Bollywood ର ଫେମସ ସିଙ୍ଗର Neha Kakkar ଓ Rohan Preet ଗୁରୁଦ୍ଵାର ରେ କରିଲେ ବିବାହ, ଭିଡିଓ ହେଉଛି ଭାଇରାଲ

ନେହା କକ୍କର ଏବଂ ରୋହନପ୍ରୀତ ସିଂ ଅକ୍ଟୋବର 24 ରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଶନିବାର ଦିନ ଦୁହେଁ ଗୁରୁଦ୍ୱାରରେ ବିବାହ କରିଛନ୍ତି ଯାହାର ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ, ଆପଣ ଦେଖିବେ ଯେ ଦୁହେଁ ସମାନ ରଙ୍ଗର ପୋଷାକ ପିନ୍ଧିଛନ୍ତି । ନେହା ଏକ କ୍ରିମ୍ ରଙ୍ଗର ଲେହେଙ୍ଗା ପିନ୍ଧିଛନ୍ତି । ଅନ୍ୟ ପକ୍ଷରେ ରୋହନପ୍ରୀତ ମଧ୍ୟ ସମାନ ରଙ୍ଗର ଶେରୱାନି ପିନ୍ଧିଛନ୍ତି ।

ଭିଡିଓରେ ନେହାଙ୍କ ପରିବାର ମଧ୍ୟ ନଜର ଆସୁଛନ୍ତି। ଫ୍ୟାନ୍ସ ମାନେ ସେମାନଙ୍କ ବିବାହରେ ବହୁତ ଖୁସି ଅଛନ୍ତି । ସମସ୍ତେ କମେନ୍ଟ ରେ ଏହି ଯୋଡିକୁ ବହୁତ ପ୍ରଶଂସା କରୁଛନ୍ତି । ନେହା ଏବଂ ରୋହନପ୍ରୀତଙ୍କ ମୁହଁରେ ବିବାହର ଖୁସି ସଫା ସଫା ନଜର ଆସୁଛି ।

ଆପଣଙ୍କୁ କହି ଦେଉଛୁ କି ନେହା ଏବଂ ରୋହନପ୍ରୀତ ଦୀର୍ଘ ସମୟ ଧରି ରିଲେସନସିପ ରେ ଥିଲେ । କିନ୍ତୁ କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରେ ଉଭୟ ନିଜ ସମ୍ପର୍କରେ ମୋହର ଲଗାଇଛନ୍ତି। ଏ ପର୍ଯ୍ୟନ୍ତ ଉଭୟଙ୍କର ମେହେନ୍ଦି, ହଲଦି ଏବଂ ସଙ୍ଗୀତର ଫଟୋ ଏବଂ ଭିଡିଓ ସାମ୍ନାକୁ ଆସି ସାରିଛି ।

ବିବାହ ପରେ 26 ଅକ୍ଟୋବରରେ ପଞ୍ଜାବରେ ଏକ ବଡ ରିସିପ୍ସନ୍ ପାର୍ଟି ର ଆୟୋଜନ କରା ଯାଇଛି ଯେଉଁଥିରେ ଉଭୟଙ୍କ ପରିବାର ଏବଂ ଘନିଷ୍ଠ ବନ୍ଧୁମାନେ ଯୋଗଦେବେ । ରୋହନପ୍ରୀତ ସିଂଙ୍କ ବିଷୟରେ କହିଲେ ସେ 2007 ରେ ସୋ ସରେଗାମାପା ଲିଟିଲ୍ ଚାମ୍ପରେ ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ।

ସେ ରିଆଲିଟି ସିଙ୍ଗିଙ୍ଗ ଶୋ ରାଇଜିଂ ଷ୍ଟାର-2 ରେ ମଧ୍ୟ ଭାଗ ନେଇଛନ୍ତି। ଏହା ପରେ ରୋହନପ୍ରୀତ ସୋ ‘ମେ ସାଦି କରୋଗେ’ ରେ ପ୍ରତିଯୋଗୀ ଭାବରେ ନଜର ଆସିଥିଲେ।

ବିଶାଲ ଦଦଲାନି ମାଗିଲେ କ୍ଷମା

ଯେତେବେଳେ ନେହା ମେହେନ୍ଦୀର ଫଟୋ ସେୟାର କରିଥିଲେ, ବିଶାଲ ବିବାହ ଉତ୍ସବରେ ଯୋଗ ଦେଇ ନ ଥିବାରୁ ତାଙ୍କୁ କ୍ଷମା ମାଗିଥିଲେ। ବିଶାଲ ଲେଖିଛନ୍ତି, ‘ମୁଁ ଦୁଃଖିତ ଯେ ମୁଁ ତୁମ ବିବାହରେ ଯୋଗ ଦେଇ ପାରିଲି ନାହିଁ। ମୁଁ ଏଥିପାଇଁ ଦୁଃଖିତ ମୋତେ ଖରାପ ଲାଗୁଛି କିନ୍ତୁ ମୋର କୌଣସି ଅପ୍ସନ ନଥିଲା । ତୁମ ଦୁହିଁଙ୍କୁ ବହୁତ ଭଲପାଇବା ଏବଂ ପୁରା ପରିବାରକୁ ଅଭିନନ୍ଦନ।’

ଏମିତି ହିଁ ବଲିଉଡ ବିଷୟରେ ପ୍ରତିଦିନ ନୂଆ ନୂଆ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ଓ ଆମ ସହ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *