୁ ପର୍ଶନାଲ ଲ ଏବଂ ହିନ୍ଦୁ ଉତ୍ତରାଧିକାରୀ ଅଧିନିୟମରେ ଏହା ଲାଗୁ ରହିବ । ତେବେ ପୈତୃକ ସମ୍ପତ୍ତି ବିଭାଜନ ପରେ ଝିଅଙ୍କୁ ମିଳିବ ସମାନ ଅଧିକାର । ପୈତୃକ ସମ୍ପତ୍ତି ଉପରେ ଝିଅର ରହିଛି ସମାନ ଅଧିକାର ।
ଯଦି ବାପାଙ୍କ ମୃତ୍ୟୁ ୧୯୫୬ ମସିହା ପୂର୍ବରୁ ହୋଇଥାଏ ତା ହେଲେ ମଧ୍ୟ ଏହି ନିୟମ କାର୍ଯ୍ୟକାରୀ ହେବ । ସୁପ୍ରିମ କୋର୍ଟ ବିଚାରପତି ଜଷ୍ଟିସ ଏସ ଅବଦୁଲ ନାଜିର ଏବଂ ଯଶିଷ କ୍ରୀଷ୍ଣା ମୁରାରିଙ୍କ ଅଦକ୍ଷତାରେ ଏହି ଶୁଣାଣି ହୋଇଥିଲା । ଏଥିରେ ସ୍ପର୍ଷ୍ଟ ଭାବରେ ଉଲ୍ଲେଖ କରାଯାଇଛି କି ଝିଅଙ୍କୁ ପୈତୃକ ସମ୍ପତ୍ତି ଦେବାରେ କେହି ବି ଅବରୋଧ କରିପାରିବେ ନାହିଁ ।

ପୂର୍ବର ଏକ ମାମଲାର ଉଦାହରଣ ଦେଇ କୋର୍ଟ କହିଛନ୍ତି କି ପୈତୃକ ସମ୍ପତ୍ତି ଉପରେ ସମସ୍ତ ସନ୍ତାନର ସମାନ ଅଧିକାର ରହିଛି । ଯଦି ଏହା ନମିଳେ ତା ହେଲେ ଝିଅ ଏଥି ପ୍ରତି ଦାବି କରିପାରିବେ । ୨୦୧୮ ମସିହାରେ ଏ ସମ୍ପର୍କରେ ରାୟ ଶୁଣାଇ ଝିଅ ଏବଂ ପୁଅକୁ ସମାନ ଅଧିକାର ମିଳିବ ବୋଲି କୋର୍ଟ କହିଥିଲେ । ତେବେ ସୁପ୍ରିମ କୋର୍ଟ ନିଜର ପୂର୍ବ ରାୟକୁ ପୁଣି ଥରେ ଦୋହରାଇଛନ୍ତି ।

ଆଗରୁ ଝିଅ ମାନଙ୍କୁ ପୈତୃକ ସମ୍ପତ୍ତି ଦିଆ ଯାଉ ନଥିଲା ହେଲେ ବନ୍ଧୁଗଣ ଏବେ ଉଭୟ ଝିଅ ଓ ପୁଅଙ୍କୁ ସମାନ ଭାବରେ ପୈତୃକ ସମ୍ପତ୍ତି ଦିଆଯିବ । ଯଦି କୌଣସି ଝିଅକୁ ପୈତୃକ ସମ୍ପତ୍ତି ଦିଆଯାଏ ନାହିଁ ତା ହେଲେ ସେମାନେ ଦାବି କରିପାରିବେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ସୁପ୍ରିମ କୋର୍ଟର ଏହି ବଡ ରାୟଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

