Sunil Shetty ଙ୍କ ଝିଅ ସୁନ୍ଦରତାରେ ନୁହଁନ୍ତି କୌଣସି Bollywood ହିରୋଇନଙ୍କ ଠାରୁ ବି କମ, ପ୍ରଥମ ନଜରରେ ହିଁ ହେଇଯିବେ ଦିବାନା

ସୁନୀଲ ସେଟ୍ଟୀ ବଲିଉଡ ଇଣ୍ଡଷ୍ଟ୍ରି ର ଏକ ଫେମସ ଚେହେରା ଅଟେ । ସେ ନିଜର ଦମଦାର ଅଭିନୟ ପାଇଁ ବଲିଉଡ ଇଣ୍ଡଷ୍ଟ୍ରି ରେ ଏକ ସ୍ଵତନ୍ତ୍ର ସ୍ଥାନ ବଣାଇ ପାରିଛନ୍ତି । ତାଙ୍କର ଅଭିନୟ କୁ ଦର୍ଶକ ମାନେ ଖୁବ ପସନ୍ଦ କରନ୍ତି । ସେ 90 ଦଶକ ରେ ନିଜ ଅଭିନୟ କାରଣରୁ ଦର୍ଶକ ଙ୍କ ମନରେ ରାଜ କରୁଥିଲେ । ସୁନିଲ୍ ସେଟ୍ଟୀଙ୍କ ଜନ୍ମ ୧୯୬୧ ମସିହା ୧୧ ଅଗଷ୍ଟରେ ହୋଇଥିଲା । ସେ ଭାରତୀୟ ଫିଲ୍ମର ଅଭିନେତା, ନିର୍ମାତା ଓ ବେପାରି ମଧ୍ୟ ଅଟନ୍ତି । ଯିଏ ହିନ୍ଦି ଫିଲ୍ମରେ ସକ୍ରିୟ ରୁହନ୍ତି ।

ଏହି କାମ କରି କରି ତାଙ୍କର ୨୫ ବର୍ଷ ବିତିଗଲା । ସେ ବହୁତ ଫାଇଟ ଓ କମେଡି ଫିଲ୍ମରେ କାମ କରିଛନ୍ତି । ଇଂରାଜୀ,ତେଲଗୁ, ମାଲାୟାଲାମ ଫିଲ୍ମ ରେ ମଧ୍ୟ ସେ କାମ କରିଛନ୍ତି । ସେ ଫିଲ୍ମ ଫେୟାର ଆୱାର୍ଡ ରେ ୫ ଥର ତାଙ୍କ ନାମ ମନୋନୀତ ହୋଇ ସାରିଥିବା ବେଳେ ଥରେ ସେ ଜିତି ବି ସାରିଛନ୍ତି ।

ସେ ୧୯୯୨ ମସିହାରେ ବଳବାନ୍ ଫିଲ୍ମରୁ କ୍ୟାରିଅର ଆରମ୍ଭ କରିଥିଲେ,ତାଙ୍କ ସାଙ୍ଗରେ ଦିବ୍ୟା ଭାରତୀ ଅଭିନୟ କରିଥିଲେ,ଏହି ଫିଲ୍ମ ହିଟ୍ ହେଲା ଓ ତାଙ୍କୁ ଆକ୍ସନ ହିରୋ ରୂପେ ସମସ୍ତେ ଜାଣିଲେ । ତା ପରେ ସେ ବହୁତ୍ ଫିଲ୍ମରେ ହିରୋ ରୂପେ କାମ କରିଛନ୍ତି ।

ଯେମିତି ବକ୍ତ ହମାରା ହେ,ଦିଲୱାଲେ, ମୋହରା, ଗୋପିକିଶନ୍, କ୍ରୀଷ୍ଣା, ସପୂତ୍, ବର୍ଡର, ଭାଇ, ହେରାଫେରି, ଧଡ଼ କନ୍ ବହୁତ୍ ସୁପରହିଟ ଫିଲ୍ମରେ ସେ ଭଲ ଅଭିନୟ କରିଛନ୍ତି । ଯଦି ଆମେ ତାଙ୍କ ପରିବାର ବିଷୟରେ କଥା ହେବା ତ ସୁନିଲ୍ ସେଠୀଙ୍କ ଝିଅର ନାଁ ଆଥିଆ ସେଟ୍ଟୀ ଅଟେ । ଆଥୀଆ ମଧ୍ୟ ଦେଖିବାକୁ ବହୁତ୍ ସୁନ୍ଦର ।

ତାଙ୍କ ଜନ୍ମ ୧୯୯୨ ମସିହା ୫ ନଭେମ୍ବରରେ ମୁମ୍ବାଇରେ ହୋଇଥିଲା । କାଳକାର ପରିବାରରେ ଜନ୍ମ ହୋଇଥିବାରୁ ତାଙ୍କୁ ଛୋଟବେଳୁ ହିନ୍ଦି ଫିଲ୍ମ ଲାଇନକୁ ଆସିବାର ଇଚ୍ଛା ଥିଲା । ଯେଉଁଥିପାଇଁ ସେ ବହୁତ୍ ପରିଶ୍ରମ କଲେ । ସେ ତାଙ୍କ କ୍ୟାରିଅର ଆରମ୍ଭ କରିବା ପୂର୍ବରୁ ଅଭିନୟ ପୁରା ଶିଖିବାପାଇଁ ନ୍ୟୁୟର୍କ ଫିଲ୍ମ ଏକାଡେମୀରୁ ଗ୍ରାଜୁଏସନ ଶେଷ କଲେ ।

ତାଙ୍କୁ ନାଚରେ ମଧ୍ୟ ଇଛା ଥିଲା, ସେଥିପାଇଁ ସେ ପ୍ରସିଦ୍ଧ ନୃତ୍ୟ ନିର୍ଦ୍ଦେଶକ ରେମୋ ଡିଶୋଜାଙ୍କ ଠାରୁ ନୃତ୍ୟ ଶିଖିଥିଲେ । ସେ ତାଙ୍କ ଫିଲ୍ମ କ୍ୟାରିଅର ନିଖିଲ ଆଡଭାନୀଙ୍କ ଫିଲ୍ମ ହିରୋ ରୁ ଆରମ୍ଭ କରିଥିଲେ । ଏହା ବ୍ୟତୀତ ସେ ମୁବାରକନ୍, ନୱାବଜାଦେ, ମୋତିଚୋର, ଚଖ୍ମାଚୂର୍ ଫିଲ୍ମରେ ଅଭିନୟ କରିଛନ୍ତି । ତେବେ ଫ୍ରେଣ୍ଡ୍ସ ଆପଣଙ୍କୁ ସୁନୀଲ ସେଟ୍ଟୀ କିପରି ଲାଗନ୍ତି ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *