ବାତ୍ୟା ଆମ ଓଡିଶାବାସୀଙ୍କ ପାଇଁ କୌଣସି ନୂଆ କଥା ନୁହେଁ । ସବୁ ବର୍ଷ ଓଡିଶାରେ ବାତ୍ୟା ଓ ବନ୍ୟା ଆସିବା ସୁନିଶ୍ଚିତ । କେବଳ ଓଡିଶାରେ ନୁହେଁ ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶରେ ବି ବାତ୍ୟାର ପ୍ରଭାବ ପଡିଥାଏ । ଭାରତୀୟ ପାଣି ପାଗ ବିଭାଗ ଗତ ବର୍ଷ କେଉଁ ସ୍ଥାନରେ, କେତେ ପରିମାଣରେ ଓ କେଉଁ ବାତ୍ୟାର ପ୍ରଭାବ ପଡିଛି ତାହାର ଏକ ସୂଚନା ଜାରି କରିଛନ୍ତି । ଏଥିରେ ମୁଖ୍ୟ କଥା ହେଉଛି କି ପଶ୍ଚିମବଙ୍ଗ ସୁନ୍ଦରବନକୁ ବାତ୍ୟାର ରାଜଧାନୀ କୁହାଯାଇଛି ।

ଓଡିଶାର କେନ୍ଦ୍ରାପଡା ଓ ବାଲେଶ୍ଵରରେ ବାତ୍ୟାର ବ୍ୟବଧାନ ବହୁତ କମ ଅଛି ବୋଲି ଦର୍ଶାଯାଇଛି । ଭାରତୀୟ ପାଣି ପାଗ ବିଭାଗର ଅଧିକାରୀଙ୍କ ଅନୁସାରେ ଉତ୍ତର ଓଡିଶା ଓ ପଶ୍ଚିମବଙ୍ଗର ପୋଷ୍ଟାଲ ଜିଲ୍ଲା ଗୁଡିକ ବିଶେଷତଃ ଜଗତସିଂହପୁର ଠାରୁ ଆରମ୍ଭ କରି ପଶ୍ଚିମବଙ୍ଗର କେତେକ ଜିଲ୍ଲା ଗୁଡିକୁ ବାତ୍ୟା ଅଧିକ ପ୍ରଭାବିତ କରିଛି ।
ଭାରତୀୟ ପାଣି ପାଗ ବିଭାଗର ରିପୋର୍ଟରେ ଦର୍ଶାଯାଇଛି କି ଓଡିଶା ସୀମାକୁ ଲାଗିଥିବା ସୁନ୍ଦରବନ ଅଞ୍ଚଳକୁ ଦେଶର ବାତ୍ୟା ରାଜଧାନୀ ବୋଲି କୁହାଯାଇଛି । କାରଣ ଏହି ଅଞ୍ଚଳ ବାତ୍ୟାର ମୁଖ୍ୟ କେନ୍ଦ୍ର ବୋଲି ଅଧ୍ୟୟନରୁ ଜଣା ପଡିଛି । ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲା ବାରମ୍ବାର ବାତ୍ୟା ଦ୍ଵାରା ପ୍ରଭାବିତ ହେଉଛି । ସେହିଭଳି ଓଡିଶାର ବାଲେଶ୍ଵର ଜିଲ୍ଲାକୁ ବି ବାତ୍ୟା ପ୍ରଭାବିତ ଜିଲ୍ଲା ବୋଲି କୁହାଯାଇ ପାରେ ।
କହିଦେଉଛୁ କି ୧୮୯୧ ମସିହାରୁ ସମସ୍ତ ବାତ୍ୟାର ତଥ୍ୟ ଏହି ରିପୋର୍ଟରେ ଦର୍ଶାଯାଇଛି । ୧୯୬୦ ପରେ ଯେତେବେଳେ ସ୍ୟାଟାଲାଇଟ ଆସିଲା ତେବେ ବାତ୍ୟା ବିଷୟରେ ଅଧିକ ସଠିକ ରୂପରେ ତଥ୍ୟ ମିଳିବା ଆରମ୍ଭ ହୋଇଛି । ୨୦୨୧ ମସିହାରେ ଦେଶରେ ମୋଟ ୧୦ ଟି ବାତ୍ୟା ଆସିଛି ଓ ଏହା ମଧ୍ୟରୁ ସୁନ୍ଦରବନରେ ୟଶ ଓ ଜୱାଦର ପ୍ରଭାବ ପଡିଛି ।

୧୯୬୧ ରୁ ୨୦୨୦ ମଧ୍ୟରେ ଏହି ଉପକୂଳବର୍ତ୍ତୀ ଜିଲ୍ଲାର ୯୦ କିମି ଅଞ୍ଚଳ ଦେଇ ପ୍ରବାହିତ ସାମୁଦ୍ରିକ ବାତ୍ୟା ଗୁଡିକ ଉପରେ ଗବେଷକମାନେ ଅଧ୍ୟୟନ କରିଥିଲେ । ଓଡିଶାର ଉପକୂଳବର୍ତ୍ତୀ ଜିଲ୍ଲା କେନ୍ଦ୍ରାପଡା, ଆନ୍ଧ୍ରପ୍ରଦେଶର ନେଲୁର, ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ମଧ୍ୟ ବାତ୍ୟା ପ୍ରଭାବିତ ଅଞ୍ଚଳ ବୋଲି ଏହି ଅଧ୍ୟୟନରେ ଜଣା ପଡିଛି । କହିବାକୁ ଗଲେ ଦକ୍ଷିଣ ୨୪ ପ୍ରଗଣାର ଉପକୂଳବର୍ତ୍ତୀ ଅଞ୍ଚଳ ଦେଶର ସବୁଠୁ ଅଧିକ ବାତ୍ୟା ପ୍ରଭାବିତ ଅଞ୍ଚଳ ବୋଲି ଦର୍ଶାଯାଇଛି । ସୁନ୍ଦରବନ ବନ୍ୟ ଜୀବ ଜନ୍ତୁଙ୍କ ପାଇଁ ଏକ ସୁରକ୍ଷିତ ସ୍ଥାନ ଅଟେ ।

